ମରାଠୀ ଫିଲ୍ମ ‘ଘାଟ୍’ ରେ କଣ୍ଠଦାନ କରିବେ ଓଡିଆ ଗାୟିକା ସୋନା


ଷ୍ଟେଜରେ ଏନରଜେଟିକ୍ ପରଫାରମାନ୍ସ ପାଇଁ ଓଡିଆ ସିଙ୍ଗର ସୋନା ମହାପାତ୍ର ଶ୍ରୋତାଙ୍କ ମହଲରେ ବେଶ୍ ଆଦୃତ । ୨୦୧୩ରେ ରିଲିଜ ହୋଇଥିବା ଫୁକର ଫିଲ୍ମରେ ଅମ୍ବରସାରିୟା ଗୀତ ଗାଇ ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ଏହି ସୁନ୍ଦରୀ କଣ୍ଠଶିଳ୍ପୀ । ଆଗାମୀ ମରାଠୀ ଫିଲ୍ମ ‘ଘାଟ୍’ରେ କଣ୍ଠ ଦାନ କରି ପୁଣି ତାଙ୍କର ପ୍ରଶଂସକଙ୍କୁ ମତୁଆଲା କରିବେ ସୋନା ।

ଘାଟ୍ ଫିଲ୍ମରେ ବିଠଲ ଭଗବାନଙ୍କ ଉପରେ ରଚିତ ଏକ ଭକ୍ତି ସଙ୍ଗୀତ ରେକର୍ଡିଂ କରିଛନ୍ତି ସୋନା ମହାପାତ୍ର । ଏହି ଭକ୍ତି ସଙ୍ଗୀତକୁ ଲେଖିଛନ୍ତି ବୈଭବ ଦେଶମୁଖ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରୋହିତ ନାଗଭିଡେ । ସଙ୍ଗୀତ ପ୍ରେମୀ ଏବଂ ପ୍ରଶଂସକଙ୍କୁ ଏହା ନିଶ୍ଚୟ ମନ୍ତ୍ରମୁଗ୍ଧ କରିବ ବୋଲି ଆଶା ରଖିଛନ୍ତି ସୋନା । ମରାଠୀ ଫିଲ୍ମ ଘାଟ୍ ର ଟ୍ରେଲରରେ ଅଳନ୍ଦି ନଦୀ କୂଳରେ ଦାରିଦ୍ର୍ୟ ସୀମାରେଖାତଳେ ବାସ କରୁଥିବା ପରିବାର ସମ୍ପର୍କିତ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଦୁଇଟି ମୁଖ୍ୟ ଚରିତ୍ର ମାନ୍ୟା ଓ ପପ୍ୟାର ଅନାବିଳ ବନ୍ଧୁତ୍ୱ ମଧ୍ୟ ଚମତ୍କାର ଢଙ୍ଗରେ ଦୃଶ୍ୟାୟିତ ହୋଇଛି । ଜାରେ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଘାଟ୍ ଫିଲ୍ମର ପ୍ରଯୋଜନା କରିଛନ୍ତି ସଚିନ୍ ଜାରେ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରାଜ ଗୋରଡେ । ଏହି ସିନେମାରେ ଅଭିନୟ କରିଛନ୍ତି ମିତାଲି ଜଗତପ, ଉମେଶ ଜଗତପ, ରିୟା ଗୱାଲି ଏବଂ ଅନ୍ୟମାନେ । ଚଳିତ ମାସ ୧୫ ତାରିଖରେ ଏହି ସିନେମା ଫ୍ଲୋରକୁ ଆସିବ ।

Previous ପକ୍ଷୀଙ୍କ ଭୂସ୍ୱର୍ଗ 'ମଙ୍ଗଳାଯୋଡ଼ି'ର ମନଛୁଆଁ ଅନୁଭୂତି
Next ଦଙ୍ଗଲ ଫେମ୍ ଜାଇରାଙ୍କୁ ଅସଦାଚରଣ

No Comment

Leave a reply

Your email address will not be published. Required fields are marked *