ଅଣ୍ଡର-୧୯ ବିଶ୍ୱକପ୍ ପାଇଁ ପୃଥ୍ୱୀ ଶ ଅଧିନାୟକ ମନୋନୀତ


୨୦୧୮ ଜାନୁଆରୀରେ ନ୍ୟୁଜିଲ୍ୟାଣ୍ଡରେ ଅନୁଷ୍ଠିତ ହେବ ୧୯ ବର୍ଷରୁ କମ୍ ବିଶ୍ୱ କପ୍ କ୍ରିକେଟ । ଏହି ମହାସମରରେ ଭାଗ ନେବା ପାଇଁ ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ୱୀଶଙ୍କୁ ୧୯ ବର୍ଷରୁ କମ୍ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାବେ ଚୟନ କରାଯାଇଥିବା ବେଳେ ଉପଅଧିନାୟକ ଭାବେ ଶୁବମାନ୍ ଗିଲଙ୍କ ନାମ ଘୋଷଣା କରାଯାଇଛି ।

ଜଣେ ଖେଳାଳି କେବଳ ଗୋଟିଏ ୧୯ ବର୍ଷରୁ କମ୍ ବିଶ୍ୱକପ୍ ରେ ଭାଗ ନେଇପାରିବେ ବୋଲି କୋଚ୍ ରାହୁଲ ଦ୍ରାବିଡ ସ୍ପଷ୍ଟ କରିବା ପରେ ଅନମୋଲପ୍ରୀତ ସିଂହ, ଈଶାନ୍ କିଶନ୍, ୱାଶିଂଟନ୍ ସୁନ୍ଦରଙ୍କ ନାମ ବିଚାରକୁ ନିଆଯାଇନଥିଲା । ମନୋନୀତ ହୋଇଥିବା ଖେଳାଳିମାନେ ଡିସେମ୍ବର ୮ରୁ ୨୨ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ହେବାକୁ ଥିବା ଟ୍ରେନିଂ କ୍ୟାମ୍ପରେ ଯୋଗ ଦେବେ । ଅଧିନାୟକ ପୃଥ୍ୱୀ ଏବଂ ଦୃତ ବୋଲର ଈଶନ୍ ପୋରେଲ ରଣଜୀ ଟ୍ରଫି କ୍ୱାଟର ଫାଇନାଲ ମ୍ୟାଚରେ ନିଜ ଦଳ ତରଫରୁ ମ୍ୟାଚ୍ ଖେଳିବାକୁ ଥିବାରୁ ସେମାନେ ଡିସେମ୍ବର ୧୨ରେ କ୍ୟାମ୍ପରେ ଯୋଗ ଦେବେ । ୧୨ଟି ଦେଶକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଏହି ବିଶ୍ୱକପ୍ ଜାନୁଆରୀ ୧୩ରୁ ଫେବୃୟାରୀ ୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିମ୍ବାୱେ, ପପୁଆ ନିଉଗିନି ଓ ଅଷ୍ଟ୍ରେଲିଆ ସହିତ ଗ୍ରୁପ୍ ବିରେ ସ୍ଥାନ ପାଇଛି ଭାରତ । ଜାନୁଆରୀ ୧୪ ତାରିଖରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପ୍ରଥମ ମ୍ୟାଚ୍ ଖେଳିବ । ଭାରତ ୨୦୦୦, ୨୦୦୮, ୨୦୧୨ରେ ତିନିଥର ଏହି ଟାଇଟଲ୍ ହାସଲ କରିଥିବାବେଳେ ୨୦୧୬ ବିଶ୍ଵକପରେ ୱେଷ୍ଟଇଣ୍ଡିଜଠାରୁ ହାରି ରନର୍ସ ଅପ୍ ହୋଇଥିଲା ।

Previous ଲାରାଙ୍କ ରେକର୍ଡ ଭାଙ୍ଗିଲେ କୋହଲି
Next ବିବାହ କଲେ ଷ୍ଟାର ଫୁଟବଲର ସୁନୀଲ ଛେତ୍ରୀ

No Comment

Leave a reply

Your email address will not be published. Required fields are marked *