ସାର୍ଦୁଲଙ୍କ ଚମକରେ ଧରାଶାୟୀ ଶ୍ରୀଲଙ୍କା

Shardul shine, India win

କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଚାଲିଥିବା ନିଦହାସ ଟି-୨୦ ତ୍ରିରାଷ୍ଟ୍ରିୟ କ୍ରିକେଟ ସିରିଜର ଏକ ମ୍ୟାଚରେ ଶ୍ରୀଲଙ୍କାକୁ ୬ ଉଇକେଟରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ । ବିକେଜି ମେଣ୍ଡିସ୍ ଙ୍କ ୫୫ ଏବଂ ଉପୁଲ ଥରଙ୍ଗାଙ୍କ ୨୨ ରନ୍ ର ଉପଯୋଗୀ ଇଂନିସ ବଳରେ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ହରାଇ ସିଂହଳୀ ଦଳ ସଂଗ୍ରହ କରିଥିଲା ୧୫୨ ରନ୍ । ଏହାର ପ୍ରତି ଜବାବରେ ନିର୍ଦ୍ଧାରିତ ଓଭରରେ ୪ ଉଇକେଟ ହରାଇ ବିଜୟ ପାଇଁ ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା ମେନ୍ ଇନ୍ ବ୍ଲ୍ୟୁ ।

ପ୍ରତିଦ୍ୱନ୍ଦୀ ଭାରତ ନିକଟରୁ ଆମନ୍ତ୍ରଣ ପାଇ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ଦଳୀୟ ସ୍କୋର ୨୫ ରନ୍ ଥିବାବେଳେ ସୁରେଶ ରୈନାଙ୍କ ହାତରେ କ୍ୟାଚ ଧରାଇ ଓପନର ଗୁଣତିଳକଙ୍କୁ ପ୍ୟାଭିଲିୟନ୍ ଫେରାଇଦେଇଥିଲେ ସାର୍ଦୁଲ ଠାକୁର । ଦଳୀୟ ସ୍କୋର ୩୪ ଥିବାବେଳେ ପରେରାଙ୍କୁ ବୋଲ୍ଡ କରି ଭାରତୀୟ ଶିବିରରେ ଆନନ୍ଦ ଖେଳାଇଦେଇଥିଲେ ୱାଶିଂଟନ୍ ସୁନ୍ଦର । ତୃତୀୟ ଉଇକେଟରେ ଥରଙ୍ଗା ଏବଂ ମେଣ୍ଡିସ୍ ୬୨ ରନର ଭାଗିଦାରୀ ଗଢି ଦଳୀୟ ସ୍ଥିତିକୁ ମଜବୁତ୍ କରିଥିଲେ । ଥରଙ୍ଗାଙ୍କୁ ବୋଲ୍ଡ କରି କ୍ରିଜରେ ଜମି ଆସୁଥିବା ଯୋଡିକୁ ଭାଙ୍ଗିଥିଲେ ଶଙ୍କର । ତାପରେ ଶ୍ରୀଲଙ୍କା ଦଳ ନିୟମିତ ଉଇକେଟ ହରାଇ ନିର୍ଦ୍ଧାରିତ ଓଭରରେ ସଂଗ୍ରହ କରିଥିଲା ୧୫୨ ରନ୍ । ଭାରତ ପକ୍ଷରୁ ସର୍ବାଧିକ ୪ଟି ଉଇକେଟ ହାସଲ କରିଥିଲେ ଠାକୁର । ଭାରତ ବ୍ୟାଟିଂ ଆରମ୍ଭ କରି ମାତ୍ର ୨୨ ରନ୍ ମଧ୍ୟରେ ଦୁଇ ଓପନରଙ୍କୁ ହରାଇଥିଲା । ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଦୀନେଶ କାର୍ତ୍ତିକ ଏବଂ ସୁରେଶ ରୈନାଙ୍କ ଉପଯୋଗୀ ବ୍ୟାଟିଂ ବଳରେ ୧୯ ଓଭରରେ ୧୫୩ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ଭାରତ । ଦଳ ପକ୍ଷରୁ ସର୍ବାଧିକ ୪୨ ରନ୍ ସଂଗ୍ରହ କରିଥିଲେ ମନୀଷ ପାଣ୍ଡେ । ଚିତ୍ତାକର୍ଷକ ବୋଲିଂ ପ୍ରଦର୍ଶର୍ନ ଯୋଗୁଁ ସାର୍ଦୁଲ ଠାକୁରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।

Previous ଅମହଣିଆ ରାବାଡା
Next ଶିଳ୍ପାଙ୍କ ଡାଏଟ୍ ଚାଟ୍ ଫଲୋ କରନ୍ତୁ, 40 ପରେ ବି ଦେଖାଯିବେ ସୁନ୍ଦରୀ

No Comment

Leave a reply

Your email address will not be published. Required fields are marked *