ବ୍ରାଡ଼ମ୍ୟାନଙ୍କ ନିକଟତର ହେଲେ ସ୍ମିଥ


ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ସଦ୍ୟ ସମାପ୍ତ ତୃତୀୟ ଟେଷ୍ଟରେ ଇଂନିସ ଓ ୪୧ ରନ୍ ରେ ପରାସ୍ତ ହୋଇଛି ଇଂଲଣ୍ଡ ଦଳ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ରେ ପ୍ରଥମ ତିନିଟି ଟେଷ୍ଟ ଏକ ତରଫା ବିଜୟ ଲାଭ କରି ସିରିଜ୍ ହାତେଇଛି ଘରୋଇ ଦଳ । ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ୨୩୯ ରନ୍ ର ଚିତ୍ତାକର୍ଷକ ପାଳି ଖେଳି ପଏଣ୍ଟ ରେଟିଂରେ କ୍ରିକେଟ କିମ୍ବଦନ୍ତୀ ଡନ୍ ବ୍ରାଡମ୍ୟାନଙ୍କ ନିକଟତର ହୋଇଛନ୍ତି । ଏହା ଆଇସିସି ଦ୍ୱାରା ପ୍ରସ୍ତୁତ ସଦ୍ୟ ଟେଷ୍ଟ ରାଙ୍କ ତାଲିକାରୁ ଜଣାପଡିଛି ।

୯୪୫ ପଏଣ୍ଟ ପାଇ ଲେନ୍ ହଟନଙ୍କ ସହ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆ ଦଳର ଯୁବ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ । ପର୍ଥରେ ଦମଦାର ପ୍ରଦର୍ଶନ କରି ୭ ପଏଣ୍ଟ ସହ ପିଟର ମେ, ରିକି ପଣ୍ଟିଂ ଏବଂ ଜାକ୍ ହବ୍ସଙ୍କୁ ଅତିକ୍ରମ କରିଛନ୍ତି ଏହି ଉଦୀୟମାନ କ୍ରିକେଟ ତାରକା । ବ୍ରାଡମ୍ୟାନ ହାସଲ କରିଥିବା ୯୬୧ ପଏଣ୍ଟରୁ ମାତ୍ର ୧୬ ପଏଣ୍ଟ ଦୂରରେ ଅଛନ୍ତି ସ୍ମିଥ୍ । ଇଂଲଣ୍ଡର ଦାୱିଦ ମାଲାନ୍ ୪୭ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ବେଷ୍ଟ ୫୨ତମ ସ୍ଥାନରେ ପହଞ୍ଚିଛନ୍ତି । ଘରୋଇ ଦଳକୁ ପ୍ରତ୍ୟାର୍ବନ କରିଥିବା ମିଚେଲ୍ ମାର୍ଶ ୪୪ଟି ସ୍ଥାନ ଉପରକୁ ଉଠି ୬୫ତମ ସ୍ଥାନରେ ପହଞ୍ଚିଛନ୍ତି ।

ଆସେସ୍ ସିରିଜ୍ ରେ ଉଚ୍ଚକୋଟୀର ବୋଲିଂ ପ୍ରଦର୍ଶନ କରି ଟପ୍ ୫ରେ ପହଞ୍ଚିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋସ୍ ହାଜେଲଉଡ୍ । ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡେରସନ୍ ପ୍ରଥମ ସ୍ଥାନରେ ଅଛନ୍ତି । ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ଅଧିନାୟକ କୋହଲିଙ୍କ ତଳକୁ ତୃତୀୟ ସ୍ଥାନରେ ଅଛନ୍ତି । ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ୍ ଅଶ୍ଵିନ ଟପ୍ ୧୦ ବୋଲର ତାଲିକାରେ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଅଛନ୍ତି ।

Previous ରାହୁଲଙ୍କ କରିସ୍ମାକୁ ନେଇ ବିଜେପିର ଚିନ୍ତା
Next ଗଣିତ-ଜ୍ୟାମିତି ସଦୃଶ୍ୟତା

No Comment

Leave a reply

Your email address will not be published. Required fields are marked *