ଶାମିଙ୍କ କମାଲ: ଦକ୍ଷିଣ ଆଫ୍ରିକା 196/5

shami takes 3 important wicket on day 4

ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତିନିଟି ପ୍ରମୁଖ ଉଇକେଟ ହରାଇଛି ଘରୋଇ ଦକ୍ଷିଣ ଆଫ୍ରିକା ଦଳ । ତୃତୀୟ ଦିବସରେ ଭାରତ ୩୦୭ ରନ୍ ରେ ଅଲଆଉଟ୍ ହୋଇ ଦକ୍ଷିଣ ଆଫ୍ରିକାଠାରୁ ୨୮ ରନ୍ ପଛରେ ରହିଯାଇଥିଲା । ଦ୍ୱିତୀୟ ଇଂନିସରେ ମାତ୍ର ୩ ରନ୍ ରେ ମାରକ୍ରାମ ଓ ଆମଲାଙ୍କୁ ପ୍ୟାଭିଲିୟନ୍ ଫେରାଇଦେଇଥିଲେ ଦ୍ରୁତ ବୋଲର ବୁମରା । ଚତୁର୍ଥ ଦିନରେ ଭାରତୀୟ ଦଳ ପକ୍ଷରୁ ହିରୋ ସାଜିଛନ୍ତି ସ୍ପିଡ ଷ୍ଟାର ମହମ୍ମଦ ଶାମି । ଏବି ଡିଭିଲିୟର୍ସ ଓ ଏଲଗାରଙ୍କ ଯୋଡି ଭାଙ୍ଗି ଦଳକୁ ସଅଳ ବ୍ରେକ ଥ୍ରୁ ଦେଇଥିଲେ ସେ ।

ତୃତୀୟ ଦିନରେ ବିରାଟ କୋହଲିଙ୍କ ୨୧ ତମ ଶତକ ସତ୍ତ୍ୱେ ଟିମ୍ ଇଣ୍ଡିଆ ଇଂନିସ ଅଗ୍ରଣୀ ହାସଲ କରିପାରିନଥିଲା । ମୋର୍କେଲ ଚମତ୍କାର ବୋଲିଂ କରି ଭାରତୀୟ ସମର୍ଥକଙ୍କୁ ନିରାଶ କରିନଥିଲେ । ଭାରତ ଇଂନିସ ଅଗ୍ରଣୀ ଦ୍ୱାରଦେଶରେ ଉପନୀତ ହୋଇଥିଲେ ମଧ୍ୟ ମୋର୍କେଲ ବିରାଟ କୋହଲିଙ୍କ ମୁଲ୍ୟବାନ ଉଇକେଟ ନେଇ ଭାରତୀୟ ଫ୍ୟାନଙ୍କ ଆଶାରେ ପାଣି ଫିରାଇଦେଇଥିଲେ । ୩୦୭ ରନ୍ ରେ ସମସ୍ତ ଉଇକେଟ ହରାଇ ୨୮ ରନ୍ ପଛରେ ରହିଯାଇଥିଲା ମେନ୍ ଇନ୍ ବ୍ଲ୍ୟୁ । ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇଂନିସ ବ୍ୟାଟିଂ ଆରମ୍ଭ କରି ମାତ୍ର ୩ ରଦନ୍ ରେ ମାରକ୍ରାମ ଓ ଆମଲାଙ୍କ ଉଇକେଟ ହରାଇଥିଲା । ଏ ଦୁଇ ଜଣଙ୍କୁ ପ୍ୟାଭିଲିୟନ୍ ର ରାସ୍ତା ଦେଖାଇଥିଲେ ଟିମ୍ ଇଣ୍ଡିଆର ସ୍ପିଡ ଷ୍ଟାର ବୁମରା । ଏବି ଡିଭିଲିୟର୍ସ ଓ ଡିନ୍ ଏଲଗାର ସତର୍କତାର ସହ ଖେଳି ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ । ୧୪୪ ରନ୍ ରେ ଏବି ଡିଭିଲିୟର୍ସଙ୍କ ଉଇକେଟ ନେଇ ଏହି ଯୋଡିକୁ ଭାଙ୍ଗିଥିଲେ ମହମ୍ମଦ ଶାମି । ଆଉ ୧୯ ରନ୍ ବ୍ୟବଧାନରେ ଘରୋଇ ଦଳ ଏଲଗାର ଓ ଡିକକ୍ ଙ୍କ ଉଇକେଟ ମଧ୍ୟ ହରାଇଥିଲା । ଫର୍ମରେ ଥିବା ଏଲଗାର ଓ ଯୁବ ପ୍ରତିଭାଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ଶାମି । ସୂଚନାନୁଯାୟୀ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇଂନିସରେ 63 ଓଭର ଶେଷ ସୁଦ୍ଧା 5 ଉଇକେଟ ହରାଇ 196 ରନ୍ ସଂଗ୍ରହ କରିଛି । ଦଳ ପକ୍ଷରୁ ଏଲଗାର ଏବଂ ଡିଭିଲିୟର୍ସ ଯଥାକ୍ରମେ ୬୧ ଓ ୮୦ ରନ୍ କରି ଆଉଟ୍ ହୋଇଛନ୍ତି ।

Previous ଅନ୍ତିମ ଟେଷ୍ଟରେ ଆହତ ରିଦ୍ଧିମାନଙ୍କ ସ୍ଥାନ ନେବେ ଦୀନେଶ କାର୍ତ୍ତିକ
Next ଭୁବନେଶ୍ୱରରୁ ଚେନ୍ନାଇ ଉଡ଼ିବ ଏୟାର ଏସିଆ ବିମାନ

No Comment

Leave a reply

Your email address will not be published. Required fields are marked *