ରବନେ ବନାଦି ଯୋଡ଼ି


ସଂପ୍ରତି ଵିଶ୍ଵ କ୍ରିକେଟର ବ୍ୟାଟିଂ ବିସ୍ମୟ ବିରାଟ କୋହଲି ଏବଂ ବଲିଉଡରେ ହିଟ୍ ଆକ୍ଟ୍ରେସର ମାନ୍ୟତା ପାଇଥିବା ଚୁଲବୁଲି ଅନୁଷ୍କା ଶର୍ମା ଇଟାଲୀର ମିଲାନ୍ ସହର ନିକଟବର୍ତ୍ତୀ ଟସ୍କାନିର ବର୍ଗୋର୍ ଫିନୋଛିଏଟୋ ରିସର୍ଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଡିସେମ୍ବର ୨୬ରେ ମୁମ୍ବାଇରେ ବିବାହ ଭୋଜିର ଆୟୋଜନ ନେଇ ସୂଚନା ମିଳିଛି । ଏହା ପରଦିନ ବିବାହ ରେଜଷ୍ଟ୍ରି ହେବ ।

ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ରେ ଦମଦାର ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ତୃତୀୟ ଟେଷ୍ଟରେ ୬ ନମ୍ବର ଦ୍ୱିଶତକ ହାସଲ କରି କାରବିୟାନ କିମ୍ବଦନ୍ତୀ ଲାରାଙ୍କ ରେକର୍ଡ ଭଙ୍ଗ କରିଥିଲେ କୋହଲି । ମୁଲତାନର ସୁଲତାନ ବିରେନ୍ଦ୍ର ସେହୱାଗ ଏବଂ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ ଭାରତର ବ୍ୟାଟିଂ ସେନସେସନ୍ । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-ଟ୍ୱେଣ୍ଟି ମ୍ୟାଚ ଖେଳୁନାହାଁନ୍ତି ବିରାଟ । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ନେତୃତ୍ୱ ନେବେ କୋହଲି ।

ବଲିଉଡ୍ ଏବଂ କ୍ରିକେଟ ମଧ୍ୟରେ ସମ୍ପର୍କ ପୁରୁଣା । ଛୋଟେ ନବାବ୍ ସୈଫ୍ ଅଲ୍ଲୀ ଖାଁଙ୍କ ପିତା ମନ୍ ସୁର ଅଲ୍ଲୀ ଖାଁପଟୈ।ଦି ଓ ଶର୍ମିଳା ଟାଗୋର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଅତୀତରେ ହରଭଜନ ସିଂହ ବଲିଉଡ୍ ଅଭିନେତ୍ରୀ ଗୀତା ବାସ୍ରାଙ୍କୁ ବିବାହ କରିଥିବାବେଳେ ନିକଟରେ ଅଭିନେତ୍ରୀ ସାଗରିକା ଘାଟ୍ଗେଙ୍କୁ ବିବାହ କରିଥିଲେ ପୂର୍ବତନ ଭାରତୀୟ ଦୃତ ବୋଲର ଜାହିର ଖାଁ ।

Previous ରଣଜୀ ଟ୍ରଫି ସେମିଫାଇନାଲ୍ ପର୍ଯ୍ୟାୟ ଚୂଡାନ୍ତ
Next ଭାରତ ବିରୋଧରେ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବ ଆଫଗାନିସ୍ତାନ

No Comment

Leave a reply

Your email address will not be published. Required fields are marked *