ରୋନାଲଡୋଙ୍କ ଦବଦବା: ରିଅଲ୍ ମାଦ୍ରିଦ ବିଜୟୀ

Ronaldo shine, Real Madrid win

ପର୍ତ୍ତୁର୍ଗାଲ ତାରକା କ୍ରିଷ୍ଟିଆନ୍ ରୋନାଲଡୋଙ୍କ ଚିତ୍ତାକର୍ଷକ ପ୍ରଦର୍ଶନ ବଳରେ ସ୍ପାନିସ ଲିଗ୍ ର ଏକ ମ୍ୟାଚରେ ଗିରୋନାକୁ ପରାସ୍ତ କରିଛି ରିଅଲ୍ ମାଦ୍ରିଦ । ରୋନାଲଡୋଙ୍କ ୪ ଗୋଲ ବଳରେ ୬-୩ ଗୋଲରେ ବିପକ୍ଷ ଦଳକୁ ହରାଇଛି ଏହି ଦଳ । ପ୍ରଥମାର୍ଦ୍ଧରେ ଗୋଟିଏ ଏବଂ ଦ୍ୱିତୀୟାର୍ଦ୍ଧରେ ୩ ଗୋଲ ଦେଇ ରିଅଲ ମାଦ୍ରିଦ ବିଜୟରେ ପ୍ରମୁଖ କର୍ଣ୍ଣଧାର ସାଜିଥିଲେ ଏହି ତାରକା ଖେଳାଳି । ଶେଷ ୧୧ଟି ମ୍ୟାଚରେ ୨୧ଟି ଗୋଲ କରି ଫୁଲ୍ ଫର୍ମରେ ଅଛନ୍ତି କ୍ରିଷ୍ଟିଆନ୍ । ୬୦ ପଏଣ୍ଟ ସହ ରିଅଲ୍ ମାଦ୍ରିଦ ଦଳ ତୃତୀୟ ସ୍ଥାନରେ ପହଞ୍ଚିଛି । ଆଟ୍ ଲେଟିକୋ ୬୪ ପଏଣ୍ଟ ସହ ଦ୍ୱିତୀୟ ଏବଂ ଆର୍ଜେର୍ଣ୍ଟିନା ତାରକା ଲିଓନେଲ ମେସିଙ୍କ ଦଳ ବାର୍ସାଲୋନା ଶୀର୍ଷ ସ୍ଥାନରେ ରହିଛି ।

Previous ଯାଦୁକର ଓଡ଼ିଆ ଖଳନାୟକ
Next ହସରୁ ଜାଣନ୍ତୁ ଝିଅଙ୍କ ସ୍ୱଭାବ

No Comment

Leave a reply

Your email address will not be published. Required fields are marked *