ଶୀତ ସାରିବାସହ ଖରାଦିନ ପ୍ରବେଶ କଲାଣି । ତାପମାତ୍ରା ଯେତେପରିମାଣରେ ବଢିବ ତ୍ୱଚା ପାଇଁ ସେତିକି ସମସ୍ୟା ସୃଷ୍ଟିକରିବ । ମୁଖବ୍ରଣ, ଶୁଷ୍କତା, ସନ ଟ୍ୟାନ ତ୍ୱଚାକୁ ଖରାପ କରିବାସହ ଉଜ୍ୱଳତା ନଷ୍ଟକରି ଦେଇଥାଏ । ଯଦି ଆପଣବି ଖରାଦିନେ ଏହିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଚିନ୍ତାକରନ୍ତୁ ନାହିଁ ଆମେ ଆପଣଙ୍କୁ କିଛିଟା ଘରୋଇ ଉପାୟ ବତାଉଛୁ ଯାହାକୁ ଆପଣାଇ ଏଥର ଖରାଦିନେ ଆପଣଙ୍କ ତ୍ୱଚାକୁ ସୁସ୍ଥ ଓ ଉଜ୍ୱଳ ରଖିପାରିବେ।
-ପ୍ରତିଦିନ ସାବୁନ୍ କିମ୍ବା ଲିକ୍ୱିଡ୍ ବଡିଓ୍ବାଶ୍ ଲଗାଇ ଭଲ ଭାବେ ଗାଧୋଇଲେ ପୁରୁଣା ଡେଡ୍ ସ୍କିନ୍ ବାହାରିଯିବା ସହ କିଛି ମାତ୍ରାରେ ଟ୍ୟାନ୍ ସମସ୍ୟା ଦୂର ହୋଇଥାଏ । ଯଦି ସମ୍ଭବ ଏଥିପାଇଁ ଉଷୁମ ପାଣି ବ୍ୟବହାର କରନ୍ତୁ ଅଧିକ ଲାଭଦାୟକ ହେବ।
-ଏହାସହ ଲେମ୍ବୁ ରସରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ। କିଛି ସମୟ ରଖିବା ପରେ ଥଣ୍ଡାପାଣିରେ ଧୀରେ ଧୋଇ ଦିଅନ୍ତୁ। ଦେଖିବେ ଏହା ଟ୍ୟାନ୍ ଦୂର କରିବା ସହ ତ୍ୱଚା ଉଜ୍ୱଳ କରିଥାଏ । ସପ୍ତାହରେ ୨ରୁ ୩ଥର ଏଭଳି କରନ୍ତୁ।
-ବେସନରେ ଲେମ୍ବୁ ରସ, ଦହି, ହଳଦୀ ମିଶାଇ ଟ୍ୟାନ୍ ହୋଇଥିବା ସ୍ଥାନରେ ବା ତ୍ୱଚାରେ ଭଲଭାବରେ ଲଗାନ୍ତୁ। ଏହି ମିଶ୍ରଣ ଶୁଖିଯିବା ପରେ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। କିଛି ଦିନ ଏପରି କରିବା ପରେ ତ୍ୱଚା ପରିସ୍କାର ହେବାସହ ଗୋରଦେଖାଯିବ।
-ସେହିଭଳି ଅଳ୍ପ କ୍ଷୀରରେ ହଳଦୀ ଓ ବେସନ ମିଶାଇ ଲଗାନ୍ତୁ ଟ୍ୟାନ୍ ସମସ୍ୟା ଦୂର ହେବାସହ ଡେଡ୍ ସ୍କିନ୍ ବାହାରି ଯାଇଥାଏ। ଚନ୍ଦନ ପାଉଡର୍, ଗୋଲାପ ଜଳ ଓ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମଧ୍ୟ ଲଗାଇ ପାରିବେ ଉଜ୍ୱଳ ସୁସ୍ଥ ତ୍ୱଚା ପାଇଁ।
-କାକୁଡ଼ି ରସ ଏକ ଚାମଚ, ଦହି ଏକ ଚାମଚ, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ଏବଂ ଏକ ଚାମଚ ଚନ୍ଦନ ପାଉଡର ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨-୩ ଥର ଏହି ପ୍ୟାକ୍ ଲଗାଇଲେ ଟ୍ୟାନ୍ ଦୂର ହୋଇଥାଏ।
-ଏହାସହ ଗୋଲାପ ଜଳରେ ମୁହଁକୁ ଦିନରେ ୨ ଥର ପୋଛିବା ସହ ଶୋଇବା ପୂର୍ବରୁ ଏଲୋଭେରା ଲଗାଇ ପାରିବେ। ଟମାଟୋ-ଚିନି ବା ଚିନି-କାଫିର ସ୍କ୍ରବ ମଧ୍ୟ ବ୍ୟବହାର କରିପାରିବେ।
-ଏହାବ୍ୟତୀତ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ।
No Comment