ଅନ୍ତିମ ଟେଷ୍ଟରେ ଆହତ ରିଦ୍ଧିମାନଙ୍କ ସ୍ଥାନ ନେବେ ଦୀନେଶ କାର୍ତ୍ତିକ

Riddhiman ruled out from final test

ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲେ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହା । କେପଟାଉନ୍ ଟେଷ୍ଟରେ ଉଇକେଟ ପଛରେ ଅଭୁତପୂର୍ବ ପ୍ରଦର୍ଶନ କରି ୧୦ ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନକୁ ପଠାଇଦେଇଥିଲେ ସେ । ଏଥିସହିତ ମହେନ୍ଦ୍ର ସିଂହ ଧୋନିଙ୍କ ନାମରେ ଥିବା ସର୍ବାଧିକ ଡିସମିସାଲ(୯)ର ରେକର୍ଡକୁ ଭଙ୍ଗ କରିଥିଲେ ରିଦ୍ଧିମାନ । ହାମଷ୍ଟ୍ରିଙ୍ଗ ଇଂଜୁରୀ ଯୋଗୁଁ ଦ୍ୱିତୀୟ ଟେଷ୍ଟରେ ଦଳରେ ସ୍ଥାନ ପାଇନଥିବା ରିଦ୍ଧିମାନ ଅନ୍ତିମ ଟେଷ୍ଟରେ ମଧ୍ୟ ପଡିଆ ବାହାରେ ରହିବେ ।

ତାମିଲନାଡୁର ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ବଦଳ ଖେଳାଳୀ ଭାବେ ଚୟନ କରାଯାଇଛି । ଗୋଡ ମାଂଶପେଶୀ ଟାଣି ଧରିବାରୁ ରିଦ୍ଧିମାନଙ୍କୁ ଆମେ ଦ୍ୱିତୀୟ ଟେଷ୍ଟ ପାଇଁ ଦଳରେ ସାମିଲ କରି କୌଣସି ରିସ୍କ ନେବାକୁ ଚାହୁଁ ନାହୁଁ ବୋଲି ଟସ୍ ପୂର୍ବରୁ ସ୍ପଷ୍ଟ କରିଥିଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ସର୍ବ ଭାରତୀୟ ବରିଷ୍ଠ ଚୟନ କମିଟି ରିଦ୍ଧିମାନଙ୍କ ସ୍ଥାନରେ ଦୀନେଶ କାର୍ତ୍ତିକଙ୍କ ନାମ ଘୋଷଣା କରିଛି । ତୃତୀୟ ଟେଷ୍ଟ ଅବ୍ୟବହିତ ପୂର୍ବରୁ କାର୍ତ୍ତିକ ଦଳ ସହ ଯୋଗଦେବେ । ବିସିସିଆଇ ମେଡିକାଲ ଟିମ୍ ରିଦ୍ଧିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ରୀତିମତ ତତ୍ତ୍ୱାବଧାନ କରୁଛନ୍ତି ।

ସୀମିତ ଓଭର ମ୍ୟାଚ୍ ପାଇଁ ଦଳରେ ନିୟମିତ ସ୍ଥାନ ପାଇଆସୁଥିବା କାର୍ତ୍ତିକ ୨୦୧୦ରେ ବାଂଲାଦେଶ ବିପକ୍ଷରେ ଶେଷ ଥର ପାଇଁ ଟେଷ୍ଟ ଖେଳିଥିଲେ । ରିଦ୍ଧିମାନଙ୍କ ସହ ଦ୍ୱିତୀୟ ଉଇକେଟ କିପର ଭାବେ ସ୍ଥାନ ପାଇଥିବା ପାର୍ଥିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଉଇକେଟ ପଛରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ପ୍ରଥମ ଇଂନିସରେ ବ୍ୟାଟିଂରେ ବିଫଳ ହେବା ସହ ୩ଟି କ୍ୟାଚ ମଧ୍ୟ ହାତଛଡା କରିଛନ୍ତି ସେ । ଏଭଳି ସ୍ଥିତିରେ ଦୀନେଶ କାର୍ତ୍ତିକ ପାର୍ଥିବଙ୍କଠାରୁ ଭଲ ବ୍ୟାଟିଂ ଓ ଉଇକେଟ କିପିଂ କରିବେ ବୋଲି ଆସ୍ଥା ରଖିଛି ଟିମ୍ ମ୍ୟାନେଜମେଣ୍ଟ ।

Previous ନିଦ୍ରାକୁ ନକର ହେଳା
Next ଶାମିଙ୍କ କମାଲ: ଦକ୍ଷିଣ ଆଫ୍ରିକା 196/5

No Comment

Leave a reply

Your email address will not be published. Required fields are marked *