ସାରା ଦେଶରେ କରୋନା ରୋଗ ପାଇଁ ତାଲା ବନ୍ଦ ରହିଥିବା ବେଳେ ପ୍ରାୟ ସମସ୍ତ ପରିବାର ସଦସ୍ୟ ଗୋଟିଏ ଛାତ ତଳେ ସମୟ ବିତାଉଛନ୍ତି। ଏହି ସମୟରେ ବାହାରକୁ ଯାଇ ଫ୍ରେସ୍ ପନିପରିବା ଆଣିବା ସମ୍ଭ ହେଉନାହିଁ ଆଉ କେଉଁଠି ପାରିବା ମିଳିବା କଷ୍ଟ କର ହେଉଛି, ତେଣୁ ଘରଣୀ ମାନେ ଚିନ୍ତାରେ ରହିଥିବେ ନିଶ୍ଚୟ ଯେ ବିନା ପାରିବା ରେ କଣ ରୋଷି କରିବେ ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ଆମେ ଆପଣଙ୍କୁ କେତେ ପ୍ରକାରର ଆଇଟମ କହିବୁ ଯାହାକୁ ବିନା ପନିପରିବା ବା ଅଳ୍ପ ଆଳୁ ପିଆଜ ଦେଇ ତିଆରି କରିପାରିବେ। ତେବେ ଜାଣନ୍ତୁ କଣ କରିବେ…
ଦଲିଆ (Daliya):
ଦଲିଆ ପ୍ରାୟ ସବୁ ବୟସର ଲୋକଙ୍କ ପାଇଁ ଏକ ପୃଷ୍ଟିକର ଖାଦ୍ୟ। ଏହାକୁ ସକାଳ ଓ ସନ୍ଧ୍ୟା ଜଳଖିଆ ରେ ପରସି ପାରିବେ। ବିନା ପରିବାରେ କ୍ଷୀର ଚିନି ଦେଇ ଦଲିଆ କ୍ଷୀରି କରିପାରିବେ। ସେହିଭଳି ପିଆଜ ଟମାଟୋ ଦେଇ ଉପମା ଭଳି କରିପାରିବେ।
ଖେଚୁଡ଼ି:
କେବଳ ଡାଲି, ଚାଉଳ ଚିନି ଆଉ ଅଳ୍ପ ଘିଅ, ଅଦା ପକେଇ ସ୍ଵାଦିଷ୍ଟ ଖେଚୁଡ଼ି କରିପାରିବେ। ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ରେ ଖାଇ ପାରିବେ।
ପୋହା (ଚୁଡ଼ା ଉପମା):
ସକାଳ ଜଳଖିଆ ପାଇଁ ପୋହା ଅତ୍ୟନ୍ତ ସହଜ ଓ ସ୍ଵାଦିଷ୍ଟ ହୋଇଥାଏ। କେବଳ କଞ୍ଚା ଲଙ୍କା, ପିଆଜ, ବାଦାମ ଦେଇ ବିନା ପାରିବା ତିଆରି କରି ପାରିବେ। ଏମିତିରେ ବିନ୍, ଫୁଲ କୋବି, ଆଲୁବି ପକେଇପରିବେ।
ସାଗୁଦାନା ଖେଚୁଡ଼ି:
ସାଗୁ ଦେହ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ସଗୁରେ ବରା, ଉପମା, ଖେଚୁଡ଼ି ଇତ୍ୟାଦି ତିଆରି କରିପାରିବେ। ଖେଚୁଡ଼ି ପାଇଁ ସାଗୁକୁ ୨-୩ ଘଣ୍ଟା ବତୁରାଇ ରଖନ୍ତୁ। ଭଲ ଭାବେ ଭିଜିଲା ପରେ ଫୁଟଣ କରି ଅଳ୍ପ ଆଳୁ ସିଝା, ଟମାଟୋ ଦେଇ ଲୁଣ, ହଳଦୀ ଓ ମସଲା ଦେଇ ଉପମା ତିଆରି କରନ୍ତୁ। ସକାଳ କିମ୍ବା ସନ୍ଧ୍ୟା ଜଳଖିଆ ରେ ଏହାକୁ ଖାଇ ପାରିବେ।
ସେହି ଭଳି ଦହି – ଭାତ, ଦହି – ଖେଚୁଡ଼ି, ପିଆଜ ପଲଉ, ଚପାତି – ଆଳୁ କଷା ଓ ଝୋଳ କରିପାରିବେ। ଏହାସହ ଡାଲ – ବାଟି, ରାବିଡି, ଆଳୁ ପରଟା, ମୁଗ ଡାଲି – ପରଟା, ଛୋଲେ – ଭାତ, ରଜମା – ଭାତ, ସୁଜି ଉପମା, ନାନ୍- ଡାଲ ମାଖନ୍, ଦହି ବରା, ବରା- ସମ୍ବର୍ – ଚଟଣୀ, ଡ୍ରାୟ ଫ୍ରୁଟ ପଲଉ, ଦହି ପରଟା, ମାଲପୁଆ, ଲେମନ୍ ରାଇସି, ବେସନ କାକରା, ସାେୟାବିନ ତରକାରୀ, ସାେୟାବିନ ପଲଉ, ଚଣା ଡାଲି ଚାଉଳ ଖେଚୁଡ଼ି, ଚୁରୂମା, ମସଲା ଇଟିଲି, ବେସନ ଲଡୁ, ଅଟା, ଡ୍ରାୟ ଫ୍ରୁଟ୍ ଲଡୁ ଆଦି ବିନା ପରିବାରେ ତିଆରି କରିପାରିବେ।
No Comment