କେଶ ସୂନ୍ଦର କରେ ମେହେନ୍ଦି . . .

benefits of mehendi for hair

ନାରୀ ମାନଙ୍କର ଲମ୍ବା ଓ ସୁନ୍ଦର କେଶକୁ ନେଇ ସବୁବେଳେ ଦୁର୍ବଳତା ରହିଥାଏ । କେଶକୁ ସୁନ୍ଦର କରିବା ପାଇଁ ପ୍ରାୟ ସମସ୍ତେ ଚାହାନ୍ତି ସେ ଝିଅ ହୋଉ ବା ବୋହୁ । କେହି କେହି ନିଜ କେଶକୁ ରଙ୍ଗ କରିବା ପାଇଁ ବଜାରରୁ ନକଲି ଜିନିଷ କିଣି ପ୍ରୟୋଗ କରିଥାନ୍ତି । ଯାହା ଦ୍ୱାରାକି ଅନେକ ପ୍ରକାର କେଶ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ବି କେଶ ଝଡିବା , କେଶ ରୁକ୍ଷ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣ ମେହେନ୍ଦିର ବ୍ୟବହାର କରନ୍ତୁ । ମେହେନ୍ଦି ଏକ ପ୍ରାକୃତିକ ଉପଚାର ଯାହା କି ଆପଣଙ୍କ କେଶକୁ ସମ୍ପୂର୍ଣ୍ଣ ପ୍ରାକୃତିକ ଉପାୟରେ ଉପଚାର କରିବା ସହିତ କେଶକୁ ରଙ୍ଗିନ କରିଥାଏ । ଏହାଦ୍ୱାରା କେଶରେ କୌଣସି ସାଇଡ ଇଫେକ୍ଟ ଦେଖାଦେଇନଥାଏ ।
ଋୁପି ସମସ୍ୟା ଦୂର ହେବ 

କେଶରୁ ରୂପି ଦୂର ପାଇଁ ଆପଣ ଅନେକ ପ୍ରକାର ସାମ୍ପୁର ବ୍ୟବହାର କରିଥିବେ କେହିକେହି ଡାକ୍ତରଙ୍କ ପରାମର୍ଶରେ ମେଡିସିନ ବି ଖାଇଥାଆନ୍ତି । ମେହେନ୍ଦି ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ରୂପି ସମସ୍ୟା ସମ୍ପପୂର୍ଣ ଦୂର ହୋଇଯିବ । ମେହେଥିକୁ ରାତିରେ ପାଣିରେ ବତୁରାଇ ଦିଅନ୍ତୁ, ସକାଳୁ ଗ୍ରାଇଣ୍ଡର ବା ଶିଳରେ ବାଟି ସେଥିରେ ଦୁଇ ଚାମଚ ସୋରିଷ ତେଲ, ଅଳ୍ପ ମେହେନ୍ଦି ମିଶାଇ ଅଧ ଗ୍ଲାସ ପାଣିରେ ଫୁଟାନ୍ତୁ । ଏହା ଥଣ୍ଡା ହେଲା ପରେ ସେହି ପେଷ୍ଟକୁ କେଶରେ ଲଗାନ୍ତୁ । ମାସକୁ ଦୁଇରୁ ତିନି ଥର ଏପରି କଲେ ଆପଣଙ୍କ ରୁପି ସମସ୍ୟା ଦୂର ହେବ ।
କେଶରେ ଚମକ ଆସିବ

ମାସରେ ଦୁଇ ରୁ ତିନି ଥର ମେହେନ୍ଦିର ବ୍ୟବହାର ଆପଣଙ୍କ କେଶରେ ସୁନ୍ଦରତାକୁ ବୃଦ୍ଧି କରିବା ସହିତ ଡ୍ୟାମେଜ କେଶକୁ ଠିକ୍ କରିଥାଏ ଓ କେଶ ଝଡିବାରୁ ମୁକ୍ତି ଦେଇଥାଏ । ଅଁଳା ପାଣିରେ ମେହେନ୍ଦି ମିଶାଇ ଲଗାଇବା ଦ୍ୱାରା କେଶ ନରମ ଓ କଳା ହୋଇଥାଏ । ମେହେନ୍ଦି ଏକ ଉପଯୁକ୍ତ କଣ୍ଡିସନର ଅଟେ ଯାହା କେଶକୁ ଡ୍ୟାମେଜରୁ ରକ୍ଷା କରିଥାଏ ଓ ପ୍ରଦୁଷଣରୁ ମଧ୍ୟ ସୁରକ୍ଷା ଦେଇଥାଏ । କେଶକୁ ସୁରକ୍ଷା ଦେବା ସହ ପ୍ରକୃତିକ ଚମକ ମଧ୍ୟ ପ୍ରଦାନ କରିଥାଏ ମେହେନ୍ଦି ।
ମେହେନ୍ଦି ଲଗାଇବାର ଉପାୟ

ମେହେନ୍ଦିର ଉପକାର ସେତବେଳେ ମିଳିବ ଯେବେ ଏହାର ଲଗାଇବା ତରିକା ଠିକ୍ ହେବ । ପ୍ରଥମେ ଆପଣ ଜାଣିବା ଦରକାର ଏହାକୁ କିପରି ଲଗାଇବେ , ଗରମ ପାଣିରେ ଦୁଇ ଚାମଚ ଅଁଳା ପାଉଡର ଓ ଗେଟିଏ ଚାମଚ କଳା ଚା’ ଓ ଆବଶ୍ୟକତା ଅନୁସାରେ ମେହେନ୍ଦି ମିଶା ଏକ ମିଶ୍ରଣ ତିଆରି କରନ୍ତୁ, ଏହାକୁ ପରଦିନ ଭଲ କରି ଗେଳାନ୍ତୁ । ରାତିରେ ନ ଲଗାଇ ଦିନରେ ଲଗାଇଲେ ଭଲ ।

Previous ବଢ଼ିଲା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ଫର୍ମପୂରଣ ସମୟସୀମା, ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା
Next ଅମିତାଭ ଘୋଷ ପାଇବେ ୫୪ତମ ‘ଜ୍ଞାନପୀଠ ପୁରସ୍କାର’

No Comment

Leave a reply

Your email address will not be published. Required fields are marked *