ଏ-ୱାନ୍ ରିଅଲ୍ ମାଦ୍ରିଦ୍


ୟୁଏଫା ତରଫରୁ ଘୋଷିତ ଶ୍ରେଷ୍ଠ ଫୁଟବଲ୍ କ୍ଲବ ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କରିଛି ସ୍ପେନର ପ୍ରସିଦ୍ଧ ଫୁଟବଲ୍ କ୍ଲବ ରିଅଲ୍ ମାଦ୍ରିଦ୍ । ବିଗତ ୫ ବର୍ଷ ମଧ୍ୟରେ ଦଳ ଗୁଡିକର ପ୍ରଦର୍ଶନ ଆଧାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି ।

ରିଅଲ୍ ମାଦ୍ରିଦ୍ ଦଳ ମୋଟ ୧,୪୮୦୦୦ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ୧,୨୬,୦୦୦ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ରିଅଲ୍ ମାଦ୍ରିଦର ଚିର ପ୍ରତିଦ୍ୱନ୍ଦୀ ବାର୍ସିଲୋନା । ସେହିପରି ୧,୨୫୦୦୦ ଏବଂ ୧,୨୨୦୦୦ ପଏଣ୍ଟସହ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ବାରେନ୍ ମ୍ୟୁନିକ ଏବଂ ଆଥ୍ଲେଟିକୋ ମାଦ୍ରିଦ । ଶ୍ରେଷ୍ଠ ଜାତୀୟ ଦଳ ତାଲିକାରେ ଜର୍ମାନୀ ପ୍ରଥମ ସ୍ଥାନରେ ଥିବାବେଳେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ପର୍ତ୍ତୁଗାଲ, ବେଲଜିୟମ୍ ଓ ସ୍ପେନ ।

Previous ଆଇସିସି ଟି-୨୦ ତାଲିକା:ଚତୁର୍ଥ ସ୍ଥାନରେ ପ୍ରତିଭାଦୀପ୍ତ ରାହୁଲ
Next ନିୟମିତ ଯୋଗାସନ ଦିଏ ସୁସ୍ଥ ଜୀବନ

No Comment

Leave a reply

Your email address will not be published. Required fields are marked *