ଋଷଭ ପନ୍ତଙ୍କ ନୂଆ କୀର୍ତ୍ତିମାନ: ମାତ୍ର ୩୨ଟି ବଲ୍ ରେ ଶତକ

Rishav pant scored second fastest t-20 century

ସୟଦ୍ ମୁସ୍ତାକ୍ ଅଲ୍ଲୀ ଟ୍ରଫି ଟି-୨୦ରେ ଦିଲ୍ଲୀର ଯୁବ ତାରକା ଋଷଭ ପନ୍ତ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଫିରୋଜ ଶାହା କୋଟଲାରେ ଅନୁଷ୍ଠିତ ହିମାଚଳପ୍ରଦେଶ ବିପକ୍ଷ ମ୍ୟାଚ ରେ ପନ୍ତ ମାତ୍ର ୩୨ଟି ବଲ୍ ରେ ବିଶ୍ୱର ଦ୍ୱିତୀୟ ଦ୍ରୁତତମ ଶତକ ହାସଲ କରି ଦିଲ୍ଲୀ ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି ।

ହିମାଚଳପ୍ରଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୪୪ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଦିଲ୍ଲୀ ୧୧.୪ ଓଭରରେ ବିଜୟଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦୁଇ ଓପନରଙ୍କ ନିର୍ଘାତ ପ୍ରହାରରେ ଘାଇଲା ହୋଇଯାଇଥିଲେ ହିମାଚଳ ବୋଲର । ଗୌତମ ଗମ୍ଭୀର ୩୩ ବଲ୍ ରେ ୪ ଚୈାକା ସହ ୩୦ ରନ୍ ସଂଗ୍ରହ କରିଥିବାବେଳେ ଏବଂ ଋଷଭ ପନ୍ତ ୩୮ବଲ୍ ରେ ୮ ଚୌକା ଓ ୧୨ ଛକା ସହ ୧୧୬ ରନ୍ ସଂଗ୍ରହ କରିଥିଲେ । ପନ୍ତ ୩୨ ବଲ୍ ରୁ ଶତକ ହାସଲ କରି କାରବିୟାନ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ(୩୦ ବଲ୍ ଶତକ)ଙ୍କ ତଳକୁ ରହିଛନ୍ତି । ୨୦୧୬-୧୭ ରଣଜୀ ସିଜିନ୍ ରେ ୪୮ ବଲ୍ ରୁ ଶତକ ହାସଲ କରି ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ରୁତତମ ଶତକ ଜମାଇବାର ମାଇଲସ୍ତମ୍ଭ ମଧ୍ୟ ସ୍ଥାପନ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ସ୍ଥାପନ କରିଥିଲେ ତାମିଲନାଡୁ ଓପନର ଭିବି ଚନ୍ଦ୍ରଶେଖର ।

Previous ଜଣଙ୍କ ମୃତ୍ୟୁ ପରେ କ'ଣ ହୁଏ ତାଙ୍କ ଫେସବୁକ୍ ଆକାଉଣ୍ଟ୍?
Next ବିନା ଔଷଧରେ ପ୍ରଖର ସ୍ମରଣ ଶକ୍ତି

No Comment

Leave a reply

Your email address will not be published. Required fields are marked *