ଆଉ ଦେଖିବାକୁ ମିଳିବନି ରୋନାଲ୍ଡିହ୍ନୋଙ୍କ ଡ୍ରିବଲିଂ

RONALDINHO RETIRES FROM INTERNATIONAL FOOTBALL

ବ୍ରାଜିଲ୍ ଦଳର ତାରକା ଷ୍ଟ୍ରାଇକର ରୋନାଲ୍ଡିହ୍ନୋ ଆନ୍ତର୍ଜାତୀୟ ଫୁଟବଲ୍ କୁ ଅଲବିଦା କହିଛନ୍ତି । ପ୍ରାୟ ୨ ବର୍ଷ ଧରି ଜାତୀୟ ଦଳରୁ ବାହାରେ ରହିବା ପରେ ଅବସର ନିଷ୍ପତ୍ତି ନେଇଛନ୍ତି ଏହି ଷ୍ଟାର ଫୁଟବଲର ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ୮ ବର୍ଷ ବୟସରୁ ରୋନାଲ୍ଡିହ୍ନୋଙ୍କ ଦକ୍ଷତାର ପ୍ରମାଣ ମିଳିଥିଲା । ୟୁଥ୍ କ୍ଲବ ମ୍ୟାଚ୍ ଗୁଡିକରେ ସର୍ବ କନିଷ୍ଠ ଖେଳାଳି ହୋଇଥିବାରୁ ତାଙ୍କର ଡାକନାମ ଦିଆଯାଇଥିଲା ରୋନାଲ୍ଡିହ୍ନୋ । ପ୍ରଥମେ ବିଚ୍ ଫୁଟବଲରେ ଆଗ୍ରହ ରଖିଥିବା ରୋନାଲ୍ଡିହ୍ନୋ ଧୀରେଧୀରେ ପଡିଆରେ ଫୁଟବଲ୍ ଖେଳିବାକୁ ଲାଗିଲେ । ମାତ୍ର ୧୩ ବର୍ଷ ବୟସରେ ଏକ ସ୍ଥାନୀୟ ଦଳ ବିରୋଧରେ ତାଙ୍କର ଅଭୁତପୂର୍ବ ପ୍ରଦର୍ଶନ ସେତେବେଳେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଥିଲା । ସ୍ଥାନୀୟ ଦଳ ବିରୋଧରେ ତାଙ୍କ ଦଳ ୨୩-୦ ଗୋଲରେ ବିଜୟୀ ହେବା ସହ ସମସ୍ତ ଗୋଲ ସ୍କୋର କରିଥିଲେ ରୋନାଲ୍ଡିହ୍ନୋ ।

ବ୍ରାଜିଲର ଲବ୍ଧ ପ୍ରତିଷ୍ଠିତ ଫୁଟବଲ୍ କ୍ଲବ ଜର୍ମିଓରୁ କ୍ୟାରିୟର ଆରମ୍ଭ କରିଥିଲେ ରୋନାଲ୍ଡିହ୍ନୋ । ୧୯୯୮ରେ ସିନିୟର ଦଳରେ ସ୍ଥାନ ପାଇଲେ ସେ । ୧୯୯୯ରେ ୪୮ଟି ମ୍ୟାଚରୁ ୨୩ଟି ଗୋଲ୍ ସ୍କୋର କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ରୋନାଲ୍ଡିହ୍ନୋ । ୨୦୦୨ ବିଶ୍ୱକପ୍ ଚମ୍ପିଆନ ବ୍ରାଜିଲ ପକ୍ଷରୁ ଖେଳି ସମୁଦାୟ ୨ଟି ଗୋଲ୍ ସ୍କୋର କରିଥିଲେ ସେ । ଚମ୍ପିଆନ୍ସ ଲିଗ୍,୨୦୦୬ର ବିଜେତା ବାର୍ସିର୍ଲୋନା ଦଳର ମଧ୍ୟ ସଦସ୍ୟ ଥିଲେ ଏହି ତାରକା । ବ୍ରାଜିଲ ପକ୍ଷରୁ ୯୭ଟି ମ୍ୟାଚ୍ ଖେଳି ୩୩ଟି ଗୋଲ ସ୍କୋର କରିଛନ୍ତି ରୋନାଲ୍ଡିହ୍ନୋ । ୨୦୦୫ରେ ବାଲୋନ ଡୋର ପୁରସ୍କାର ମଧ୍ୟ ଜିତିଥିଲେ ବ୍ରାଜିଲର ଏହି ତାରକା ଡ୍ରିବଲର ।

Previous କୋହଲିଙ୍କୁ ଗ୍ୟାରଫିଲ୍ଡ ସୋବର୍ସ ପୁରସ୍କାର
Next ଓଡ଼ିଶାରୁ ମମତା ଓ ପଙ୍କଜକୁ ସାହସିକତା ପୁରସ୍କାର

No Comment

Leave a reply

Your email address will not be published. Required fields are marked *