ପ୍ରସ୍ତୁତ କରନ୍ତୁ ଘରୋଇ ସିନ୍ଦୁର

Homemade Sindoor

‘ସିନ୍ଦୁର’ ଏହା ଗୋଟିଏ ଶବ୍ଦ ମାତ୍ର ନୁହେଁ ଏହା ଜଣେ ନାରୀର ଶକ୍ତି, ସ୍ୱପ୍ନ, ଆଶକ୍ତି । ଏହି ସିନ୍ଦୁର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ । ଏହା ପ୍ରତ୍ୟେକ ସଧବା ନାରୀ ସିମନ୍ତର ଗର୍ବ । ଏହାକୁ ସିନ୍ଥିରେ ଭରିଲେ ନାରୀର ଉଦାସୀନତା, ନିରାଶବୋଧତା ଦୂର ହୁଏ । ଏହା ଜଣେ ନାରୀ ମନକୁ ଦୂର୍ବଳ ହେବାକୁ ଦିଏ ନାହିଁ । ସିନ୍ଦୁର ରକ୍ତଚାପକୁ ନିୟନ୍ତ୍ରିତ କରିବା ସହ ମାନସିକ ଚାପ ହ୍ରାସ କରେ ଓ ମନକୁ ଶାନ୍ତ ଏବଂ ସୁସ୍ଥ ରଖେ । ସିନ୍ଦୁରରେ ଥିବା ପାରଦ ତ୍ୱଚାକୁ ସହଜରେ ଶିଥିଳ ହେବାକୁ ଦିଏ ନାହିଁ । ଏଥିସହିତ ଏହାର କିଛି ପାଶ୍ୱର୍ ପ୍ରତିକ୍ରିୟା ମଧ୍ୟ ରହିଛି । ଏହାର ପ୍ରୟୋଗରେ କେଶର ମୂଳ ଦୁର୍ବଳ ହୁଏ ଓ ଝଡ଼ିଯାଏ । ଚର୍ମ କର୍କଟ ହେବାର ଆଶଙ୍କା ମଧ୍ୟ ଏହା ବଢ଼ାଇଦେଇଥାଏ । ଗର୍ଭବତୀ ମହିଳାମାନେ ରସାୟନିକ ସିନ୍ଦୁର ବ୍ୟବହାର କଲେ ସନ୍ତାନ ପ୍ରତି ବିପଦ ରହିଥାଏ । ଏସବୁ ଦୃଷ୍ଟିରୁ ପ୍ରାକୃତିକ ସିନ୍ଦୁର ବ୍ୟବହାର କରିବା ଭଲ ଯାହା ବଜାରରେ ସୁବିଧାରେ ମିଳୁଛି କିମ୍ବା ଆପଣ ଚାହିଁଲେ ନିଜେ ମଧ୍ୟ ଘରେ ପ୍ରସ୍ତୁତ କରିପାରିବେ ।


ସିନ୍ଦୁର ପ୍ରସ୍ତୁତି ପାଇଁ ଅବଶ୍ୟକ ସାମଗ୍ରୀ
୧. ଏକ ଚାମଚ ହଳଦୀ
୨. ଏକ ଚାମଚ ଲାଇମ୍ ଷ୍ଟୋନ (ଚୂର୍ଣ୍ଣ)/ କ୍ୟାଲସିୟମ ହାଇଡ୍ରକ୍ସାଇଡ
୩. କିଛି ବୁନ୍ଦା ଗୋଲାପ ଜଳ
୪. ଗୋଟେ ଚାମଚ ଗୋଲାପ ପାଖୁଡା ପେଷ୍ଟ

ପଦ୍ଧତ୍ତି
ଗୋଟିଏ ପାତ୍ରରେ କ୍ୟାଲସିୟମ ହାଇଡ୍ରକ୍ସାଇଡ ଏବଂ ହଳଦୀକୁ ଭଲଭାବେ ମିଶାଇ ଦିଅନ୍ତୁ । ସେଥିରେ ଗୋଲାପ ପାଖୁଡାର ପେଷ୍ଟ ମିଶାଇ ଗୋଳାନ୍ତୁ । ଯେପରିକି ଏହା ସମ୍ପୂର୍ଣ୍ଣ ରୂପେ ମିଶିଯିବ । କିଛି ସମୟ ପରେ ଆପଣ ଦେଖିବେ ଏହା ନାରଙ୍ଗୀ ରଙ୍ଗରୁ ଧିରେ ଧିରେ ଲାଲ୍ ରଙ୍ଗରେ ପରିଣତ ହୋଇଯିବ । ଏହି ଲାଲ୍ ରଙ୍ଗକୁ ଗାଢ଼ କରିବା ପାଇଁ ସେଥିରେ ଆଉ ଟିକେ କ୍ୟାଲସିୟମ ହାଇଡ୍ରକ୍ସାଇଡ ମିଶାନ୍ତୁ । ଏହି ପେଷ୍ଟ ଶୁଖିଗଲେ ତାହା ପୂନର୍ବାର କମଳା ରଙ୍ଗରେ ପରିବର୍ତ୍ତନ ହୋଇଯିବ । ତେବେ ନାଲି ରଙ୍ଗକୁ ଅପରିବର୍ତ୍ତିତ ରଖିବା ପାଇଁ ସେଥିରେ ଟିକେ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ବଜାରର ଗୋଲାପ ଜଳ ବ୍ୟବହାର କରିପାରିବେ କିମ୍ବା ଘରେ ମଧ୍ୟ ପ୍ରସ୍ତୁତ କରିପାରିବେ । ପରେ ଏହାକୁ ଶୁଖାଇ ଗୁଣ୍ଡ କରି ନିଜ ସିନ୍ଥିରେ ଲଗାନ୍ତୁ ।ସିନ୍ଦୁରର ରହସ୍ୟ କ’ଣ?

– ସୁନୈନା ମହାନ୍ତି

Previous ମଦ୍ୟପାନ ଛାଡ଼ନ୍ତୁ - ସୁଧୁରିବା ଲୋକ ସୁଧୁରି ଯାଆନ୍ତୁ
Next ରହସ୍ୟମୟୀ ସିନ୍ଦୁର

No Comment

Leave a reply

Your email address will not be published. Required fields are marked *