Posts in tag

ମମତା ଦଳାଇ ଓ ପଙ୍କଜ ମୋହାନ୍ତ


ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମମତା ଓ ପଙ୍କଜଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର

Read More

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ସାହସିକତା ପୁରସ୍କାର ଗ୍ରହଣ କରିଥିବା ମମତା ଦଳାଇ ଓ ପଙ୍କଜ ମୋହାନ୍ତଙ୍କୁ ପୁରସ୍କୃତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଭବିଷ୍ୟତରେ ମଧ୍ୟ ଯେଉଁମାନେ ସାହସିକତା ପୁରସ୍କାର ପାଇବେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ସଚିବାଳୟରେ ଉଭୟ ମମତା ଓ ପଙ୍କଜଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି …

ଓଡିଶାର ମମତା ଦଳାଇ ଓ ପଙ୍କଜ ମୋହାନ୍ତ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଅତି କମ୍ ବୟସରେ ଅଭୁତପୂର୍ବ ସାହସ ପ୍ରଦର୍ଶନ କରି ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏଦୁହେଁ । ୧୮ ଜଣ ଶିଶୁଙ୍କୁ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ କରାଯିବା ନେଇ ଘୋଷଣା କରିଛି ଭାରତୀୟ ଶିଶୁ କଲ୍ୟାଣ ପରିଷଦ । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ଝିଅ ଏବଂ ୧୧ ଜଣ ପୁଅ । …