ନୈସର୍ଗିକ ଉପମାର ଗନ୍ତାଘର ରୋବର୍ସ କେଭ

Robbers cave

ଆମ ଦେଶର ରାଜଧାନୀ ଦିଲ୍ଲୀରୁ ୩୧୫ କିମି ଦୂରରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ ଅବସ୍ଥିତ । ସ୍ଥାନୀୟ ଲୋକଙ୍କ ଆମାୟିକ ବ୍ୟବହାର, ଉଚ୍ଚ ଉଚ୍ଚ ଗିରିଶୃଙ୍ଗର ନୈସର୍ଗିକ ଉପମା, ନିଆରା ଶେଳୀରେ ନିର୍ମିତ ମନ୍ଦିର ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ । ଡେରାଡୁନ୍ ରେ ରହିଛି ରୋବର୍ସ କେଭ, ସଶସ୍ତ୍ରଧାରା ଜଳପ୍ରପାତ, ଟପକେଶ୍ୱର ମହାଦେବ ମନ୍ଦିର, ଇଂରେଜ ଅମଳରୁ ନିର୍ମିର୍ତ ଫରେଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଏବଂ ସାଇ ମନ୍ଦିର । ଡେରାଡୁନ୍ ରୁ ମାତ୍ର ୩୦ କିମି ଦୂରରେ ରହିଛି ମଶୋରୀ ହିଲ୍ ଷ୍ଟେସନ୍ ।

୬୦୦ ମିଟର ପରିବ୍ୟାପ୍ତ ରୋବର୍ସ କେଭର ଦୃଶ୍ୟ ସତରେ ବେଶ୍ ନିଆରା । ଆପଣ ପରିବାର ସହିତ ଅବସର ସମୟରେ ଯାଆନ୍ତୁ ଏବଂ ବେଶ୍ ମଜା ଉଠାନ୍ତୁ । କେଭ୍ ର ଦୁଇ ପାର୍ଶ୍ୱ ଶିଳାରୁ ନିର୍ଗତ ସ୍ୱଚ୍ଛ ଏବଂ ଶୀତଳ ଜଳ ପଡିବା କ୍ଷଣି ଶରୀର ଶିହରି ଉଠେ । ଗୁମ୍ଫାର ଶେଷ ମୁଣ୍ଡରେ ନିର୍ଗତ ଝରରେ ଗାଧୋଇବାର ମଜା ନେଇଥାନ୍ତି ଦର୍ଶକ । ଶୁଳ୍କ ଦେଇ ଗୁମ୍ଫା ପୁରିସର ମଧ୍ୟରେ ପ୍ରବେଶ କଲା ଉତ୍ତାରୁ ଦେଖିବାକୁ ମିଳେ ଜାତିଜାତିକା ସ୍ନାକ୍ସ ଦୋକାନ ଏବଂ ଭୋଜନାଳୟ । ପର୍ଯ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟର ସୁବିଧା ମଧ୍ୟ ରହିଛି । ଗୁମ୍ଫା ଦ୍ୱାରରୁ ଅନେକ ଦୂର ପର୍ଯ୍ୟନ୍ତ ଲମ୍ବି ଯାଇଛି ଏକ ସୁନ୍ଦର ନାଳ । ନାଳରେ ବହିଯାଉଥିବା ସ୍ୱଚ୍ଛ ପାଣି ଏବଂ ଶିଉଳିଯୁକ୍ତ କ୍ଷୁଦ୍ର ଧଳା ପଥର ଦେଶ ବିଦେଶାଗତ ପର୍ଯ୍ୟଟକଙ୍କ ମନକୁ ବିମୋହିତ କରେ ।

Previous ଇସ୍ତଫା ଗ୍ରହଣ କଲେନି ରାହୁଲ: ସଭାପତି ପଦ ବଜାୟ ରଖିବେ ପ୍ରସାଦ
Next ପ୍ରଫେସର ଅଶାୟୀଙ୍କୁ ସୁଯୋଗ

No Comment

Leave a reply

Your email address will not be published. Required fields are marked *