ଆଜି ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଗୌରବର ଦିନ, ଜାଣନ୍ତୁ କାହିଁକି?

memorable day for Indian cricket fans

ଅଲରାଉଣ୍ଡର କପିଲ୍ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ୧୯୮୩ରେ କ୍ରିକେଟ ବିଶ୍ୱକପ୍ ହାତେଇଥିଲା ଭାରତ । ଦୀର୍ଘ ୨୮ ବର୍ଷ ପରେ ୨୦୧୧ରେ ଭାରତ ପୁଣି ଇତିହାସ ରଚିଲା ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ । ଏ ବିଷୟରେ କହିବାର ତାତ୍ପର୍ଯ୍ୟ ହେଉଛି ଆଜିର ଦିନରେ ୨୦୧୧ ବିଶ୍ୱକପ୍ ଚମ୍ପିଆନ୍ ହୋଇଥିଲା ଭାରତ । ଭାରତକୁ ବିଜୟ ପାଇଁ ୧୧ ବଲ୍ ରେ ଚାରି ରନ୍ ର ଆବଶ୍ୟକତା ଥିଲାବେଳେ ଛକା ମାରି ଦଳକୁ ବିଜୟ ଟିକା ପିନ୍ଧାଇଥିଲେ ମାହି ।

ମୁମ୍ବାଇର ୱାନଖାଡେ ଷ୍ଟାଡିୟମ୍ ରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୨୭୪ ରନ୍ ସଂଗ୍ରହ କରିଥିଲା ଏହି ଦଳ । ଏହାର ଜବାବରେ ଭାରତ ୪୮.୨ ଓଭରରେ ୪ ଉଇକେଟ ହରାଇ ବିଜୟସୂଚକ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଗମ୍ଭୀର ସର୍ବାଧିକ ୯୭ ରନ୍ ସଂଗ୍ରହ କରିଥିଲେ । ଅଧିନାୟକ ଅପରାଜିତ ୯୧ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ୩୬୨ ରନ୍, ୧୫ ଉଇକେଟ ଏବଂ ୩ କ୍ୟାଚେସ୍ ନେଇ ମ୍ୟାନ ଅଫ୍ ଦି ସିରିଜ ପୁରସ୍କାର ପାଇଥିଲେ ଯୁବରାଜ । ଭାରତ ପକ୍ଷରୁ ସର୍ବାଧିକ ୪୮୨ ରନ୍ ସଂଗ୍ରହ କରିଥିଲେ ରନ୍ ମେସିନ୍ ସଚିନ୍ । ୨୦୧୧ ବିଶ୍ୱକପ୍ ରେ ସବୁଠୁ ସଫଳ ବୋଲର ସାବ୍ୟସ୍ତ ହୋଇଥିଲେ ବାମହାତୀ ଦ୍ରୁତ ବୋଲର ଜାହିର ଖାଁ । ସର୍ବାଧିକ ୨୧ଟି ଉଇକେଟ ଅକ୍ତିଆର କରି ଦଳ ଚମ୍ପିଆନ୍ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ ।

Previous ଆଜି ଦିନଟି ସଚିନଙ୍କ ପାଇଁ ସ୍ମରଣୀୟ, ଜାଣନ୍ତୁ କାହିଁକି?
Next ଅସୁସ୍ଥତାରୁ ମୁକ୍ତି ଦିଏ ନୀରବତା

No Comment

Leave a reply

Your email address will not be published. Required fields are marked *