ବୋତଲରୁ ସର୍ଜନା

west plastic bottle art

ଘରକୁ ଆସୁଥିବା ତେଲ, ଘିଅ, ଥଣ୍ଡାପାନୀୟ,ପ୍ରସାଧନ ସାମଗ୍ରୀ ସରିଗଲା ପରେ ପ୍ଲାଷ୍ଟିକ୍ ବୋତଲ ବା ଡ଼ବାଗୁଡ଼ିକୁ ଅନେକ ଫୋପାଡ଼ି ଦେଇଥାନ୍ତି । ହେଲେ ଏହାକୁ ବ୍ୟବହାର କରି ସୂନ୍ଦର ଘରସଜା ଜିନିଷ ସହ ଘରେ, ଗାଧୁଆ ଘରେ, ରୋଷେଇ ଶାଳରେ ବ୍ୟବହାର କରିପାରିବେ । ଜାଣନ୍ତୁ କିପରି କରିବେ ପ୍ଲାଷ୍ଟିକ ବୋତଲର ବ୍ୟବହାର।
-ଛୋଟ ବଡ଼ କରି ଦୁଇଟି ବୋତଲରେ ଜୁସ ବାହାର କରିପାରିବେ । ପ୍ରଥମେ ବଡ଼ ବୋତଲଟିକୁ ଅଧାରୁ ଅଧିକ ରଖି କାଟି ଦିଅନ୍ତୁ, ପରେ ତାଭିତରେ ମୁହଁ ପଟକରି ଛୋଟ ବୋତଲଟି ରଖନ୍ତୁ । ଏବେ ଦୁଇଟି ବୋତଲର ଦୁଇ ପାଖରେ କଣା କରି ଦୁଇଟି କାଠି ଦ୍ୱାରା ସଂଯୋଗ କରନ୍ତୁ ଏହାପରେ ଛୋଟ ବୋତଲ ପଛପାଖରେ ଫଳ କାଟି ରଗଡ଼ନ୍ତ ଅପେ ଅପେ ରସ ତଳେ ରଖାଯାଇଥିବା ପାତ୍ର ରହିଯିବ ।
– ଗିଫ୍ଟି ପ୍ୟାକିଂ ପାଇଁ ଆପଣ ବୋତଲର ବ୍ୟବହାର କରିପାରିବେ । ଛୋଟ ନରମ ବୋତଲଟିଏ ନେଇ ତାହାର ଉପର ତଳ କାଟି ଦିଅନ୍ତୁ, ପରେ ତହାକୁ ମଝିରୁ କାଟି ସେଲୋଟେପ୍ ଦେଇ ଦୁଇପଟ ଯୋଡ଼ି ରୋଲର କରନ୍ତୁ । ଏଥିରେ ଛୋଟ ଛୋଟ ଗିଫ୍ଟ୍ ସାମଗ୍ରୀ ରଖି ରଙ୍ଗିନ୍ ର‌୍ୟପରରେ ଗୁଡ଼ାଇ ରିବନ ଦ୍ୱାରା ବାନ୍ଧି ଦିଅନ୍ତୁ ।

-ଘରେ ଯଦି ବଡ଼ ଥଣ୍ଡା ବୋତଲ ଅଛି ସେଗୁଡ଼ିକ କିଛି କାମରେ ଲାଗୁନି ତେବେ ଆପଣ ସେଥିରୁ ଝାଡ଼ୁ ତିଆରି କରିପାରିବେ । ପ୍ରଥମେ ଗୋଟିଏ ବୋତଲର ତଳପାଖ କାଟି ଦିଅନ୍ତୁ ଏହାପରେ ଅନ୍ୟ ଗୁଡ଼ିକର ତଳପାଖ ଓ ଠିପି ଲାଗୁଥିବା ସ୍ଥାନଟି କାଟିଦିଅନ୍ତୁ । ପରେ ସେଗୁଡ଼ିକୁ ଉପରୁ କିଛି ଅଂଶ ଛାଡ଼ି ତଳକୁ ସିଧାରେ ସରୁ ସରୁ କରି କାଟନ୍ତୁ, ଭଲଭାବରେ କାଟିବାପରେ ସବୁଗୁଡ଼ିକ ଉପରପାଖ କଟା ହୋଇ ନଥିବା ବୋତଲ ଉପରେ ସଜାଡ଼ି ରଖନ୍ତ । ଏହାପରେ ଗୋଟି ଇଲାଷ୍ଟିକ୍ ମଝିରେ ଦେଇ ଠିପ୍ ଲଗାଯାଇଥିବା ସ୍ଥାନରେ ସଂଯୋଗ କରନ୍ତୁ । ଏହାପରେ ସେହି ଠିପି ମୁହଁରେ ଏକ ପ୍ଲାଷ୍ଟିକ ନଳୀ ବା ଲମ୍ବା କାଠ ଲଗାଇ ଝାଡ଼ୁ ଭାବେ ବ୍ୟବହାର କରିପାରିବେ ।

