କୁମ୍ବଲେଙ୍କୁ ସାମ୍ନା କରିନାହାଁନ୍ତି ସଚିନ୍

Sachin never faced Kumble in Ranji

ସଚିନ୍ ତେନ୍ଦୁଲକର ଏବଂ ଅନିଲ କୁମ୍ବଲେ ଭାରତୀୟ କ୍ରିକେଟର ଦୁଇ ସଫଳ ତାରକା । ଏଠାରେ ଏହି ଦୁଇ ତାରକାଙ୍କ ବିଷୟରେ ଉପସ୍ଥାପନ କରିବାର ଯଥାର୍ଥତା ହେଉଛି ଗୋଟିଏ ବି ରଣଜୀ ମ୍ୟାଚରେ କୁମ୍ବଲେଙ୍କ ବୋଲିଂର ସାମ୍ନା କରିନାହାଁନ୍ତି ସଚିନ୍ । ମାତ୍ର ୧୬ ବର୍ଷ ବୟସରେ ଜାତୀୟ ଦଳରେ ଖେଳିବାର ସୁଯୋଗ ପାଇଥିଲେ ସଚିନ୍ ତେନ୍ଦୁଲକର । ପଦାର୍ପଣ ମ୍ୟାଚରେ ମାତ୍ର ୧୫ ରନ୍ ରେ ପାକିସ୍ତାନୀ ଦ୍ରୁତ ବୋଲର ୱାକର ୟୁନୁସଙ୍କ ଦ୍ୱାରା ବୋଲ୍ଡ ହୋଇ ପ୍ୟାଭିଲିୟନ୍ ଫେରିଥିଲେ ସେ । ୱାକର ମଧ୍ୟ ଉକ୍ତ ମ୍ୟାଚରେ ପାକିସ୍ତାନ ପକ୍ଷରୁ ଡେବ୍ୟୁ କରିଥିଲେ । ପାକିସ୍ତାନସ୍ଥିତ ସିଆଲକୋଟରେ ଅନୁଷ୍ଠିତ ଚତୁର୍ଥ ଟେଷ୍ଟରେ ସଚିନ୍ ବ୍ୟାଟିଂ କରୁଥିବାବେଳେ ବୋଲିଂ କରୁଥିଲେ ୱାକର । ହଠାତ୍ ଗୋଟିଏ ବଲ୍ ଆସି ସଚିନ୍ ଙ୍କ ନାକରେ ବାଜି ଧାରଧାର ହୋଇ ରକ୍ତ ବାହାରିଲା । ତଥାପି ବ୍ୟାଟିଂ କରିବାରୁ ବିରତ ହେଲେ ନାହିଁ ଏହି ବ୍ୟାଟିଂ ବିସ୍ମୟ । ପେଶାୱାରରେ ଅନୁଷ୍ଠିତ ଏକ ପ୍ରଦର୍ଶନୀ ମ୍ୟାଚରେ ମାତ୍ର ୧୮ ବଲ୍ ରୁ ୫୩ ରନ୍ କରି ସଭିଁଙ୍କୁ ଚମକ୍ରୃତ କରିଦେଇଥିଲେ ସଚିନ୍ । ପାକିସ୍ତାନର ଖ୍ୟାତି ସମ୍ପନ୍ନ ଲେଗ ସ୍ପିନର ଅବଦୁଲ କାଦିରଙ୍କ ଗୋଟିଏ ଓଭରରେ ୨୮ ରନ୍(୬,୪,୦,୬,୬,୬)କରି ଉପସ୍ଥିତ ଦର୍ଶକଙ୍କ ଭରପୁର ମନୋରଞ୍ଜନ କରିଥିଲେ । ପଦାର୍ପଣ ଏକଦିବସୀୟରେ ଗୋଟିଏ ବି ରନ୍ ସ୍କୋର କରିପାରିନଥିଲେ ସଚିନ୍ । ଉଭୟ ଏକଦିବସୀୟ ଓ ଟେଷ୍ଟରେ ସେ ହେଉଛନ୍ତି ସର୍ବକନିଷ୍ଠ କ୍ରିକେଟର ।

ଭାରତୀୟ ଦଳର ପୂର୍ବତନ ଲେଗ୍ ସ୍ପିନର ଅନିଲ୍ କୁମ୍ବଲେଙ୍କ ଯାଦୁକାରୀ ଗୁଗଲି ବିଷୟରେ କିଏ ନଜାଣେ? ୧୯୯୯ ମସିହାରେ ଦିଲ୍ଲୀର ଫିରୋଜଶାହା କୋଟଲାରେ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ୭୪ ରନ୍ ଦେଇ ୧୦ଟି ଉଇକେଟ ଅକ୍ତିଆର କରିଥିଲେ ଅନିଲ୍ । ଗୋଟିଏ ଇଂନିସରେ ୧୦ଟି ଉଇକେଟ ଅକ୍ତିଆର କରିବାରେ ସେ ପାଲଟିଗଲେ ବିଶ୍ୱର ଦ୍ୱିତୀୟ ବୋଲର । ତାଙ୍କ ପୂର୍ବରୁ ଇଂଲଣ୍ଡର ଜିମ୍ ଲେକର ୧୯୫୬ରେ ଏହି ମାଇଲସ୍ତମ୍ଭ ସ୍ଥାପନ କରିଥିଲେ । ଭାରତୀୟ ଦଳର ଅଧିନାୟକ ଦାୟିତ୍ୱରେ ରହିବା ସହ କୋଚ୍ ପଦବୀରେ ମଧ୍ୟ ଅବସ୍ଥାପିତ ହୋଇଥିଲେ ପ୍ରତିଭାବାନ୍ କୁମ୍ବଲେ ।

Previous ଚଳିତ ଆଇପିଏଲ ସିଜିନର ସଫଳ ତାରକା
Next ଆଜି ଟଲ୍ ମ୍ୟାନଙ୍କ ପବିତ୍ର ଶ୍ରାଦ୍ଧ ଦିବସ

No Comment

Leave a reply

Your email address will not be published. Required fields are marked *