ଅଭିନବ ପ୍ରତିବାଦ: ନିଜ 8ବର୍ଷର ଝିଅ ସହ ଟିଭିରେ ଖବର ପଢ଼ିଲେ ସାମ୍ବାଦିକା (ଦେଖନ୍ତୁ ଭିଡିଓ)

anchor read news with daughter

ସମୟ ସନ୍ଧ୍ୟା 7ଟା । ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଜାଣିବାକୁ ଅନ୍ୟ ଦିନ ଭଳି ସେଦିନବି ଅନେକଙ୍କ ନଜର ଥାଏ ଟିଭିର ପ୍ରାଇମ୍ ଟାଇମ୍ ବୁଲେଟିନ୍ ଉପରେ । କିନ୍ତୁ ଯେତେବେଳେ ବୁଲେଟିନ ଆରମ୍ଭ ହେଲା, ସମସ୍ତେ ଚକିତ ହୋଇଗଲେ । ଖବର ପଢ଼ିବା ପାଇଁ ନିଜ 8 ବର୍ଷର ଝିଅ ସହ ବସିଥିଲେ ସାମ୍ବାଦିକା । ଗତକାଲି ଏଭଳି ନ୍ୟୁଜ ବୁଲେଟିନ୍ ପ୍ରସାରଣ ହୋଇଥିଲା ପାକିସ୍ତାନର ଏକ ପ୍ରମୁଖ ଚ୍ୟାନେଲ ସମା ଟିଭିରେ । ଖବର ପଢ଼ିଥିଲେ ଆଙ୍କର କିରଣ ନାଜ୍ ।

ସପ୍ତାହେ ତଳେ ପାକିସ୍ତାନର କସୁରରେ ଘଟିଥିବା 8ବର୍ଷୀୟ ଶିଶୁକନ୍ୟା ଜୈନାବର ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ହଇଚଇ ଖେଳାଇଥିବା ବେଳେ ଏହି ଜଘନ୍ୟ କାଣ୍ଡର ଅଭିନବ ଉପାୟରେ ପ୍ରତିବାଦ କରିଥିଲେ ଆଙ୍କର କିରଣ ନାଜ୍ । ‘ମୁଁ ଆଜି କେବଳ କିରଣ ନାଜ୍ ନୁହେଁ, ଆଜି ମୁଁ ଜଣେ ମାଆ’, ଏହା କହି ସେ ଖବର ଆରମ୍ଭ କରିଥିଲେ । ଦେଖନ୍ତୁ ଭିଡିଓ:

 

Previous ଲକ୍ଷ୍ୟ ସାଧନର ଚାବିକାଠି
Next ନିଜ Voiceକୁ କରନ୍ତୁ କ୍ୟାରିୟର

No Comment

Leave a reply

Your email address will not be published. Required fields are marked *