ଦୀପିକାଙ୍କ ଫିଟନେସ ମନ୍ତ୍ର

deepika padukone fitnees secrets

ଓମ୍ ଶାନ୍ତି ଓମ୍ ରୁ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ପାଦ୍ୟୁକୋନଙ୍କ ଅଭିନୀତ ଅଧିକାଂଶ ଫିଲ୍ମ ୧୦୦ କୋଟିରୁ ଊଦ୍ଧ୍ୱର୍ ବ୍ୟବସାୟ କରିଛି । ମୃଗ ପରି ନୟନ ଯୁଗଳ, ସରୁ ଅଣ୍ଟା, ସୁମଧୁର ସ୍ୱର, ଆକର୍ଷଣୀୟ ଉଚ୍ଚତା, ଘନ କଳା କେଶ ଗୁଚ୍ଛ, ପୂରିଲା ପୂରିଲା ଗାଲରେ ହସି ଦେଲା କ୍ଷଣି ସ୍ପଷ୍ଟ ପ୍ରତୀୟମାନ ହେଉଥିବା ମନଲୋଭା ଭଉଁରୀ ପାଇଁ ଯୁବବର୍ଗଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି ଦୀପିକା । ସୁନ୍ଦର ଚେହେରା ସାଙ୍ଗକୁ ଜବରଦସ୍ତ ଅଭିନୟ ତାଙ୍କୁ ବଲିଉଡ୍ ରେ ଅଗ୍ରଣୀ ଅଭିନେତ୍ରୀ ହେବାରେ ସହାୟକ ହୋଇଛି । ଆସନ୍ତୁ ଜାଣିବା ତାଙ୍କର ଫିଟନେସ ସିକ୍ରେଟ୍ସ ସମ୍ବନ୍ଧରେ ।

ପ୍ରତି ଦିନ ଛଅ ଥର ଅଳ୍ପ ଅଳ୍ପ ଖାଇଥାନ୍ତି ଦୀପିକା । ଫାଇବର, ପ୍ରୋଟିନ୍, ଏମେଗା-୩ ଫ୍ୟାଟି ଏସିଡ୍, ଭିଟାମିନ୍ ଏବଂ ମିନେରାଲ ଆଦି ଖାଦ୍ୟସାର ନିତିଦିନିଆ ଖାଦ୍ୟଥାଳିରେ ସାମିଲ କରିଥାନ୍ତି ସେ । ସୁଟିଂରେ ବ୍ୟସ୍ତତା କାରଣରୁ ଯଦି ଖାଇବାରେ ଅସୁବିଧା ହୁଏ ତେବେ ଫଳ ରସ, ପଇଡ ପାଣି, ବଟର ମିଲ୍କ ଏବଂ ପାଣି ପିଇ ଶରୀର ଆର୍ଦ୍ରତା ବଜାୟ ରଖିଥାନ୍ତି ଏହି ପ୍ରତିଭାବାନ୍ ଅଭିନେତ୍ରୀ । ରାତ୍ରି ଭୋଜନରେ କେବେବି ଭାତ ଖାଆନ୍ତି ନାହିଁ ଦୀପିକା ।

ଦୀପିକାଙ୍କ ଡାଏଟ ପ୍ଲାନ
ସକାଳ(୫.୩୦) – ଲେମ୍ବୁ ଏବଂ ମହୁ ମିଶ୍ରିତ ଗରମ ପାଣି
ସକାଳ ଜଳଖିଆ(୭.୩୦)- ଅଣ୍ଡାର ଧଳା ଅଂଶ, ଦୁଇଟି ପିସ୍ତା ବାଦାମ, କମ୍ ଫ୍ୟାଟ ବିଶିଷ୍ଟ ୧ ଗ୍ଲାସ କ୍ଷୀର
ମିଡ୍ ଲଞ୍ଚ(୧୦)- ତଟକା ଫଳ
ସାନ୍ଧ୍ୟ ସ୍ନାକ୍ସ- କଫି ଏବଂ ୨ଟି ପିସ୍ତା ବାଦାମ
ରାତ୍ରି ଭୋଜନ- ଚପାତି ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରି
ଖାଦ୍ୟ ଗ୍ରହଣରେ ଦୀପିକାଙ୍କ ନିୟମ
– ଶରୀର ଆବଶ୍ୟକତାଠାରୁ ଅଧିକ ଖାଆନ୍ତି ନାହିଁ ।
– ଠିକ୍ ସମୟରେ ଖାଆନ୍ତି ।
– ନିତିଦିନିଆ ଖାଦ୍ୟଥାଳିରେ ଅଧିକ ଫଳ ଓ ପନିପରିବା ସାମିଲ କରନ୍ତି ।
– ସନ୍ଧ୍ୟା ୭ଟା ପରେ ଭାତ ଖାଆନ୍ତି ନାହିଁ ।

ସ୍ଲିମ ଏବଂ ଫିଟ୍ ଶରୀର ପାଇଁ ଦୀପିକାଙ୍କ ଗୁରୁ ମନ୍ତ୍ର
– ନିୟମିତ ବ୍ୟାୟାମ ଏବଂ ଭିଟାମିନଯୁକ୍ତ ଖାଦ୍ୟ ଗ୍ରହଣ
– ପ୍ରଚୁର ପରିମାଣରେ ଜଳ ପାନ
– ଯଥେଷ୍ଟ ନିଦ୍ରା
– ଧ୍ୟାନ ଜରିଆରେ ଅବସାଦ ବିମୋଚନ
– ଚର୍ବି ବିହୀନ ଆକର୍ଷଣୀୟ ପେଟ ପାଇଁ ଦୈନନ୍ଦିନ ବ୍ୟାୟାମ ଏବଂ ଜଙ୍କ ଫୁଡ୍ ପରିହାର
– ଦେହକୁ ସୁହାଇଲା ଭଳି ସର୍ବୋତ୍ତମ ଡାଏଟ ପ୍ଲାନ
– ସୁସ୍ଥ ଜୀବନଚର୍ଯ୍ୟା ଅନୁପାଳନ

Previous ମ୍ୟାଚ ବିଜେତା ନାଇଟ ୱାଚମ୍ୟାନ
Next ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

No Comment

Leave a reply

Your email address will not be published. Required fields are marked *