ହିଟ୍ ମ୍ୟାନ ଶର୍ମାଙ୍କ ଆଉ ଏକ ନିଆରା ରେକର୍ଡ


ଇନ୍ଦୋରରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଯୁଗ୍ମ ଦ୍ରୁତତମ ଶତକ ହାସଲ କରିଛନ୍ତି । ୩୫ଟି ବଲ୍ ରୁ ୧୧ ଚୌକା ଓ ୮ ଛକା ସହାୟତାରେ ଶତକ ପୂରଣ କରିଥିଲେ ରୋହିତ । ପୂର୍ବରୁ ୨୦୧୭ ଅକ୍ଟୋବର ୨୯ ତାରିଖରେ ପୋଚ୍ଫେଷ୍ଟୁମ୍ ଠାରେ ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ୩୫ ବଲ୍ ରୁ ଶତକ ହାସଲ କରି ଏହି ମାଇଲସ୍ତମ୍ଭ ସ୍ଥାପନ କରିଥିଲେ । ରୋହିତ ସମୁଦାୟ ୪୩ଟି ବଲ୍ ଖେଳି ୧୨ ଚୈାକା ଓ ୧୦ ଛକା ସହାୟତାରେ ୧୧୮ ରନ୍ କରି ଆଉଟ୍ ହୋଇଥିଲେ । କେବଳ ଚୌକା ଓ ଛକାରୁ ୧୦୮ ରନ୍ ସଂଗ୍ରହ କରିଥିଲେ ଏହି ବି ସ୍ଫୋରକ ବ୍ୟାଟ୍ସମ୍ୟାନ । ଦିନିକିଆରେ ତିନିଟି ଦ୍ୱି ଶତକ ହାସଲ କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିବାବେଳେ ଟି-୨୦ରେ ୨ଟି ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଛନ୍ତି ରୋହିତ । ଅନ୍ୟ ଦୁଇ ଭାରତୀୟ ଲୋକେଶ ରାହୁଲ ଏବଂ ସୁରେଶ ରୈନା ଟି-୨୦ରେ ଗୋଟିଏ ଲେଖାଏଁ ଶତକ ଅର୍ଜନ କରିଛନ୍ତି । ରୋହିତ ଓ ଲୋକେଶଙ୍କ ଓପନ୍ ଯୋଡି ଦଳର ବିଜୟ ପାଇଁ ଦୃଢ ମୂଳଦୂଆ ପକାଇଥିଲେ । ଧୂଆଁଧାର ବ୍ୟାଟିଂ କରି ଶ୍ରୀଲଙ୍କା ବୋଲରଙ୍କୁ ନିରାଶ କରିବା ସହ ସଂଗ୍ରହ କରିଥିଲେ ୧୬୫ ରନ୍ । ଯାହ ଆଉ ଏକ ରେକର୍ଡ ସ୍ଥାପନ କରିଛି । ଏହା ପୂର୍ବରୁ ଗତ ମାସରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଶିଖର ଧାୱନ ଏବଂ ରୋହିତ ଶର୍ମା ପ୍ରଥମ ଉଇକେଟ ଯୋଡିରେ ସର୍ବାଧିକ ୧୫୮ ରନ୍ ସଂଗ୍ରହ କରିଥିଲେ ।

 

Previous ଏକଚ୍ଛତ୍ରବାଦୀ ଶାସକ ଆଡଲ୍ଫ ହିଟଲର୍
Next ଇଣ୍ଡିଆ ରେଡ଼ ଦଳରେ ଓଡ଼ିଆ ଝିଅ ପ୍ରିୟଙ୍କା

No Comment

Leave a reply

Your email address will not be published. Required fields are marked *