ଟେଷ୍ଟ ବ୍ୟାଟିଂ ତାଲିକା: ଟପ୍ ୩ରେ ପୂଜାରା


ଆଇସିସି ଦ୍ୱାରା ସଦ୍ୟ ପ୍ରକାଶିତ ଟେଷ୍ଟ ବ୍ୟାଟ୍ସସମ୍ୟାନ ମାନ୍ୟତାରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ପୂର୍ବରୁ ଚତୁର୍ଥ ସ୍ଥାନରେ ଥିବା ପୂଜାରା ୮୭୩ ପଏଣ୍ଟ ଜରିଆରେ ଏବେ ଆଉ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ସେ ଏଯାବତ୍ ୫୪ଟି ଟେଷ୍ଟ ଖେଳି ୫୨.୯୬ ହାରରେ ୪୩୯୬ ରନ୍ ସଂଗ୍ରହ କରିସାରିଛନ୍ତି ।

ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତାର ଏକ ନମ୍ବର ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ । ଆଇସିସିର ସଦ୍ୟ ପ୍ରକାଶିତ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଅଲରାଉଣ୍ଡର ମାନ୍ୟତାରେ ଜାଡେଜା ଦୁଇ ନମ୍ବର ଓ ଅଶ୍ୱିନ ୪ ନମ୍ବର ସ୍ଥାନରେ ଅଛନ୍ତି । ଟେଷ୍ଟ ବୋଲିଂ ମାନ୍ୟତାରେ ମଧ୍ୟ ଜାଡେଜା ଓ ଅଶ୍ୱିନ ପ୍ରଥମ ଦଶ ଜଣ ଶ୍ରେଷ୍ଠ ବୋଲରଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

Previous ଫିଲ୍ମ ଫେୟାର ଆୱାର୍ଡ ଦୌଡରେ ଓଡିଆ ପୁଅ ପିୟୁଷଙ୍କ ସର୍ଟ ଫିଲ୍ମ
Next ରଣଜୀ ଟ୍ରଫି:ଫାଇନାଲରେ ଦିଲ୍ଲୀ

No Comment

Leave a reply

Your email address will not be published. Required fields are marked *