କୋଚ ଶାସ୍ତ୍ରୀଙ୍କ 6 ଛକା

Ravi, six master

ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ଭାବେ ପରିଚିତ ରବି ଶାସ୍ତ୍ରୀ ୧୯୮୩ ବିଶ୍ୱକପ ବିଜୟୀ ଦଳର ସଦସ୍ୟ ହେବା ସହ ୧୯୮୫, ୱାଲ୍ଡ ଚମ୍ପିଆନସିପ ଅଫ କ୍ରିକେଟରେ ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଗୋଟିଏ ଓଭରରେ ୬ଟି ଛକା ମାରିବା ରେକର୍ଡ ରବି ଶାସ୍ତ୍ରୀ ଓ ଯୁବରାଜ ସିଂହଙ୍କ ନାମରେ ରହିଛି । ଜଣେ ନାମକରା କମେ ଣ୍ଟେଟର ଭାବେ ମଧ୍ୟ ବିଶ୍ୱ ବିଦିତ ଶାସ୍ତ୍ରୀ । ସଂପ୍ରତି ଭାରତୀୟ ସିନିୟର ଦଳର ମୁଖ୍ୟ କୋଚ ଅଛନ୍ତି ସେ ।

ଭାରତୀୟ କ୍ରିକେଟ ଦଳରୁ ୧୯୮୧ରୁ ୧୯୯୨ ପର୍ଯ୍ୟନ୍ତ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ଦଳରେ ସକ୍ରିୟ ସଦସ୍ୟ ଥିଲେ ରବି ଶାସ୍ତ୍ରୀ । ସ୍ପିନ ବୋଲିଂ ବିରୋଧରେ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରୁଥିଲେ ରବି । ଦ୍ରୁତ ବୋଲରଙ୍କୁ ସାମ୍ନା କଲାବେଳେ ସେତେଟା ସହଜ ହୋଇପାରନ୍ତିନି ସେ । ପ୍ରଥମ ଶ୍ରେଣୀ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରି କାରବିୟାନ ଦଳର ମହାନ କ୍ରିକେଟର ଗ୍ୟାରି ସୋବର୍ସଙ୍କ ସହ ସମକକ୍ଷ ହୋଇଥିଲେ ରବି । ବମ୍ବେ ପକ୍ଷରୁ ରଣଜୀ ଜୀବନ ଆରମ୍ଭ କରି ନିଜ ଦଳକୁ ରଣଜୀ ଟାଇଟଲ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେ । ଗ୍ଲାମରଗାନ ଦଳ ପକ୍ଷରୁ ମଧ୍ୟ ୪ଟି ସିଜିନରେ କାଉଣ୍ଟିଂ ଖେଳିଥିଲେ ରବି । ଆଣ୍ଠୁରେ ଗୁରୁତର ଆଘାତ ଲାଗିବାରୁ ମାତ୍ର ୩୧ ବର୍ଷ ବୟସରେ କ୍ରିକେଟକୁ ଅଲବିଦା କହିଥିଲେ ଏହି ପ୍ରତିଭାବାନ ବ୍ୟାଟ୍ସମ୍ୟାନ । ୨୦୧୪ରୁ ୨୦୧୫ ବିଶ୍ୱ କପ ପର୍ଯ୍ୟନ୍ତ ଭାରତୀୟ ଦଳର ନିର୍ଦ୍ଦେଶକ ପଦରେ ରହିଥିଲେ ରବି ।

Previous ରାହୁଲଙ୍କ ଗୋପନ ଅଭିସାର
Next ଆଜିର ଦିନରେ ହୋଇଥିଲା ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ହାନ୍ସି କ୍ରୋନ୍ଜେଙ୍କ ମୃତ୍ୟୁ

No Comment

Leave a reply

Your email address will not be published. Required fields are marked *