ଅତୁଳନୀୟ ସ୍ମିଥ

AUSTRALIAN CAPTAIN STEVEN SMITH SURPASS SACHIN AND MUHMOOD USUF RECORD

ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆସେସ୍ ସିରଜ ରେ ଅଧିନାୟକ ଷ୍ଟିଭେନ୍ ସ୍ମିଥ ଙ୍କ ବ୍ୟାଟିଂ କ୍ରିକେଟପ୍ରେମୀ ଓ ସମୀକକ୍ଷଙ୍କୁ ଅଭିଭୂତ କରିଛି । ସମଗ୍ର ସିରିଜ୍ ରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି କମ୍ପଟନ୍-ମିଲର ମେଡାଲ ଜିତିଛନ୍ତି ସ୍ମିଥ୍ । ଇଂଲଣ୍ଡର ବ୍ୟାଟ୍ସମ୍ୟାନ ଡେନିସ କମ୍ପଟନ୍ ଅଷ୍ଟ୍ରେଲିଆର ଅଲରାଉଣ୍ଡର କେଥ୍ ମିଲରଙ୍କ ନାମାନୁସାରେ ଏହି ମେଡାଲର ନାମକରଣ କରାଯାଇଛି । ଆସେସ୍ ସିରିଜ ରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ କମ୍ପଟନ୍-ମିଲର ମେଡାଲ୍ ପ୍ରଦାନ କରାଯାଏ । ୨୦୦୫ରେ ପ୍ରଥମେ ଇଂଲଣ୍ଡ ଦଳର ନାମକରା ଅଲରାଉଣ୍ଡର ଆଣ୍ଡ୍ରିୟୁ ଫ୍ଲିଣ୍ଟଫ ପାଇଥିଲେ କମ୍ପଟନ୍-ମିଲର ମେଡାଲ ।

ଆସେସ୍ ସିରଜ ର ପ୍ରଥମ ଟେଷ୍ଟରେ କଙ୍ଗାରୁ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଏକାକୀ ଲଢେଇ କରି ୧୪୧ ରନ୍ ର ଗୁରୁତ୍ୱପୂର୍ଣ୍ଣ ଇଂନିସ ଖେଳିଥିଲେ । ପ୍ରଥମ ଇଂନିସରେ ୨୬ ରନ୍ ର ଅଗ୍ରଣୀ ହାସଲ କରିଥିଲା ଘରୋଇ ଦଳ । ଦ୍ୱିତୀୟ ଇଂନିସରେ ମାତ୍ର ୧୯୫ ରନ୍ ରେ ଅଲଆଉଟ୍ ହୋଇ ଆତ୍ମସମର୍ପଣ କଲା ଭ୍ରମଣକାରୀ ଦଳ । କୌଣସି ଉଇକେଟ ନହରାଇ ବିଜୟଲକ୍ଷ୍ୟକୁ ଅନାୟାସରେ ହାସଲ କଲା ସ୍ମିଥଙ୍କ ଦଳ । ଦ୍ୱିତୀୟ ଟେଷ୍ଟରେ ସେତେଟା କରିସ୍ମା ଦେଖାଇପାରିନଥିଲେ କଙ୍ଗାରୁ ଅଧିନାୟକ । ତୃତୀୟ ଟେଷ୍ଟରେ ଚିତ୍ତାକର୍ଷକ ଦ୍ୱିଶତକ ହାସଲ କଲେ ପ୍ରତିଭାବାନ୍ ସ୍ମିଥ୍ । ମ୍ୟାଚକୁ ଏକ ଇଂନିସ ଓ ୪୧ ରନ୍ ରେ ଜିତିଲା ଅଷ୍ଟ୍ରେଲିଆ । ଚତୁର୍ଥ ଟେଷ୍ଟରେ ୭୬ ରନ୍ ସଂଗ୍ରହ କରି ମାତ୍ର ୨୪ ରନ୍ ପାଇଁ ଶତକରୁ ବଞ୍ଚିତ ହେଲେ ସ୍ମିଥ୍ । ଦ୍ୱିତୀୟ ଇଂନିସରେ ୧୦୨ ରନ୍ ର ଦମଦାର ପାଳି ଖେଳିଲେ ସେ । ଅନ୍ତିମ ଟେଷ୍ଟରେ ୮୩ ରନ୍ ର ପାଳି ଖେଳି ଦଳୀୟ ସ୍ଥିତିକୁ ସୁଦୃଢ କରିଥିଲେ ଘରୋଇ ଦଳର ଅଧିନାୟକ ।

