ବ୍ୟାଟିଂର ଯାଦୁକର ଶିଖର


ବାମହାତୀ ବି ସ୍ଫୋରକ ବ୍ୟାଟ୍ସମ୍ୟାନ ଶିଖର ଧାୱନ ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପଦାର୍ପଣ କରିଥିଲେ । ସିନିୟର ଟିମ୍ ରେ ସୁ ଯୋଗ ପାଇବା ପୂର୍ବରୁ ସତର ଏବଂ ୧୯ ବର୍ଷରୁ କମ୍ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ସେ । ଦିଲ୍ଲୀ ପକ୍ଷରୁ ୨୦୦୪ ମସିହାରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଲେ ଶିଖର । ସିଜିନ୍-୧ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳରୁ ନିଜର ଆଇପିଏଲ୍ କ୍ୟାରିୟର ଆରମ୍ଭ କରିଥିଲେ ଏହି ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ।

୨୦୧୦ରେ ଅ ଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜ୍ ପାଇଁ ଭାରତୀୟ ଚୟନକର୍ତ୍ତା ଏକ ଦ୍ୱିତୀୟ ଶ୍ରେଣୀର ଦଳ ବାଛିଥିଲେ । ୧୪ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଥିଲେ ଧାୱନ । ସଚିନ୍ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଏବଂ ଗୌତମ ଗମ୍ଭୀରଙ୍କ ଭଳି ଓପନିଂ ବ୍ୟାଟ୍ସମ୍ୟାନଙ୍କ ଉପସ୍ଥିତିରେ ଦଳରେ ସ୍ଥାନ ବଜାୟ ରଖିବା ଥିଲା ଧାୱନଙ୍କ ପାଇଁ ବଡ ଆହ୍ୱାନ । ସୌରଭ ତିୱାରୀଙ୍କ ସହିତ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ ରେ ପଦାର୍ପଣର ସୁଯୋଗ ମିଳିଥିଲା ଏହି ବ୍ୟାଟିଂ ପ୍ରତିଭାଙ୍କୁ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ତିନି ୱିକେଟ ହରାଇ ସଂଗ୍ରହ କରିଥିଲା ୨୮୯ ରନ୍ । ଭାରତ ପକ୍ଷରୁ ଓପନିଂ ଭାର ସମ୍ଭାଳିଥିଲେ ଧାୱନ । ପ୍ରଥମ ବଲ୍ ରେ ରନ୍ ସଂଗ୍ରହ କରିପାରିନଥିବାବେଳେ ଦ୍ୱିତୀୟ ବଲ୍ ରେ କ୍ଲିଣ୍ଟ ମ୍ୟାକେଙ୍କ ଦ୍ୱାରା ବୋଲ୍ଡ ହୋଇଯାଇଥିଲେ ଶିଖର ।

୨୦୧୧ ଜୁନ୍ ମାସରେ ତିନିଟି ଟେଷ୍ଟ, ପାଞ୍ଚଟି ଏକଦିବସୀୟ ଏବଂ ଗୋଟିଏ ଟି-୨୦ ମ୍ୟାଚ୍ ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିଲା ଭାରତୀୟ ଦଳ । କାନ୍ଧରେ ଯନ୍ତ୍ରଣା ଅନୁଭବ କରିବାରୁ ଉକ୍ତ ସିରିଜ୍ ରୁ ଓହରି ଯାଇଥିଲେ ଭାରତୀୟ ଦଳର ଦୁଇ ପ୍ରମୁଖ ଓପନର ବୀରେନ୍ଦ୍ର ସେହୱାଗ ଏବଂ ଗୌତମ ଗମ୍ଭୀର । ବହୁ ପ୍ରତୀକ୍ଷିତ ବିଶ୍ୱ କପ୍ ବିଜୟ ଏବଂ ଆଇପିଏଲ୍ ମ୍ୟାଚ୍ ଖେଳିସାରିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ବିଶ୍ରାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ତେଣୁ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଚୟନ କରାଯାଇଥିଲା ଶିଖରଙ୍କୁ । ପୋର୍ଟ ଅଫ୍ ସ୍ପେନ୍ ରେ ପାର୍ଥିବ ପଟେଲଙ୍କ ସହ କାରବିୟାନ୍ ଦଳ ବିପକ୍ଷ ଟି-୨୦ ମ୍ୟାଚ୍ ରେ ଇଂନିସ ଓପନ୍ ଆରମ୍ଭ କରିଥିଲେ ସେ । ୧୧ ବଲ୍ ରୁ ମାତ୍ର ୫ ରନ୍ ସଂଗ୍ରହ କରି ପ୍ୟାଭିଲିୟନ୍ କୁ ଫେରିଲେ । ପ୍ରଥମ ଏକ ଦିବସୀୟ ମ୍ୟାଚ୍ ରେ ୭୬ ବଲ୍ ରେ ୫୧ ରନ୍ ର ଏକ ଅର୍ଦ୍ଧଶତକୀୟ ଇଂନିସ ଖେଳିଲେ ଏବଂ ଭାରତକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ ଶିଖର ।

