ଶିଆଳି ବେଳାଭୂମି …

Siali Beach, a splendid tourist destination

କର୍ମମୟ ଜୀବନରୁ ଟିକିଏ ଫୁରୁସତ୍ ପାଇଲେ ବ୍ୟକ୍ତି ଟିକିଏ ବୁଲାବୁଲି ପାଇଁ ଇଛା କରିଥାଏ । ବିଶେଷ କରି ବେଳାଭୂମିର ମଜା ନେବାକୁ ବେଶି ପସନ୍ଦ କରିଥାଏ । ଓଡ଼ିଶାରେ ବେଳାଭୂମିର ଅଭାବ ନାହିଁ ହେଲେ ଏକ ଶ।।ନ୍ତ ଓ ସୁନ୍ଦର ପରିବେଶ ସୃଷ୍ଟି କରିବା ସହ ନିଆରା ଓ ଅଭୂଲା ଅନୁଭୁତି ଦେଉଥିବା ବେଳାଭୂମି ହେଉଛି ଶିଆଳି । ରାଜଧାନୀଠାରୁ ମାତ୍ର ୮୦ କିଲୋମିଟର ଦୂର ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଅନ୍ତର୍ଗତ ଶିଆଳିରେ ରହିଛି ଏହି ବେଳାଭୂମି । ବର୍ଷକ ବାରମାସ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ । ବର୍ଷର ସବୁ ସମୟରେ ଏଠାକୁ ବୁଲିଯିବା ପାଇଁ ଉପଯୁକ୍ତ ..
ଜଙ୍ଗଲ କ୍ୟାମ୍ପର ଅନୁଭୂତି

ଶିଆଳି ବେଳାଭୂମିର ସୁନ୍ଦର ଓ ଶାନ୍ତ ପରିବେଶ ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରିଥାଏ । ସୁଦୀର୍ଘ ବେଳାଭୂମି ସାଙ୍ଗକୁ ସମୁଦ୍ରର ଗାଧୁଆ, ସୂର୍ଯ୍ୟଙ୍କ ଅସ୍ତ ଓ ଉଦୟର ଦୃଶ୍ୟ ଅତ୍ୟନ୍ତ ମନୋରମ । ପରିବାର ଓ ସହପାଠୀଙ୍କ ସହ ଖୁସି ମନାଇବା ପାଇଁ ଏଠାକାର ପରିବେଶ ବେଶ୍ ଉପଯୋଗୀ । ଯୁବପିଢିକୁ ସୁହାଇଲା ଭଳି ଏହା ଏକ ଲୋଭନୀୟ ସ୍ଥାନ କହିଲେ ଚଳେ । ସମୁଦ୍ର ଗାଧୁଆ ପାଇଁ ସ୍ଥାନଟି ସମ୍ପୁର୍ଣ୍ଣ ଉପଯୁକ୍ତ ଅଟେ । ଏହା ସହ ସମୁଦ୍ର ପାଖରେ ଥିବା ଝାଉଁ ବଣରେ ବଣଭୋଜି କରିବା ପାଇଁ ସବୁପ୍ରକାର ସୁବିଧା ରହିଛି ଏଠାରେ । ଖରାଦିନରେ ଝାଉଁ ଗଛର ଛାଇ ଓ ସମୁଦ୍ରର ଶୀତଳ ପବନ ଖରାଦିନର ଅବଶ ଦେହକୁ ଶାନ୍ତ କରିବା ସହ ମନକୁ ହାଲୁକା କରିପକାଏ । ଏହାସହ ଏଠାରେ ତାଳପତ୍ରରେ ତିଆରି ଛୋଟ ଛୋଟ ଘରମାନ ପର୍ଯ୍ୟଟକଙ୍କୁ କୌତୁହଳର କରାଣ ପାଲଟିବା ସହ ଏକ ଜଙ୍ଗଲ କ୍ୟାମ୍ପର ଅନୁଭୁତି ଦେଇଥାଏ । ଖାଇବା ପିଇବାଠୁ ଆରମ୍ଭ କରି ଏଠାରେ ବିଶ୍ରାମ ନେବାକୁ ମଧ୍ୟ ପର୍ଯ୍ୟଟକମାନେ ପଛେଇ ନଥାନ୍ତି । ଏହି ସମୁଦ୍ର ଉପକୂଳର ପରିବେଶ ଅତ୍ୟନ୍ତ ଶାନ୍ତ ରହିଥିବାରୁ ନିରୋଳାରେ କିଛି ସମୟ ବିତାଇବା ପାଇଁ ସମ୍ପୁର୍ଣ୍ଣ ଉପଯୁକ୍ତ । ବେଳାଭୂମିରେ ରହିଛି ମା’ ଦୁର୍ଗା ଓ ପ୍ରଭୁ ହନୁମାନଙ୍କ ମନ୍ଦିର । କୁହାଯାଏ ଯେ ଦଶହରା ସମୟରେ ମା’ଦୁର୍ଗାଙ୍କ ଚରଣ ସମୁଦ୍ରର ପାଣି ଛୁଇଁଥାଏ । ସମୁଦ୍ର କୂଳରେ ଅନେକ ବିରଳ ପ୍ରଜାତିର ପକ୍ଷୀ ଦେଖିବାକୁ ମିଳିଥାଏ ।
ଘରୋଇ ଖାଦ୍ୟର ମଜା


ଶିଆଳି ବେଳାଭୂମି ନିକଟରେ ରହିବା ପାଇଁ ପାନ୍ଥନିବାସର ବ୍ୟବସ୍ଥା ରହିଛି । ଏହାସହ ଯଦି ଆପଣ ଏରସମା ବଜାରରେ ହୋଟେଲ ବା ରେସ୍ତୋରାଁରେ ରହିପାରିବେ । ବେଳାଭୂମିକୁ ଅଧିକ ସୁନ୍ଦର କରିବା ପାଇଁ ସରକାରଙ୍କ ତରଫରୁ ବେଳାଭୂମି ଭିତ୍ତିଭୂମିର ବିକାଶ, ପାନୀୟ ଜଳ ଯୋଗାଣ , ୱାଚ୍ ଟାୱାର ଓ ଏଲଇଡି ଲାଇଟର ବ୍ୟବସ୍ଥା ଗମନାଗମନର ସୁବିଧା, ବଣଭୋଜି ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହା ସହ ଏଠାରେ ସ୍ୱଳ୍ପ ମୂଲ୍ୟରେ ବିଭିନ୍ନ ପ୍ରକାର ଘରୋଇ ଓ ଦେଶୀ ଖାଦ୍ୟ ଖାଇବାର ସୁଯୋଗ ପାଇପାରିବେ ।

Previous ବର୍ଦ୍ଧିତ ରେପୋ ରେଟ ଛାଟ କାହିଁକି?
Next ଦୂର୍ବଳ ଟଙ୍କା ଉଦବେଗଜନକ ସ୍ଥିତିରେ

No Comment

Leave a reply

Your email address will not be published. Required fields are marked *