ମୋହାଲିରେ ହିଟ୍ ମ୍ୟାନ ଶର୍ମା ଶୋ


ଭ୍ରମଣକାରୀ ଶ୍ରୀଲଙ୍କା ଏବଂ ଘରୋଇ ଦଳ ଭାରତ ମଧ୍ୟରେ ମୋହାଲିଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆରେ ରୋହିତ ହିଟ୍ ମ୍ୟାନ ଶର୍ମାଙ୍କର ଅଗ୍ନିବର୍ଷୀ ବ୍ୟାଟିଂ ଦେଖିବାକୁ ମିଳିଛି । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ସଂଗ୍ରହ କରିଛି ୩୯୨ ରନ୍ । ଅଧିନାୟକ ରୋହିତ ଶର୍ମା ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ବୋଲରମାନଙ୍କ ଉପରେ ଜ୍ୱାଳାମୁଖୀ ପରି ବର୍ଷିଛନ୍ତି । ୧୫୩ଟି ବଲ୍ ରୁ ୧୩ଟି ଆକର୍ଷଣୀୟ ଚୌକା ଏବଂ ୧୨ଟି ବିଶାଳ ଛକା ବଳରେ ସଂଗ୍ରହ କରିଛନ୍ତି ୨୦୮ ରନ୍ । ଯାହାକି ତାଙ୍କ କ୍ୟାରିୟରର ତୃତୀୟ ଦ୍ୱିଶତକ । ରୋହିତ ପୂର୍ବରୁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏବଂ ସିଂହଳୀ ଦଳ ବିରୋଧରେ ଯଥାକ୍ରମେ ୨୦୯ ଓ ୨୬୪ ରନ୍ ସଂଗ୍ରହ କରିଥିଲେ । ୨୦୧୭ କ୍ୟାଲେଣ୍ଡର ବର୍ଷରେ ୬ଟି ଶତକ ହାସଲ କରି ସଚିନ୍ ତେନ୍ଦୁଲକର, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡଙ୍କ ସହ ସମକକ୍ଷ ହୋଇଛନ୍ତି ରୋହିତ ।

ଭ୍ରମଣକାରୀ ଶ୍ରୀଲଙ୍କା ଦଳ ଟସ୍ ଜିଣି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଅଧିନାୟକ ୭ ଜଣ ବୋଲର ବ୍ୟବହାର କରିଥିଲେ ମଧ୍ୟ ଆଂଜେଲୋ ମ୍ୟାଥୁସ୍ ଙ୍କୁ ଛାଡିଦେଲେ ରୋହିତଙ୍କ ବିସ୍ଫୋରକ ବ୍ୟାଟିଂରୁ କେହି ନିସ୍ତାର ପାଇନଥିଲେ । ଆଂଜେଲୋ ୪ ଓଭର ବୋଲିଂ କରି ଗୋଟିଏ ମେଡେନ୍ ସହ ମାତ୍ର ୯ ରନ୍ ବ୍ୟୟ କରିଥିଲେ । ଭାରତ ପକ୍ଷରୁ ରୋହିତଙ୍କ ବ୍ୟତୀତ ନବାଗତ ଶ୍ରେୟାସ୍ ଆୟର ଏବଂ ଓପନର ଶିଖର ଧାୱନ ଯଥାକ୍ରମେ ୮୮ ଏବଂ ୬୮ ରନ୍ ର ଉପଯୋଗୀ ପାଳି ଖେଳିଥିଲେ । ଶ୍ରୀଲଙ୍କା ପକ୍ଷରୁ ଥିସାରା ପେରେରା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ମଧ୍ୟ ୮ ଓଭରରେ ୮୦ ରନ୍ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଗୋଟିଏ ନୁହଁ ଦୁଇଟି ନୁହଁ ତିନିଟି ଦ୍ୱିଶତକ ହାସଲ କରି ରୋହିତ ବ୍ୟାଟିଂର ପରିଭାଷା ବଦଳାଇ ଦେଇଛନ୍ତି ବୋଲି ଟ୍ୱିଟ କରିଛନ୍ତି ସୁରେଶ ରୈନା ।

Previous ଟାର୍ଗେଟ / ସ୍ପୋକେନ୍ ଇଂଲିଶ (Prepositions Part -1)
Next ଖାକିର ମଣିଷପଣିଆ

No Comment

Leave a reply

Your email address will not be published. Required fields are marked *