ଘରୋଇ ଉପଚାରରେ ପାଦ ମସାଜ

Health Benefits of Foot Massage

ସାରା ଦିନ ଗୋଟିଏ ସ୍ଥାନରେ ବସି ରହି କାମ କରିବା କାରଣରୁ ହେଉ ଅବା ଏଠାରୁ ସେଠାକୁ ଯିବାଆସିବା କରିବାରୁ ହେଉ ଆମ ପାଦରେ ଅନେକ ସମୟରେ କଷ୍ଟ ଅନୁଭବ ହୋଇଥାଏ । ନିୟମିତ ମସାଜ କରିବା ଦ୍ୱାରା ଏହି ଯନ୍ତ୍ରଣାରୁ ମୁକ୍ତ ମିଳିବା ସହ ପାଦ ସୁନ୍ଦର ଦିଶିଥାଏ । କେଉଁ ସମୟରେ କିପରି ପାଦ ମସାଜ କରିବେ ସେ ବିଷୟରେ ଜାଣନ୍ତୁ ।

• ରାତିରେ ସୋଇବା ଆଗରୁ ମସାଜ କରିବା ଦ୍ୱାରା ସୁଖ ନିଦ୍ରା ସାଙ୍ଗକୁ ରକ୍ତ ସଂଚାଳନ ଠିକ୍ ଭାବେ ହୋଇଥାଏ । ଏହାସହ ସୋଇବା ଆଗରୁ ମସାଜ କରିବା ଦ୍ୱାରା ଥକାପଣ ଦୂରା ହେବାସହ ପାଦ ଓ ପିଠି ଯନ୍ତ୍ରଣାରୁ ଉପସମ ମିଳିଥାଏ । ମସାଜ ଦ୍ୱାରା ପାଦ ଅଧିକ ସୂନ୍ଦର ହୋଇଥାଏ । ସବୁଦିନ ପାର୍ଲର ଯାଇ ମସାଜ କରିବା ସମସ୍ତଙ୍କ ପାଇଁ ସମ୍ଭବ ହେଉନଥିବା ବେଳେ ବ୍ୟୟ ବହୁଳ ହୋଇଥାଏ ମଧ୍ୟ । ହେଲେ ଆପଣ କମ୍ ମୂଲ୍ୟରେ ନିଜେ ଘରେ ପାଦ ମସାଜ କରି ଆରାମ ପାଇ ପାରିବେ ।
• ଗୋଟିଏ ବଡ଼ ଓ ଫରଚା ପାତ୍ରରେ ନଖ ଉଷୁମ ଗରମ ପାଣି ନିଅନ୍ତୁ ଓ ଏଥିରେ କିଛି ବୁନ୍ଦା ଅବଶ୍ୟକ ତେଲ ମିଶାନ୍ତୁ । ୧୦ରୁ୧୫ ମିନିଟି ଏହି ପାଣିରେ ନିଜ ପାଦକୁ ବୁଡ଼ାଇ ରଖିବା ପରେ ବାହାରକୁ କାଢି ଭଲଭାବରେ ପୋଛି ଦିଅନ୍ତୁ । ଏହାପରେ ବାମ ଗୋଡ଼କୁ ଡ଼ାହଣ ଆଣ୍ଠୁ ଉପରେ ରଖି ଏକ ଟେବୁଲ ଉପରେ ବସନ୍ତୁ । କିଛି ଗରମ ତେଲ ନେଇ ଧିରେଧିରେ ଗୋଡ଼ରେ ମାଲିସ କରନ୍ତୁ । ଏଥି ପାଇଁ ଆପଣ ସୋରିଶ ବା ନଡ଼ିଆ ତେଲ ବ୍ୟବହାର କରିପାରିବେ । ଅଙ୍ଗୁଳି ଚାରିପାଖରେ ମଧ୍ୟ ମସାଜ କରିବା ଜରୁରୀ, ମସାଜର ଲାଭ ଯେପରି ସମ୍ପୂର୍ଣ୍ଣ ଗୋଡ଼ ଉପରେ ପଡ଼ିବ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ । ଗୋଟିଏ ଗୋଡ଼ ସରିଲେ ଅନ୍ୟ ଗୋଡ଼ିଟି ସମାନ ପ୍ରକ୍ରିୟାରେ ମସାଜ କରନ୍ତୁ ।

Previous ଘୋଡ଼ା ନୁହେଁ କି ଗାଡ଼ି ନୁହେଁ ସି-ପ୍ଲେନରେ ଏଣ୍ଟ୍ରିକରିବେ ରଣବିର
Next ଶିଳ୍ପ ସମୃଦ୍ଧ ଓଡ଼ିଶାର ସଂକଳ୍ପ ଓ ସ୍ୱପ୍ନ

No Comment

Leave a reply

Your email address will not be published. Required fields are marked *