– ଦୁବାଇରେ ରହିଛି ଦୁନିଆରେ ସବୁଠାରୁ ଉଚ୍ଚ ପ୍ରାସାଦ ‘ବୁର୍ଜ ଖଲିଫା’ । ଯାହାର ଉଚ୍ଚତା ୮୨୮ ମିଟର (୨,୭୧୬.୫ ଫୁଟ) । ଆଇଫିଲ ଟାୱାର ତୁଳନାରେ ଏହା ତିନି ଗୁଣା ବଡ଼ ।
– ଏହି ପ୍ରାସାଦ ତିଆରି ପାଇଁ ମୋଟ ୧.୫ ବିଲିଅନ ଡଲାର (୯୬୬୫ କୋଟି ୫୦ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି ।
– ୧୬୩ ମହଲା ବିଶିଷ୍ଟ ଏହି ପ୍ରାସାଦରେ ୫୮ଟି ଲିଫ୍ଟ, ୨୯୫୭ଟି ପାର୍କିଂ ସ୍ପେସ୍, ୩୦୪ଟି ହୋଟେଲ ଏବଂ ୯୦୦ଟି ଆପାର୍ଟମେଣ୍ଟ ରହିଛି ।
– ‘ବୁର୍ଜ ଖଲିଫା’ ପ୍ରଥମେ ‘ବୁର୍ଜ ଦୁବାଇ’ ନାମରେ ପରିଚିତ ଥିଲା । ପରେପରେ ସେଠାକାର ରାଷ୍ଟ୍ରପତି ଖଲିଫା ବିନ୍ ଜାୟଦ୍ ଅଲ୍ ନହ୍ୱାନ୍ ଙ୍କ ନାମରେ ନାମିତ କରାଯାଇ ବୁର୍ଜ ଖଲିଫା ରଖାଗଲା ।
– ୧୨,୦୦୦ ଶ୍ରମିକଙ୍କ ଦିନରାତି ପରିଶ୍ରମ ବଳରେ ଏହି ବିଶାଳ ପ୍ରାସାଦ ତିଆରି କାର୍ଯ୍ୟ ୨୦୦୪ରେ ଆରମ୍ଭ କରାଯାଇ ୨୦୧୦ରେ ଶେଷ ହୋଇଥିଲା ।
– ଏହି ପ୍ରାସାଦରେ ଏକକାଳୀନ ୩୫,୦୦୦ ଲୋକ ରହିପାରିବା ଭଳି ବ୍ୟବସ୍ଥା ରହିଛି ।
– ୯୫ କିଲୋମିଟର ଦୂରରେ ଛିଡ଼ା ହୋଇ ମଧ୍ୟ ଏହି ବିଶାଳ ପ୍ରାସାଦକୁ ଜଣେ ଦେଖିପାରିବେ ।
– ପ୍ରତ୍ୟେକ ଦିନ ଏହି ପ୍ରାସାଦକୁ ୯୪୬ ହଜାର ଲିଟର ପାଣି ୧୦୦ କିଲୋମିଟର ଲମ୍ବ ପାଇପ ମାଧ୍ୟମରେ ପହଞ୍ଚାଯାଏ ।
– ଏହି ପ୍ରାସାଦର ୭୬ ମହଲାରେ ସବୁଠାରୁ ଉଚ୍ଚ ସୁଇମିଙ୍ଗ ପୁଲ ଏବଂ ୧୨୨ ମହଲାରେ ରେଷ୍ଟୁରାଣ୍ଟ ରହିଛି ।
– ବୁର୍ଜ ଖଲିଫା ପ୍ରାସାଦ ନାମରେ ସ୍ୱତନ୍ତ୍ର ୬ଟି ବିଶ୍ୱ ରେକର୍ଡ ମଧ୍ୟ ରହିଛି, ଯେଉଁଥିରେ ଉଚ୍ଚ ପ୍ରାସାଦ, ଅଧିକ ମହଲା ଏବଂ ସବୁଠାରୁ ଉଚ୍ଚ ଲିଫ୍ଟ ଅନ୍ୟତମ ।
– ଏହି ପ୍ରାସାଦରେ ଶୀତଳ କୋଠରୀ ପାଇଁ ଲାଗିଥିବା ACରୁ ଗୋଟିଏ ବର୍ଷରେ ଯେତିକି ପାଣି ବାହାରେ ସେଥିରେ ଅଲମ୍ପିକର ୫ଟି ସ୍ୱିମିଙ୍ଗପୁଲ ଭରିିଯିବ ।
– ଏହି ପ୍ରାସାଦରେ ହେଲିକେପ୍ଟର ଅବତରଣ ପାଇଁ ୨୫ ମିଟର ଚଉଡ଼ାର ହେଲିପ୍ୟାଡ଼ ମଧ୍ୟ ରହିଛି ।
Nice Information