ବିଲୁପ୍ତପ୍ରାୟ ‘ଘଡ଼ିଆଳ’ ବଂଶ

endangered crocodile,gharial

ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଛି ମହାନଦୀର ସାତକୋଶିଆ ଗଭୀର ଗଣ୍ଡ,ମଗର ମାନେ ସେଠାକାର ପରିବେଶରେ ବସବାସ କରିବା ସହ ସେ ଅଞ୍ଚଳର ପ୍ରଜନନ କରିବାର ଅନୁକୂଳ ଜଳବାୟୁ ପ୍ରକୃତି ଖଞ୍ଜି ଦେଇଛି । ସମଗ୍ର ଓଡିଶାରେ କୁମ୍ଭୀର ମାନଙ୍କ ବଂଶବିସ୍ତାର ପାଇଁ ଏହି ଗଣ୍ଡ ହିଁ ପ୍ରସିଦ୍ଧ ଲାଭ କରିଛି । ନଦୀର ଗାଡିୟାନ କୁହାଯାଉଥିବା ,ଘଡିଆଳ ପ୍ରଜାତିର ଥନଟିଆ କୁମ୍ଭୀରଙ୍କ ସ୍ଥିତି ଏବେ ସାରା ଭାରତବର୍ଷରେ ସଂକଟ ଅବସ୍ତାରେ । ଓଡିଶାରେ ଏହି ପ୍ରଜାତିର କୁମ୍ଭୀରର ସ୍ଥିତି ପ୍ରାୟ ବିଲୁପ୍ତ ଅବସ୍ଥାରେ କହିଲେ ଚଳେ,ମହାନଦୀ ଅବବାହିକାର ସାତକୋଶିଆ ଗଣ୍ଡକୁ ଘଡିଆଳଙ୍କ ବଂଶବିସ୍ତାର ପାଇଁ ଅନୁକୂଳ ବୋଲି କୁହାଯାଉଛି । ତେବେ ଦେଖିବାକୁ ଗଲେ ଗତ କିଛି ବର୍ଷ ହେବ ବିଭିନ୍ନ କାରଣରୁ ଏଠାରେ ଘଡିଆଳ ତିଷ୍ଠି ପାରୁନାହାନ୍ତି । ଫଳରେ ବିଗତବର୍ଷ ଭଳି ଚଳିତଥର ମଧ୍ୟ ଘଡିଆଳ ପ୍ରଜନନ ଶୂନ୍ୟ ରହିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ମହାନଦୀ ବାଲିପଠାରେ ଶତାଧିକ ମଗର ଶାବକ ଜନ୍ମ ନେଇଛନ୍ତି । ସାଧାରଣତଃ ଗରମ ଦିନ ହେଉଛି ପ୍ରଜନନର ଠିକଣା ସମୟ,ଏଥର ମହାନଦୀ ବାଲିପଠାରେ ପ୍ରତିବସାରୁ ୧୦/୧୫ ଅଣ୍ଡା ଠାବ କରାଯାଇଛି, ବୋଲି ସାତକୋଶିଆ ବନଖଣ୍ଡ ଅଧିକାରୀ କୁହନ୍ତି ।

