ବାହା ହେଲେ ସାଇନା- କାଶ୍ୟପ

Saina Nehwal ties the knot with Parupalli Kashyap

ଭାରତର ଦୁଇ ପ୍ରତିଷ୍ଠିତ ବ୍ୟଡ୍ମିଣ୍ଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପ ଶୁକ୍ରବାର ବିବାହ କରିଛନ୍ତି । କୋର୍ଟଙ୍କ ନିୟମ ଅନୁଯାୟୀ ସେମାନେ ଶୁକ୍ରବାର ଦିନ ୧୧.୩୦ ବିବାହ କରିଥିବା ସାଇନାଙ୍କ ବାପା ହରବୀର ସିଂ ଜଣାଇଥିଲେ । ଏହାସହ ସାଇନା ଟୁଇଟରେ ତାଙ୍କ ବିବାହ ଫୋଟ ପୋଷ୍ଟ କରି କାଶ୍ୟପ ଓ ତାଙ୍କ ବିବାହ ବିଷୟରେ ଜଣାଇଥିଲେ । ସାଇବରାବାଦ୍ ସ୍ଥିତ ରାଇଦୁର୍ଗାମରେ ଥିବା ସଇନାଙ୍କ ଘର ‘ଓରିଅନ ଭିଲ୍ଲା’ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସାଇନା ଓ କାଶ୍ୟପଙ୍କ ବିବାହରେ ବହୁ କମ ଲୋକଙ୍କୁ ନିମନ୍ତ୍ରୀତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ କିଛି ଉଭୟଙ୍କ ପରିବାର ଓ ନିକଟତମ ବନ୍ଧୁ ଥିଲେ । ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟପାଳ ଇଂ.ଏସ୍.ଏଲ୍. ନରସୀମା, ଅଭିନେତା ଚିରଞ୍ଜିବି ପ୍ରମୁଖ ଉପସ୍ଥିତ ଥିବା ଜଣାପଡ଼ିଛି । ପାଖାପାଖି ୪୦ ଜଣ ଅତିଥି ଏହି ବିବାହରେ ଉପସ୍ଥିତଥିଲେ । ରବିବାର ଦିନ ସେମାନଙ୍କ ରିସେପ୍ସନ ପାର୍ଟି ରଖାଯାଇଛି ବୋଲି ସାଇନାଙ୍କ ବାପା କହିଛନ୍ତି । ଟୁଇଟରେ ବିବାହ ଫୋଟ ସେୟାର କରି ସାଇନା ଲେଖିଥିଲେ କି ‘ବେଷ୍ଟ ମ୍ୟାଚ ଅଫ୍ ମାଇଁ ଲାଇଫ’ । ୨୦୦୫ ମସିହାରେ ଗୋପିଚାନ୍ଦ ଏକାଡ଼େମୀରେ ତାଲିମ ନେବା ସମୟରେ ସାଇନା ଓ କଶ୍ୟପଙ୍କ ପରିଚୟ ହେବା ସହ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ତେବେ ସେମାନଙ୍କ ବିବାହକୁ ନେଇ ଗତ ଆକ୍ଟୋବର ମାସରେ ଜଣାଇଥିଲେ ସାଇନା । ଏହି ନବଦମ୍ପନ୍ତିକୁ ସେମାନଙ୍କ ପ୍ରଶଂସକଙ୍କଠାରୁ ଆରମ୍ଭ କରି କ୍ରିକେଟ ତାରକା ସଚିନ ତେନ୍ଦୁଲକର ଓ ଭିଭିଏସ୍ ଲକ୍ଷ୍ମଣ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି ।

Previous କାଲି ସରିବ ପୁରୁଷ ବିଶ୍ୱକପ୍ ହକି-ଡଟ୍ ଫେଷ୍ଟ
Next ସବୁଜ ସୁନ୍ଦର ସତିଗୁଡ଼ା ଜୈବ ପାର୍କ

No Comment

Leave a reply

Your email address will not be published. Required fields are marked *