ଚତୁର୍ଥ ଟେଷ୍ଟରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(ଏମ୍ସିଜି) ୧୦୨ ରନ୍ ର ଶତକୀୟ ପାଳି ଖେଳି ବିଶ୍ୱର ସର୍ବକାଳୀନ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଡନ୍ ବ୍ରାଡମ୍ୟାନଙ୍କ ସହ ସମକକ୍ଷ ହୋଇଛନ୍ତି କଙ୍ଗାରୁ ଦଳର ଅଧିନାୟକ ଷ୍ଟିଭେନ ସ୍ମିଥ୍ । ଏହି ଗ୍ରାଉଣ୍ଡରେ ୨୦୧୪-୧୭ ମଧ୍ୟରେ ଖେଳିଥିବା ୪ଟି ମ୍ୟାଚରେ ଲଗାତାର ୪ଟି ଶତକ ମାରିଛନ୍ତି ସେ । ପୂର୍ବରୁ ଡନ୍ ବ୍ରାଡମ୍ୟାନ ୧୯୨୮ରୁ ୧୯୩୧ ମଧ୍ୟରେ ଏମସିଜିରେ ଲଗାତାର ୪ଟି ଶତକ ହାସଲ କରିଥିଲେ । ୧୦୨ ଇଂନିସରୁ ୨୩ଟି ଶତକ ହାସଲ କରି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ସହ ଯୁଗ୍ମ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସ୍ମିଥ୍ । ପୂର୍ବରୁ ୫୯ଟି ଇଂନିସରେ ୨୩ଟି ଶତକ ହାସଲ କରିଥିଲେ ଅଷ୍ଟ୍ରେଲିଆର ବ୍ୟାଟିଂ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନ । ସ୍ମିଥ୍ ଙ୍କ ତଳକୁ ମହମ୍ମଦ ୟୁସୁଫ୍ ୧୨୨ ଓ ସଚିନ୍ ତେନ୍ଦୁଲକର ୧୨୩ଟି ଇଂନିସରେ ୨୩ଟି ଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାପଟେନ୍ ଭାବେ ୧୫ଟି ଶତକ ହାସଲ କରି ଆଲାନ୍ ବୋର୍ଡର ଓ ଷ୍ଟିଭ୍ ୱଗ୍ ଙ୍କ ସମକକ୍ଷ ହେଇଛନ୍ତି ସ୍ମିଥ୍ । ଟେଷ୍ଟ କ୍ରିକେଟରେ ଅଧିନାୟକ ଭାବେ ସବୁଠୁ ଅଧିକ ଶତକ ହାସଲ କରିଛନ୍ତି ଗ୍ରେମ୍ ସ୍ମିଥ୍ । ସେ ୨୫ଟି ଶତକ ହାସଲ କରିଥିଲେ ବେଳେ ୧୯ଟି ଶତକ ହାସଲ କରି ରିକି ପଣ୍ଟିଂ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

Previous ଟାର୍ଗେଟ / ସ୍ପୋକେନ ଇଂଙ୍ଗଲିଶ (Preposition  Errors)
Next ୧୮ତମ ଜନ୍ମ ଦିନ ପାଳିଲେ ସୁନ୍ଦରୀ ସିନ୍ଦୂରା

No Comment

Leave a reply

Your email address will not be published. Required fields are marked *