ସାତକୋଶିଆ ଗଣ୍ଡ ମଧ୍ୟରେ ଦିନକୁ ଦିନ ମଗର ମାନେ ନିଜର କାୟା ବିସ୍ତାର କରୁଥିବାବେଳେ ବିଲୁପ୍ତାଭିମୁଖୀ ଥନଟିଆ କୁମ୍ଭୀର(ଘଡିଆଳ)ଙ୍କ ବଂଶ ଏଠାରେ ଆଗେଇ ପାରୁନି,ପ୍ରତିବର୍ଷ ପରିି ଏଥର ମଧ୍ୟ ସାତକୋଶିଆ ଗଣ୍ଡର ଘଡିଆଳ ଶାବକଟିଏ ଦେଖିବା ଦିବା ସ୍ୱପ୍ନ ହୋଇଛି । ୧୬ ଫୁଟ ଲମ୍ବର ଏକପ୍ରାପ୍ତ ବୟସ୍କ ଅଣ୍ଡିରା ଘଡିଆଳ ମହାନଦୀ ବାଲୁକା ଶର୍ଯ୍ୟାରେ ବହୁତ ଦିନ ଧର ଏକାଏକା ଘୂରି ବୁଲୁଛି । ଏହି ପ୍ରାପ୍ତ ବୟସ୍କ ଠାରୁ ପ୍ରଜନନ ଆଶାରେ ନନ୍ଦନକାନନ ପାଣିକୁଣ୍ଡରୁ ଅଣାଯାଇଥିବା ମାଈ ଘଡିଆଳଙ୍କ ମଧ୍ୟରୁ ୪ଟିକୁ ଦେଢ ବର୍ଷତଳେ ଗଣ୍ଡକୁ ଛଡାଯାଇଥିଲା ତେବେ ମହାନଦୀ ପରିବେଶ ସହିତ ଖାପଖୁଆଇନପାରିବାରୁ ୨ଟି ଘଡିଆଳ ନଦୀକୁ ଫେରିଆସିଥିବାବେଳେ ଅବଶିଷ୍ଟ ୨ଟ ପ୍ରାପ୍ତବୟସ୍କ ଘଡିଆଳ ସହ ବୁଲାବୁଲା କରିବାସହ ମହାନଦୀରେ ପଇଁତରା ମାରୁଛନ୍ତି । ପାଣିକୁଣ୍ଡରୁ ନଦୀକୁ ଯାଇଥିବା ଏହି ଘଡିଆଳ ଦୁଇଟି ପୂର୍ବ ଅପେକ୍ଷା ବେଶି ହୃଷ୍ଟପୃଷ୍ଟ ରହିଛନ୍ତି । ଅପରପକ୍ଷରେ ନଦୀର ଗୋଟିଏ ଅଣ୍ଡିରା ଘଡିଆଳ ଓ ଦୁଇଟି ମାଇ ଘଡିଆଳ ଠାରୁ ଏଥର ପ୍ରଜନନ ଆଶା ଉଜ୍ଜଳ ଥିଲା । ମାତ୍ର ଏଥର ବି ତାହା ମଉଳିଯାଇଛି । ମହାନଦୀର ଏହି ସାତକୋଶିଆ ଗଣ୍ଡ ହେଉଛି ରାଜ୍ୟର ଏକମାତ୍ର ଘଡିଆଳଙ୍କ ପ୍ରାକୃତିକ ଆବାସସ୍ଥଳୀ । ଏଣୁ ଏଭଳି ପ୍ରାକୃତିକ ପରିବେଷ୍ଟନୀ ମଧ୍ୟରେ ଘଡିଆଳମାନେ ଏଥର କାହିଁକି ପ୍ରଜନନ କରିପାରିଲେ ନାହଁ ତେବେ ବନଖଣ୍ଡ ଅଧିକାରୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଅନ୍ୟପକ୍ଷରେ ପୃଥିଵୀ ପୃଷ୍ଠରେ ଡାଇନେସରର ବିଲୋପଭଳି ଏହି ଘଡିଆଳ ପ୍ରଜାତିର ବିଲୁପ୍ତ ହେବନିତ, ସେ ନେଇ ଆଶଙ୍କା ପ୍ରକାଶ ପାଇଛି ।

Previous ଡିଗ୍ରୀ ଓ ଜୁନିୟର କଲେଜରେ ନାମଲେଖା; ଖୋଲା ହେବ ଅନଲାଇନ ଆବେଦନ ସହାୟତା କେନ୍ଦ୍ର
Next ଫଟୋଗ୍ରାଫି ହି ମୋ ଜୀବନ ଦର୍ଶନ : ରଘୁ ରାଏ

No Comment

Leave a reply

Your email address will not be published. Required fields are marked *