ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ

PANCHUBARAHI OF SATABHAYA, ODISHA

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ସମୁଦ୍ରକୂଳିଆ ଗାଁ ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚବରାହୀ ବା ପଞ୍ଚୁବରାହୀ । ମନ୍ଦିରରେ ରହିଛି 5 ଭଉଣୀଙ୍କ 5ଟି ପ୍ରତିମା । 500ରୁ ଅଧିକ ବର୍ଷ ଧରି ଏହି ମନ୍ଦିରରେ ଏକ ଭିନ୍ନ ପରମ୍ପରା ରହିଆସିଛି । ସାତଭାୟାର ଧୀବର ସମ୍ପ୍ରଦାୟର କେବଳ ସଧବା ମହିଳାମାନେ ହିଁ ଦେବୀଙ୍କୁ ପୂଜା କରିବାର ଅଧିକାର ପାଇଛନ୍ତି । ପୁରୁଷ କିମ୍ବା ବିଧବା ମହିଳାଙ୍କୁ ଏଠାରେ ପୂଜା କରିବା କିମ୍ବା ଦେବୀଙ୍କ ବିଗ୍ରହକୁ ସ୍ପର୍ଶ କରିବା ସମ୍ପୂର୍ଣ୍ଣ ନିଷେଧ । ଏହି ପରମ୍ପରା ମୁତାବକ ମନ୍ଦିରରେ ପୂଜା ପାଇଁ 5ଜଣ ସଧବା ମହିଳା ପୂଜାରିଣୀ ସର୍ବଦା ନିଯୁକ୍ତ ହୋଇଥାନ୍ତି । ସେମାନେ ପାଳି କରି ମନ୍ଦିରରେ ଦେବୀଙ୍କୁ ପୂଜା କରନ୍ତି ।

ପ୍ରାୟ 1200 ବର୍ଷ ତଳେ ସାତଭାୟାରେ ପଞ୍ଚୁବରାହୀ ମନ୍ଦିରକୁ କନିକା ରାଜା ନିର୍ମାଣ କରାଇଥିଲେ । 500 ବର୍ଷ ତଳେ ସମୁଦ୍ର ମନ୍ଦିର ଠାରୁ ପ୍ରାୟ 10 କିଲୋମିଟର ଦୂରରେ ଥିଲା । କିନ୍ତୁ 2000 ମସିହା ବେଳକୁ ମନ୍ଦିର ଓ ସମୁଦ୍ର ମଧ୍ୟରେ ମାତ୍ର 2 କିଲୋମିଟର ଦୂରତା ଥିଲା । 2006 ମସିହାରେ ଏହି ଦୂରତା ମାତ୍ର 200 ମିଟରକୁ ହ୍ରାସ ପାଇଥିଲା । ବର୍ଷକୁ ବର୍ଷ ସମୁଦ୍ର ମାଡ଼ି ଚାଲିବା ଫଳରେ 2008 ମସିହା ବେଳକୁ ସମୁଦ୍ର ଢେଉ ମନ୍ଦିରରେ ମାଡ଼ ହେବା ଦେଖିବାକୁ ମିଳିଲା । ତେଣୁ ମନ୍ଦିରକୁ ସାତଭାୟାର ମୂଳ ମନ୍ଦିରରୁ 12 କିଲୋମିଟର ଦୂର ବଗପାଟିଆ ଗାଁକୁ ସ୍ଥାନାନ୍ତର କରାଯାଇଛି । ସାତଭାୟାରେ ପୂର୍ବରୁ ସାତଟି ଗାଁ ଥିବା ବେଳେ ଧୀରେଧୀରେ 5ଟି ଗାଁ ସମୁଦ୍ରରେ ଲୀନ ହୋଇଯାଇଥିଲା । ବାକି 2ଟି ଗାଁ ମଧ୍ୟ ବିପଦସଂକୁଳ ଅବସ୍ଥାରେ ଥିବାରୁ ସେଠାକାର ବାସିନ୍ଦାଙ୍କୁ ବଗପାଟିଆ ଗାଁରେ ଥଇଥାନ କରାଯାଇଛି । ତେବେ ଗାଁଲୋକଙ୍କ ଦାବି କ୍ରମେ ସରକାର ସେହି ଗାଁରେ ନୂଆ ମନ୍ଦିର ନିର୍ମାଣ କରି ସେଠାରେ ଦେବୀ ପଞ୍ଚୁବରାହୀଙ୍କୁ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ଭୁବନେଶ୍ୱର ଠାରୁ 164 କିଲୋମିଟର ଦୂର ବଗପାଟିଆ ସ୍ଥିତ ପଞ୍ଚୁବରାହୀଙ୍କ ନୂଆ ମନ୍ଦିରକୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଦେଇ ଯିବାକୁ ପଡ଼ିଥାଏ ।

Previous ଦୀପିକାଙ୍କ ଫିଟନେସ ମନ୍ତ୍ର
Next ଏକଦିବସୀୟରେ 3ଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର କ୍ରିକେଟର

No Comment

Leave a reply

Your email address will not be published. Required fields are marked *