୨୦୧୩ ଚମ୍ପିଆନ୍ସିପ୍ ଟ୍ରଫିରେ ପ୍ରକୃତ ଜଲୱା ଦେଖାଇଥିଲେ ଶିଖର ଧାୱନ । ନକ୍ ଆଉଟ୍ ଷ୍ଟେଜ୍ ରେ ଦକ୍ଷିଅ ଆଫ୍ରିକା ଏବଂ କାରବିୟାନ୍ ଦଳ ବିପକ୍ଷରେ ଦମଦାର ଶତକ ହାସଲ କଲେ ସେ । ସେମି ଫାଇନାଲ୍ ରେ ଶ୍ରୀଲଙ୍କା ବିପକ୍ଷରେ ଶିଖରଙ୍କ ଉପଯୋଗୀ ପାଳି ଯୋଗୁଁ ଭାରତ ଫାଇନାଲ୍ ରେ ପହଞ୍ଚିଥିଲା । ୯୦ ହାରରେ ସେ ୫ଟି ମ୍ୟାଚ୍ ରୁ ସଂଗ୍ରହ କରିଥିଲେ ୩୬୩ ରନ୍ । ୨୦୧୫ ବିଶ୍ୱକପ୍ ରେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ଶିଖର । ୮ଟି ମ୍ୟାଚ୍ ରୁ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ସହ ସେ ସଂଗ୍ରହ କରିଥିଲେ ୪୧୨ ରନ୍ । ୨୦୧୭ ଚମ୍ପିଆନ୍ସିପ୍ ଟ୍ରଫିରେ ପୁଣି ଶିଖରଙ୍କ ଦବଦବା ବଜାୟ ରହିଲା । ୫ଟି ମ୍ୟାଚ୍ ରୁ ୬୭ ହାରରେ ସେ ସଂଗ୍ରହ କଲେ ୩୩୮ ରନ୍ ।

ଗତକାଲି ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ରେ ଶିଖର ଧାୱନଙ୍କ ଅପରାଜିତ ଶତକ ଏବଂ ଶ୍ରେୟାସ୍ ଆୟାରଙ୍କ ଅର୍ଦ୍ଧ ଶତକ ସହାୟତାରେ ଭାରତ ସହଜ ବିଜୟ ହାସଲ କରିଥିଲା । କ୍ୟାରିୟରର ୧୨ତମ ଶତକ ହାସଲ କରି ଦିନିକିଆ କ୍ରିକେଟରେ ୪୦୦୦ ରନ୍ ପୂରଣ କରିଛନ୍ତି ସେ । ଏଥିସହିତ ମ୍ୟାନ୍ ଅଫ୍ ଦି ସିରିଜ ପୁରସ୍କାର ମଧ୍ୟ ହାତେଇଛନ୍ତି ଶିଖର । ୪୦୦୦ ରନ୍ ପୂରଣ ଅବସରରେ ସଂକଳ୍ପ ପରିବାର ତରଫରୁ ଶିଖର ଧାୱନଙ୍କୁ ଅଭିନନ୍ଦନ ।

Previous ୧୦ଟି ଚିତ୍ତାକର୍ଷକ ଅନ୍ତର୍ଜାତୀୟ ସୀମାରେଖା
Next ମୃଗ ନୟନା କ୍ରିଷ୍ଟିନା

No Comment

Leave a reply

Your email address will not be published. Required fields are marked *