Posts in tag
ଗୁଜରାଟର ସୁରଟ ସହରରେ ଥିବା ଏକ କୋଚିଂ ସେଣ୍ଟରରେ ଗତକାଲି ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣ ଛାତ୍ରଙ୍କ ପ୍ରାଣ ହାନି ହୋଇଛି ଏବଂ ବହୁସଂଖ୍ୟକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କେତେକ ଛାତ୍ର ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ କେତେକ ଛାତ୍ର ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ସୁରଟର ସରଥନା ଅଞ୍ଚଳରେ ଥିବା ତକ୍ଷଶୀଳା …