ୟୋ-ୟୋ ଟେଷ୍ଟରେ ସଫଳ ହେଲେ ରୈନା: ଆସିପାରେ ଡାକରା


ୟୋ-ୟୋ ଟେଷ୍ଟରେ ବିଫଳ ହୋଇ ଭାରତୀୟ ଦଳରୁ ବାଦ୍ ପଡିଥିବା ବାମହାତୀ ବ୍ୟାଟ୍ସମ୍ୟାନ ସୁରେଶ ରୈନାଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସୀମିତ ଓଭର ମ୍ୟାଚ୍ ପାଇଁ ଘୋଷିତ ଦଳରେ ସ୍ଥାନ ମିଳିବା ସମ୍ଭାବନା ଉଜ୍ଜ୍ୱଳ ହୋଇଛି । ଆଜି ବାଙ୍ଗାଲୁରୁସ୍ଥିତ ରାଷ୍ଟ୍ରିୟ କ୍ରିକେଟ ଏକାଡେମିଠାରେ ୟୋ-ୟୋ ଟେଷ୍ଟର ସାମ୍ନା କରିବାକୁ ପଡିଥିଲା ରୈନାଙ୍କୁ । ସେ ସଫଳତାର ସହ ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇ ଖୁସି ବ୍ୟକ୍ତ କରିଛନ୍ତି ।

ପୂର୍ବରୁ ୟୋ-ୟୋ ଟେଷ୍ଟରେ ବିଫଳ ହୋଇ ଭାରତ-ଶ୍ରୀଲଙ୍କା ଘରୋଇ ସିରିଜ୍ ରେ ସ୍ଥାନ ପାଇନଥିଲେ ସୁରେଶ ରୈନା । ଦେଶର ସର୍ବ ପୁରାତନ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ଖେଳିବାରେ ମନୋନିବେଶ କରିଥିଲେ ସେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦଳରେ ସ୍ଥାନ ମିଳିବା ନେଇ ଆଶାୟୀ ରୈନା ଫିଟନେସ୍ ବଢାଇବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଇଆସୁଥିଲେ । ତାହାର ସୁଫଳ ମୋତେ ମିଳିଛି ବୋଲି କହିଛନ୍ତି ସୁରେଶ ରୈନା । ଟ୍ରେନର, କୋଚ୍ ଏବଂ ଅଫିସିଆଲଙ୍କ ଭରପୁର ସହଯୋଗରେ ୟୋ-ୟୋ ଟେଷ୍ଟରେ ସଫଳ ହେଲି ବୋଲି ଟୁଇଟ୍ କରିଛନ୍ତି ଉତ୍ତରପ୍ରଦେଶର ଏହି ବାମହାତୀ ବ୍ୟାଟ୍ସମ୍ୟାନ ।

ରୈନା ଶେଷ ଥର ପାଇଁ ଭାରତୀୟ ଦଳ ତରଫରୁ ୨୦୧୭ ଫେବୃୟାରୀରେ ଇଂଲଣ୍ଡ ବିପକ୍ଷରେ ଟି-୨୦ ମ୍ୟାଚ୍ ଖେଳିଥିଲେ । ୨୦୧୫, ଅକ୍ଟୋବର ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ ସେ । ଭାରତ ଦକ୍ଷିଣ ଆଫ୍ରିକା ଗସ୍ତରେ ତିନିଟି ଟେଷ୍ଟ, ଛଅଟି ଦିନିକିଆ ଏବଂ ତିନିଟି ଟି-୨୦ ଖେଳିବାର କାର୍ଯ୍ୟକ୍ରମ ରହିଛି । ଟେଷ୍ଟ ସିରିଜ୍ ପାଇଁ ଦଳ ଘୋଷିତ ହୋଇଥିବାବେଳେ ଦିନିକିଆ ଓ ଟି-୨୦ ପାଇଁ ଅଦ୍ୟାବଧି ଦଳ ଚୟନ କରାଯାଇନାହିଁ । ଫିଟନେସ୍ ଟେଷ୍ଟରୁ ସଫଳ ହେବାରୁ ଦଳରେ ସ୍ଥାନ ପାଇବା ନେଇ ଆଶା ବାନ୍ଧିଛନ୍ତି ରୈନା ।

Previous ସାପ କାମୁଡ଼ିଲେ କ’ଣ କରିବେ ?
Next ଉପଯୋଗୀ ଅମୃତଭଣ୍ଡା

No Comment

Leave a reply

Your email address will not be published. Required fields are marked *