ରାହୁଲଙ୍କ ଗୋପନ ଅଭିସାର

Rahul spotted with b-town heroine Nidhi

ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟର ଡେଟିଂ କରିବା କିଛି ନୂଆ କଥା ନୁହେଁ । ସଂପ୍ରତି ବଲିଉଡ ଦିଭା ନିଧି ଅଗ୍ରୱାଲଙ୍କ ସହ ଲଭ୍ ଆଫେୟର୍ସକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା ଲୋକେଶ ରାହୁଲ । ଏକ ରେସ୍ତୋରାଁରୁ ବାହାରୁଥିବାବେଳେ ସଭିଁଙ୍କ ନଜରରେ ଆସିଥିଲେ ଦୁହେଁ ।

ଗତ କିଛି ବର୍ଷ ମଧ୍ୟରେ ହିନ୍ଦୀ ସିନେମା ଜଗତର ସୁନ୍ଦର ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚିତ ହୋଇଛନ୍ତି ଯୁବରାଜ ସିଂହ, ହରଭଜନ ସିଂହ ଏବଂ ବିରାଟ କୋହଲି । ୨୦୧୭ର ସଭିଁଙ୍କୁ ଚମତ୍କୃତ କରି ନାମକରା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । ସୁଦୂର ଇଟାଲୀର ଟସ୍କାନିଠାରେ ବନ୍ଧୁ ଏବଂ ପରିବାରବର୍ଗଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏହି ହଟ୍ ଯୋଡି ।

ସୂଚନାଯୋଗ୍ୟ କି, ଗତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିଲେ ଲୋକେଶ ରାହୁଲ । ଜୁନ୍ ୧୪ରେ ବାଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାଗ ନେବେ ସେ । ଅନ୍ୟପକ୍ଷରେ ୨୦୧୭ରେ ପରଦାକୁ ଆସିଥିବା ମୁନ୍ନା ମାଇକେଲ ଚଳଚ୍ଚିତ୍ରରେ ଟାଇଗର ସ୍ରଫଙ୍କ ବିପକ୍ଷରେ ଦମଦାର ଅଭିନୟ କରିଥିଲେ ନିଧି ଅଗ୍ରୱାଲ ।

Previous ନଖ ଉଷୁମ ପାଣିର ଉପକାରିତା
Next କୋଚ ଶାସ୍ତ୍ରୀଙ୍କ 6 ଛକା

No Comment

Leave a reply

Your email address will not be published. Required fields are marked *