ପେଟ କମାଇବା ଉପାୟ

how to lose belly fat

ବଡ଼ପେଟ ବା ମେଦ ବହୁଳତା ଆଜିର ଦିନରେ ଅନେକଙ୍କ ପାଇଁ ସମସ୍ୟା ପାଲଟିଛି । ଆପଣବି ଯଦି ଏହି ସମସ୍ୟା ନେଇ ଚିନ୍ତିତ ତେବେ ଆମେ ବତାଉଛୁ କିଛିଟି ସହଜ ଉପାୟ , ଯାହାଦ୍ୱାରା ଖୁବ କମ୍ ଦିନରେ ବିନା ଔଷଧରେ ପେଟ କମାଇ ପାରିବେ ।

ପ୍ରଥମେ ପେଟରେ ଚର୍ବି ବଢିବାର କାରଣ କ’ଣ ଜାଣନ୍ତୁ ତାପରେ ତାର ପ୍ରତିକାର କରନ୍ତୁ । ବଦଳୁଥିବା ଜୀବନଶୈଳୀ, କାମ ବ୍ୟସ୍ତତା, ଖାଦ୍ୟପାନୀରେ ଅନିୟମିତତା ଓ ଅଧିକ ଫାଷ୍ଟଫୁଡ଼ ଖାଇବା ଆଦି ଶରୀର ଚର୍ବି ବଢାଇବାର କାରଣ ପାଲଟିଥାଏ । ଯଦି ଆପଣଙ୍କର ଏହିଭଳି କିଛି ଅଭ୍ୟାସ ରହିଛି ତାହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ । ଏହାସହ ନିୟମିତ ବ୍ୟାୟମ କରନ୍ତୁ । ଏହା ବ୍ୟାତୀତ ଏହି କିଛିଟି ଟିପସ୍ ଆପଣାନ୍ତୁ …


-ତରଭୂଜ ବହୁପରିମାଣର ଖାଆନ୍ତୁ । ଏଥିରେ ଅଧିକ ଜଳୀୟ ଅଂଶ ଥିବାରୁ ଅଧିକ ସମୟ ପେଟ ଭରି ରହିବା ସହ ଭୋକ କମ ଲାଗିଥାଏ । ଏହା ଖାଦ୍ୟ ନିୟନ୍ତ୍ରିତ କରିବା ସହ ଭୋକ କମ କରାଇଥାଏ । ଭୋକ କମ କାରଣରୁ ଖଦ୍ୟା ମଧ୍ୟ କମ୍ ଖାଇବାକୁ ପଡ଼େ ଓ ପେଟ ଆପେ କମିଥାଏ ।
– ଅଧିକ ମାତ୍ରରେ ଫଳ, ସାଲଡ଼ ଓ ଶିଝା ଖାଦ୍ୟ ଖାଆନ୍ତୁ । ଏହାସହ ପ୍ରତିଦିନ ସକାଳୁ ଅଳ୍ପ ଉଷମ ପାଣିରେ ୨ରୁ୩ ଟୋପା ମହୁ ଓ ଲେମ୍ବୁ ରସ ମିଶାଇ ପିଅନ୍ତୁ ଦେଖିବେ ଖୁବ କମ୍ ଦିନ ମଧ୍ୟରେ ଆପଣଙ୍କ ପେଟ କମିଯିବ । ଯେଉଁମାନଙ୍କର ଗ୍ୟାସ୍ ସମସ୍ୟା ରହିଛି ସେମାନେ ଏହି ଉପାୟ କରିବା ଉଚିତ୍ ନୁହେଁ ।
-ପେଟ କମାଇବାରେ ବନ୍ଧା କୋବି ବେଶ ସହାୟକ ହୋଇଥାଏ । ପ୍ରତିଦିନ ବନ୍ଧାକୋବିକୁ ତରକାରୀ ବା ସାଲଡ଼ ଭାବେ ଖାନ୍ତୁ ।
-ଚର୍ବି କମାଇବା ପାଇଁ ଆପଣ ଏକ ପାନୀୟ ତିଆରି କରିପାରିବେ । ୩ରୁ୪ ଗ୍ଲାସ ପାଣିରେ ୨ଟି ଲେମ୍ବୁ, କିଛି ତୁଳସୀ ପତ୍ର ଓ ଗୋଟିଏ ଗୁଣ୍ଡ ଗୁୁଣ୍ଡ କଟା କାକୁଡ଼ି ବା ତାର ରସ ପକାଇ ମିଶାନ୍ତୁ । ଏହି ମିଶ୍ରଣକୁ ଗୋଟିଏ ପ୍ରତ୍ରରେ ଘୋଡ଼ାଇ ରାତିସାରା ରଖି ଦିଅନ୍ତୁ ଓ ସକାଳୁ ଉଠି ପିଅନ୍ତୁ । ନିୟମିତ ଏହିଭଳି ପିଇବା ଦ୍ୱାରା ପେଟରୁ ଚର୍ବି କମିଥାଏ ।

-ପେଟ କମାଇବା ପାଇଁ ରସୁଣ ଏକ ଗୁଣକାରି ଉପାଦାନ । ନିୟମିତ ଦୁଇକୋଲା ରସୁଣ ଖାଇ ନଖଉଷମ ପାଣି ପିଅନ୍ତୁ ଏହାଦ୍ୱାରା ପେଟରୁ ଚର୍ବି କମିବ ।
-ସେହିଭଳି ପୋଦିନା, ଜିରା ଶରୀରରୁ ଚର୍ବି କମ କରିଥାଏ । ତେଣୁ ପ୍ରତିଦିନ ଖାଦ୍ୟରେ ଜିରା ଓ ପୋଦିନା ପତ୍ରକୁ ସାମିଲ କରନ୍ତୁ । ଏହା ବ୍ୟତୀତ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ।

Previous ବିଚିତ୍ରପୁରରେ ପ୍ରକୃତିର ବୈଚିତ୍ର‌୍ୟ
Next Cine Actress Priyanka Chopra ties knot with Nikki.

No Comment

Leave a reply

Your email address will not be published. Required fields are marked *