ଟେଷ୍ଟ ପ୍ଲେଇଙ୍ଗ ନେସନର ମାନ୍ୟତା ପାଇଥିବା ସମସ୍ତ ଦେଶ ବିରୋଧରେ ୪୦ରୁ ଅଧିକ ହାରରେ ରନ୍ ସଂଗ୍ରହ କରିଥିବା ଏକମାତ୍ର ଭାରତୀୟ ଖେଳାଳୀ ହେଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ସମସ୍ତ ଦେଶ ବିରୋଧରେ ତାଙ୍କର ସାମଗ୍ରିକ ବ୍ୟାଟିଂ ହାର ହେଉଛି ୫୩.୭୮ ଏବଂ ବିଦେଶରେ ବ୍ୟାଟିଂ ହାର ହେଉଛି ୫୪.୭୪ ।
ସଚିନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୫୩.୨୦ ହାରରେ ରନ୍ ସଂଗ୍ରହ କରିଥିବାବେଳେ ଇଂଲଣ୍ଡ ବିପକ୍ଷରେ ୫୪.୩୧ ହାରରେ ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ୧୩୬.୬୬ ହାରରେ ରନ୍ ସଂଗ୍ରହ କରିଛନ୍ତି ସେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୯.୫୨ ଏବଂ ପାକିସ୍ତାନ ବିପକ୍ଷରେ ୪୦.୨୫ ହାରରେ ରନ୍ ସଂଗ୍ରହ କରିଛନ୍ତି ସଚିନ୍ । ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ୱେଷ୍ଟଇଣ୍ଡିଜ ବିପକ୍ଷରେ ଯଥାକ୍ରମେ ୪୬.୪୪, ୬୭.୯୪ ଏବଂ ୪୭.୬୯ ହାରରେ ରନ୍ ସ୍କୋର କରିଛନ୍ତି ଏହି ବ୍ୟାଟିଂ ମହାରଥୀ । ଜିମ୍ବାୱେ ବିରୋଧରେ ସର୍ବନିମ୍ନ ୪୦ ହାରରେ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି ଭାରତ ରତ୍ନ ତେନ୍ଦୁଲକର । ନିଜ ମାଟିରେ ୫୨.୬୭ ହାରରେ ପାଳି ଖେଳିଛନ୍ତି ସେ ।
No Comment