ୟୋର୍କସାୟାର ପକ୍ଷରୁ କାଉଣ୍ଟିଂ ଖେଳିବେ ପୂଜାରା

Pujara is all set to play for Yorkshire

ଆଗାମୀ ସମର ସିଜିନ୍ ରେ ୟୋର୍କସାୟାର ପକ୍ଷରୁ କାଉଣ୍ଟିଂ ଖେଳିବେ ଭାରତର ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ଚେତେଶ୍ୱରଙ୍କ ଭଳି ଜଣେ ଦକ୍ଷ ବ୍ୟାଟ୍ସମ୍ୟାନଙ୍କୁ ପାଇ ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ୟୋର୍କସାୟାର ଦଳର ନିର୍ଦ୍ଦେଶକ ମାର୍ଟିନ ମୋକ୍ସନ ।

୨୦୧୫ରେ ୟୋର୍କସାୟାର ପକ୍ଷରୁ ଖେଳି ଦଳକୁ କ ।ଉଣ୍ଟିଂ ଚମ୍ପିଆନସିପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ପୂଜାରା । ଅନ୍ତିମ ଇଂନିସରେ ୧୩୩ ର ନ୍ ର ଚମକ୍ତାର ଶତକୀୟ ଇଂନିସ ସହ ୫୨.୮୦ ହାରରେ ୪ଟି ମ୍ୟାଚରୁ ୨୬୪ ରନ୍ ସଂଗ୍ରହ କରିଥିଲେ ସେ । ପୂଜାରାଙ୍କ ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ ବଳରେ ଅନ୍ତିମ ମ୍ୟାଚରେ ୩୦୫ ର ନ୍ ର ବିପୁଳ ବ୍ୟବଧାନରେ ହାମ୍ପସାୟାର ବିପକ୍ଷରେ ମ୍ୟାଚ୍ ଜିତିଥିଲା ୟୋର୍କସାୟାର ଦଳ । ପୂର୍ବରୁ ନଟିଙ୍ଗହାମ୍ ସାୟାର ଓ ଡର୍ବିସାୟାର ପକ୍ଷରୁ ପ୍ରତିନିଧିତ୍ୱ କରିସାରିଛନ୍ତି ସେ ।ପୂଜାରାଙ୍କ ବ୍ୟତୀତ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ଜୋ ରୁଟ, ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମ୍ସନଙ୍କୁ ମଧ୍ୟ ଚୁକ୍ତିବଦ୍ଧ କରିଛି ୟୋର୍କସାୟାର । ସଚିନ୍ ତେନ୍ଦୁଲକର ଓ ଯୁବରାଜ ସିଂହଙ୍କ ଭଳି ଖେଳାଳି ପ୍ରତିନିଧିତ୍ୱ କରିଥିବା ୟୋର୍କସାୟାର ପକ୍ଷରୁ ଖେଳିବାକୁ ସୁଯୋଗ ମିଳୁଥିବାରୁ ମୁଁ ଗର୍ବିତ ଏବଂ ମୁଁ ଜଣେ ସ୍ୱୟଂସମ୍ପୂର୍ଣ୍ଣ ଖେଳାଳି ହେବାରେ ଏହି କ୍ଲବର ବିଶେଷ ଅବଦାନ ରହିଛି ।

Previous ଷ୍ଟାର୍ଟଅପ୍ ଇଣ୍ଡିଆ-ଓଡିଶା ଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
Next ଓଡ଼ିଆ ପୁଅ ଅସିତଙ୍କୁ ପଦାର୍ପଣରେ ମିର୍ଚି ମ୍ୟୁଜିକ ଆୱାର୍ଡ

No Comment

Leave a reply

Your email address will not be published. Required fields are marked *