ଟି -20 ଦଳକୁ ଫେରିଲେ ରୈନା

Raina recalled for t-20 series against South Africa

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ସିରିଜ ପାଇଁ ୧୬ ଜଣିଆ ଦଳ ଘୋଷଣା କରିଛି ଟିମ୍ ମ୍ୟାନେଜମେଣ୍ଟ । ଗତ ଶ୍ରୀଲଙ୍କା ସିରିଜରେ ବାଦ ପଡିଥିବା ବାମହାତୀ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ସୁରେଶ ରୈନା ଦଳକୁ ଫେରିଛନ୍ତି । ୧୬ ଜଣିଆ ଦଳର ଅଧିନାୟକ ଭାର ସମ୍ଭାଳିବେ ବିରାଟ କୋହଲି ।

ଶେଷ ଥର ପାଇଁ ଫେବୃୟାରୀ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ ଖେଳିଥିଲେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରୈନା । ଇଂଲଣ୍ଡ ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୟୋ-ୟୋ ଟେଷ୍ଟରେ ବିଫଳ ହୋଇ ପରବର୍ତ୍ତୀ ସିରିଜ୍ ରେ ଦଳରୁ ବାଦ ପଡିଥିଲେ ସେ । ଗତ ଡିସେମ୍ବର ମାସରେ ୟୋ-ୟୋ ଟେଷ୍ଟରେ ସଫଳ ହେବା ସାଙ୍ଗକୁ ସୟେଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫିରେ ପଶ୍ଚିମବଙ୍ଗ ବିପକ୍ଷରେ ଚିତ୍ତାକର୍ଷକ ଶତକ ହାସଲ କରି ଚୟନକର୍ତ୍ତାଙ୍କ ଦୃଷ୍ଟିକୁ ଆସିଥିଲେ ରୈନା ।

ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ଶ୍ରୀଲଙ୍କା ସିରିଜ୍ ରେ କୋହଲିଙ୍କ ଅନୁପସ୍ଥିତିରେ ରୋହିତଙ୍କ ବଳିଷ୍ଠ ନେତୃତ୍ୱରେ ଦଳ ଅନାୟାସରେ ସିରିଜ୍ ବିଜୟୀ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍ ରେ ବିଶ୍ରାମ ନେଇଥିବା ଓପନର ଶିଖର ଧାୱନ ମଧ୍ୟ ଦଳକୁ ଫେରିଛନ୍ତି । ଦ୍ରୁତ ବୋଲର ସାର୍ଦ୍ଦୁଳ ଠାକୁରଙ୍କୁ ଡାକରା ମିଳିଥିବାବେଳେ ଯୁବ ପ୍ରତିଭା ଶ୍ରେୟସ ଆୟାର, ବାସିଲ ଥାମ୍ପି, ମହମ୍ମଦ ସିରାଜ, ଦୀପକ ହୁଡ୍ଡା ଏବଂ ୱାଶିଂଟନ ସୁନ୍ଦରଙ୍କୁ ଦଳରେ ଜାଗା ମିଳିନାହିଁ ।

Previous ଭିଏସଏସୟୁଟିର ନୂଆ କୂଳପତି ପ୍ରଫେସର ଅଟଳ ଚୌଧୁରୀ
Next ମେଡ଼ିସିନକୁ କରନ୍ତୁ ବାଏ ବାଏ, ନିଜେ ହୁଅନ୍ତୁ ନିଜର ଚିକିତ୍ସକ

No Comment

Leave a reply

Your email address will not be published. Required fields are marked *