ଶୀତଦିନେ ତ୍ୱଚାର ଯତ୍ନ

winter face care tips

ଶୀତଦିନରେ ତ୍ୱଚା ଶୁଷ୍କ ହୋଇ ଫାଟିଲା ପରିକା ଦେଖାଯାଏ । ଏହି କାରଣ ନେଇ ଅନେକେ ଚିନ୍ତିତ ହେବା ସହ ତ୍ୱଚାର ଯତ୍ନ କିପରି ନେବେ ଭାବି ବସନ୍ତି । ବିଶେଷ କରି ଶୀତ ଦିନରେ ଡ୍ରାଏ ସ୍କ୍ରିନ୍ ବ୍ୟକ୍ତିମାନେ ଅଧିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଶୀତ ଦିନରେ ି ଉଜ୍ୱଳ ତଥା ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି ତେବେ ଆମେ କିଛିଟି ସହଜ ଉପାୟ ଜଣାଉଛୁ, ଯାହାକୁ ନିୟମିତ ଭାବେ କରିବା ଦ୍ୱାରା ତ୍ୱଚାର ଶୁଷ୍କତା ଦୂର ହେବା ସହ ଉଜ୍ୱଳ ହୋଇଥାଏ ।
କ୍ଲିନିଜିଙ୍ଗ୍- ବଜାରରେ ବିଭିନ୍ନ ପ୍ରକାର କ୍ଲିନିଜିଙ୍ଗ୍ ଟୋନର ମିଳୁଛି ଆପଣ ସେଗୁଡ଼ିକୁ ବ୍ୟବହାର କରିପାରିବେ, ନଚେତ ଏ ସବୁବଦଳରେ କଞ୍ଚା କ୍ଷୀର ଗୋଲାପ ଜଳକୁ ବ୍ୟବହାର କରନ୍ତୁ । ଏହି ସବୁ କ୍ଲିନିଜିଙ୍ଗ୍ଠାରୁ ନଡିଆ ପାଣି ଅଧିକ ଲାଭଦାୟକ ହୋଇଥାଏ । ସବୁ ପ୍ରକାର ତ୍ୱଚା ପାଇଁ ଏହା ଏକ ଭଲ କ୍ଲିନିଜର୍ ଭାବେ କାମ କରିଥାଏ । କ୍ଲିନିଜିଙ୍ଗ୍ ପରେ ଆଲ୍କହଲ ନଥିବା ଟୋନର୍ ବ୍ୟବହାର କରନ୍ତୁ ।
ମଶ୍ଚରାଇଜର୍- ମଶ୍ଚରାଇଜର୍ର ବ୍ୟବହାର ଉଭୟ ଖରା ଓ ଶୀତ ଦିନେ କରିବା ଲାଭଦାୟକ ହୋଇଥାଏ । ଆପଣଙ୍କ ତ୍ୱଚା ତେଲିଆ ଥିଲେ ୱାର୍ଟର୍ ବେସ୍ଡ୍ ଜେଲ୍ ଓ ମଶ୍ଚରାଇଜର୍ ଲଗାନ୍ତୁ ଓ ଏହାର କିଛି ସମୟ ପରେ ତ୍ୱଚାକୁ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ଏହାଦ୍ୱାରା ଚେହେରାର ତାପମାତ୍ରା ଠିକ୍ ରହିବା ସହିତ ତ୍ୱଚାରୁ ତେଲିଆ ଅଂଶ ଦୂର ହୋଇଯିବ । ଆପଣ ଘରୋଇ ଜିନିଷକୁ ନେଇ ମଶ୍ଚରାଇଜର ମଧ୍ୟ ପ୍ରସ୍ତୁତ କରିପାରିବେ ।


ସନସ୍କ୍ରିନ୍ ଲୋସନ – ପ୍ରାୟ ସମସ୍ତେ ଖରାଦିନେ ହିଁ ସନସ୍କ୍ରିନ୍ ଲୋସନ୍ର ବ୍ୟବହାର କରିଥାନ୍ତି । ଶୀତ ଦିନରେ ମଧ୍ୟ ସନସ୍କ୍ରିନ୍ ଲଗାଇବା ଉଚ୍ଚିତ୍ । ଶୀତ ଦିନରେ ସୂର୍ଯ୍ୟ କିରଣରେ ଅଧିକ ସମୟ ବିତାଇବୁ ଇଛା କରୁଥିବାର ସନଟ୍ୟାନ୍ ପଡିବାର ଆଶଙ୍କା ମଧ୍ୟ ଅଧିକ ଥାଏ । ତେଣୁ ତ୍ୱଚା ଅନୁସାରେ ଏସ୍ପିଏଫ୍ ୨୦ ରୁ ୩୦ ପର୍ଯ୍ୟନ୍ତ ସନସ୍କ୍ରିନ୍ ଲୋସନ ଲଗାଇବା ଲାଭଦାୟକ ହୋଇଥାଏ ।
ନାଇଟ୍ କ୍ରିମ୍- ଦିନସାରା ବାହାରେ ବୁଲାବୁଲି କରି ତ୍ୱଚାରେ ଧୂଳିମଳି ଜମିଯାଇଥାଏ, ଏଥିପାଇଁ ରାତିରେ ଶୋଇବା ପୂର୍ବରୁ ମୁହଁକୁ ଭଲଭାବେ ସଫା କରି ନାଇଟ୍ କ୍ରିମ୍ ର ବ୍ୟବହାର କରନ୍ତୁ । ନଚେତ ଗୋଲାପ ଜଳ,ଗ୍ଲିସେରିନ୍, ଘିକୁଆଁରି ରସ ଓ ମହୁ ମିଶାଇ ଲଗାନ୍ତୁ । ଏହି ମିଶ୍ରଣକୁ ଲଗାଇ ରାତିସାରା ରଖି ପାରିବେ ନଚେତ ୧ଘଣ୍ଟା ପରେ ଧୋଇ ଦେବେ ।

Previous ହକି ମହାକୁମ୍ଭ: ଆଜି ଆର୍ଜେଣ୍ଟିନା-ସ୍ପେନ୍ ଓ ନ୍ୟୁଜଲ୍ୟାଣ୍ଡ-ଫ୍ରାନ୍ସ ମଧ୍ୟରେ ଲଢେଇ
Next ବିଚିତ୍ରପୁରରେ ପ୍ରକୃତିର ବୈଚିତ୍ର‌୍ୟ

No Comment

Leave a reply

Your email address will not be published. Required fields are marked *