ରଣଜୀ ଟ୍ରଫି ସେମିଫାଇନାଲ୍ ପର୍ଯ୍ୟାୟ ଚୂଡାନ୍ତ


ଦେଶର ପ୍ରମୁଖ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିର କ୍ୱାଟର ଫାଇନାଲ୍ ପର୍ଯ୍ୟାୟ ଶେଷ ହୋଇଛି । ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ପଶ୍ଚିମବଙ୍ଗ, ଦିଲ୍ଲୀ, କର୍ଣ୍ଣାଟକ ଏବଂ ବିଦର୍ଭ । ଡିସେମ୍ବର ୧୭ରୁ ୨୧ ପର୍ଯ୍ୟନ୍ତ କଲକାତାରେ କର୍ଣ୍ଣାଟକ-ବିଦର୍ଭ ଏବଂ ପୁଣେରେ ବଙ୍ଗଳା-ଦିଲ୍ଲୀ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଗତ ରଣଜୀ ସଂସ୍କରଣରେ ଚମ୍ପିଆନ ହୋଇଥିଲା ଗୁଜରାଟ । କିନ୍ତୁ ଦୁର୍ଭାଗ୍ୟବଶତଃ ଗୁଜରାଟ ଏଥର କ୍ୱାଟରଫାଇନାଲରେ ବଙ୍ଗଳାଠାରୁ ପରାଜୟ ବରଣ କରିଛି । ଓପନର ଅଭିମନ୍ୟୁ ଇଶ୍ୱରନ୍ ଙ୍କ ଶତକ ବଳରେ ବଙ୍ଗଳା ପ୍ରଥମ ଇଂନିସରେ ୩୫୪ ରନ୍ କରିଥିବାବେଳେ ଗୁଜରାଟ ୨୨୪ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇଂନିସରେ ପୁଣି ଶତକ ହାସଲ କରିଥିଲେ ଅଭିମନ୍ୟୁ ଇଶ୍ୱରନ୍ । ଋତ୍ୱିକ୍ ଚାଟାର୍ଜୀ ଚିତ୍ତାକର୍ଷକ ଦ୍ୱିଶତକ ହାସଲ କରିଥିଲେ । ବଙ୍ଗଳା ୬ ୱିକେଟରେ ୬୯୫ ରନ୍ର ପାହାଡ ଭଳି ସ୍କୋର ଛିଡା କରିଥିଲା ଗୁଜରାଟ ସମ୍ମୁଖରେ । ପ୍ରଥମ ଇଂନିସ ଅଗ୍ରଣୀ ଭିତ୍ତିରେ ବିଜେତା ଘୋଷିତ ହୋଇଥିଲା ବଙ୍ଗଳା ଦଳ ।

ବିଜୟୱାଡାରେ ମଧ୍ୟପ୍ରଦେଶ ଓ ଦିଲ୍ଲୀ ମଧ୍ୟରେ ହୋଇଥିବା ମ୍ୟାଚରେ ବିଜୟୀ ହୋଇଥିଲା ଦିଲ୍ଲୀ । ସୁରତରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ୍ ମ୍ୟାଚରେ କେରଳକୁ ୪୧୨ ରନ୍ ରେ ପରାସ୍ତ କରିଛି ବିଦର୍ଭ । ନାଗପୁରରେ ଖେଳାଯାଇଥିବା ଅନ୍ୟ ଏକ କ୍ୱାର୍ଟରଫାଇନାଲ୍ ମ୍ୟାଚ ରେ ସବୁଠୁ ଅଧିକ ରଣଜୀ ଟ୍ରଫି ହାତେଇଥିବା ମୁମ୍ବଇକୁ ଇଂନିସ ଓ ୨୦ ରନରେ ପରାସ୍ତ କରିଛି କର୍ଣ୍ଣାଟକ ।

Previous ଦୁନିଆର ୬ଟି ସବୁଠାରୁ ବିପଦପୂର୍ଣ୍ଣ ରାସ୍ତା
Next ରବନେ ବନାଦି ଯୋଡ଼ି

No Comment

Leave a reply

Your email address will not be published. Required fields are marked *