   -ପ୍ଲାଷ୍ଟିକ୍ ଡ଼ବାକୁ ଫୁଲ କୁଣ୍ଡ ଭାବେ ମଧ୍ୟ ବ୍ୟବହାର କରିପାରିବେ । ତେଲ, ଚକଲେଟ, ଆଚାର ଭଳି ବଡ଼ ଓ ଖୋଲା ମୁହଁ ଡ଼ବାର ଉପର ଭାଗ କାଟି ତାହାର ଦୁଇ ପାଖରେ କଣା କରନ୍ତୁ ଓ ସେଥିରେ ରସି ବା ଯେକୌଣସି ତାର ଲଗାଇ ଲଗାନ୍ତୁ । ଏହାପରେ ସେହି କଟା ଡ଼ବା ଭିତରେ ମାଟି ଦେଇ ମନିପ୍ଲାଣ୍ଟ ବା ଅନ୍ୟାନ ଛୋଟ ଛୋଟ ଶୋ’ ଗଛ ବା ଫୁଲ ଗଛ ଲଗାଇ ପାରିବେ । ଏହିଭଳି ଅନେକ ଗୁଡ଼ିଏ ଡ଼ବା ବା ବୋତଲ ସାହାଯ୍ୟରେ ଆପଣ ହ୍ୟାଙ୍ଗିଗ୍ ଗାର୍ଡେନ କରିପାରିବେ ।

-ବଗିଚାରେ ପାଣି ସ୍ପ୍ରେ ପାଇଁ ମଧ୍ୟ ବୋତଲର ବ୍ୟବହାର କରିପାରିବେ । ଯେ କୋଣସି ଛୋଟ ବୋତଲର ତଳ ପାଖରେ ଅନେକ ଗୁଡ଼ିଏ ଛୋଟ ଛୋଟ କଣା କରନ୍ତୁ ତା ଭିତରେ ପାଣିି ପାଇପି ରଖି ପାଇପର ଶେଷ ଓ ବୋତଲ ମୁହଁଙ୍କୁ ବାନ୍ଧି ଦିଅନ୍ତୁ ବା ସେଲୋ ଟେପ ଦେଇ ସଂଯୋଗ କରି ଦିଅନ୍ତୁୂ, ଏହା ପରେ ଗଛରେ ପାଣି ପକାନ୍ତୁ ଦେଖିବେ ସୂନ୍ଦରଭାବରେ ସ୍ପ୍ରେ ହେବ । ଖରାଦିନ ପାଇଁ ଏହା ସମ୍ପୁର୍ଣ୍ଣ ୁପଯୁକ୍ତ ।

-ଏହାସହ ବୋତଲ କାଟି ସୁନ୍ଦର ପେନ ଷ୍ଟାଣ୍ଡ କରିପାରିବେ । ଗୋଟିଏ ଅଚଳ ଭିଡିଓ ସିଡି ଆଣନ୍ତୁ, ପରେ ଛୋଟ ବୋତଲର ଉପର ଅଂଶ କାଟି ତାର ଠିପି ପଟ ତଳକୁ କରି ଅଠା ସାହାର୍ଯ୍ୟରେ ସିଡି ଉପରେ ଲମ୍ବ ଭାବେ ଲଗାଇ ଦିଅନ୍ତୁ । ଏହାପରେ ପ୍ରସ୍ତୁତ ହେବ ଆପଣଙ୍କ ପେନ ଷ୍ଟାଣ୍ଡ ଆପଣ ଚାହିଁଲେ ଏହାକୁ ରଙ୍ଗ, ଚୁମୁକି ଦେଇ ସଜେଇ ପାରିବେ । ଯେ କୌଣସି ଆକୃତିର କରିପାରିବେ ।


-ସହଜ ଚିତ୍ର ଆଙ୍କିବା ବା ରଙ୍ଗ ଦେବା ପାଇଁ ବୋତଲର ବ୍ୟବହାର କରିପାରିବେ । ବୋତଲ ପଛପାଖକୁ ରଙ୍ଗରେ ବୁଡ଼ାଇ କାନ୍ଥରେ ବା ଚିତ୍ରରେ ମାଡ଼ନ୍ତୁ ଦେଖିବେ ସହଜରେ ସୂନ୍ଦର ଚିତ୍ର ହେବ ।

 

 

Previous ବଲିଉଡ଼ ଷ୍ଟାରଙ୍କ ପ୍ରିୟ ଖାଦ୍ୟ
Next   'ମୋ ସାଇକେଲ୍‌'

No Comment

Leave a reply

Your email address will not be published. Required fields are marked *