ପିଟରସନଙ୍କ ମନପସନ୍ଦ ବିଶ୍ୱ ଏକାଦଶ : ତିନିଟିଯାକ ଫର୍ମାଟରେ ସେହୱାଗ

pietersen's best world eleven

ଟି-୨୦, ଏକଦିବସୀୟ ଏବଂ ଟେଷ୍ଟ ପାଇଁ ନିଜ ପସନ୍ଦର ୧୧ ଜଣିଆ ତାଲିକା ପ୍ରସ୍ତୁତ କରିଛନ୍ତି ଇଂଲଣ୍ଡ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କେଭିନ୍ ପିଟରସନ୍ । ତିନିଟିଯାକ ଫର୍ମାଟରେ ଓପନର ଭାବେ ବୀରେନ୍ଦ୍ର ସେହୱାଗଙ୍କୁ ବାଛିଛନ୍ତି ପିଟରସନ୍ । ସେହୱାଗଙ୍କ ବ୍ୟତୀତ କଙ୍ଗାରୁ ଦଳର ମହାନ୍ ସ୍ପିନର ସେନ୍ ୱାର୍ଣ୍ଣେ ଏବଂ ଶ୍ରୀଲଙ୍କା ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା । ଟେଷ୍ଟ ଟିମରେ ଭାରତର ବ୍ୟାଟିଂ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ସ୍ଥାନ ମିଳିଛି ।

ଟେଷ୍ଟ-୧୧ରେ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ମହ।ନ୍ ଅଲରାଉଣ୍ଡର ଜ୍ୟାକ୍ସ କ୍ୟାଲିସ, ରିକି ପଣ୍ଟିଂ, କୁମାର ସାଙ୍ଗକାରା ଏବଂ ଏବି ଡିଭିଲିୟର୍ସ ବିଶ୍ୱର ଶ୍ରେଷ୍ଠ ମଧ୍ୟକ୍ରମ ବ୍ୟାଟିଂ ୟୁନିଟ କହିଲେ ଅତ୍ୟୁକ୍ତି ହେବ ନାହିଁ । ୭ ନମ୍ବର ସ୍ଥାନରେ ଦକ୍ଷିଣ ଆଫ୍ରିକା ଦଳର ପୂର୍ବତନ ଅଧିନାୟକ ସନ୍ ପୋଲକଙ୍କ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଏବଂ ଅଗ୍ନିବର୍ଷୀ ବୋଲିଂ ଦଳକୁ ସନ୍ତୁଳନ ପ୍ରଦାନ କରିବ । ବ୍ରେଟ ଲି, ଜେମ୍ସ ଆଣ୍ଡରସନ୍ ଏବଂ ଗ୍ଲିନ ମ୍ୟାକଗ୍ରାଥଙ୍କୁ ନେଇ ସନ୍ତୁଳିତ ଦ୍ରୁତ ବୋଲିଂ ୟୁନିଟ୍ ପ୍ରତିପକ୍ଷ ଦଳକୁ ପ୍ରତିହତ କରିବା ପାଇଁ ବଡ ଅସ୍ତ୍ର ହେବ । ଟେଷ୍ଟ ଦଳରେ ସ୍ପେଶାଲିଷ୍ଟ ସ୍ପିନର ଭାବେ ସେନ୍ ୱାର୍ଣ୍ଣେଙ୍କୁ ସାମିଲ କରାଯାଇଛି ।

ପିଟରସନ୍ ଙ୍କ ପସନ୍ଦର ଦିନିକିଆ ଦଳରେ ଓପନିଂ ଭାର ସମ୍ଭାଳିବେ କାରବିୟାନ୍ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ୍ ଏବଂ ଟିମ୍ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ । ସାଙ୍ଗାକାରା ଓ କାଲିସଙ୍କୁ ମଧ୍ୟ ଦିନିକିଆ ଏକାଦଶରେ ସ୍ଥାନ ଦେଇଛନ୍ତି ପିଟରସନ୍ । ବର୍ତ୍ତମାନ ଭାରତୀୟ ଦଳର ଅଧିନାୟକ ଥିବା ବିରାଟ କୋହଲିଙ୍କୁ ପିଟରସନଙ୍କ ଦିନିକିଆ ଦଳରେ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆର ସ୍ପିନ କିମ୍ବଦନ୍ତୀ ସେନ୍ ୱାର୍ଣ୍ଣେ ଏବଂ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଭେଟେରାନ୍ ସ୍ପିନର ଡାନିଏଲ୍ ଭିଟୋରୀଙ୍କୁ କେଭିନ୍ ଙ୍କ ମନ ପସନ୍ଦର ଦିନିକିଆ ଏକାଦଶରେ ଜାଗା ମିଳିଛି । ଟି-୨୦ ଏକାଦଶରେ ସାଙ୍ଗାକାରା, ଗେଲ୍ , କୋହଲି, ସେହୱାଗ ଓ ଏବି ଡିଭିଲିୟର୍ସଙ୍କ ଭଳି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ ସ୍ଥାନ ପାଇଛନ୍ତି । ବ୍ରେଟ ଲି, ଡାରେନ୍, ମୂରଲୀଧରନ୍ ଓ ସେନ୍ ୱାର୍ଣ୍ଣେକୁ ନେଇ ଗଠିତ ବୋଲିଂ ୟୁନିଟ ବିଶ୍ୱର ଯେକୌଣସି ଶକ୍ତିଶାଳୀ ବ୍ୟାଟିଂ ୟୁନିଟକୁ ଧ୍ୱସ୍ତ କରିବାକୁ ସକ୍ଷମ ।

Previous ସଫଳତାର ୭ଟି ମନ୍ତ୍ର: ଶୋଇବା ଆଗରୁ କରନ୍ତୁ ଏହିସବୁ କାମ
Next 19 ବର୍ଷରୁ କମ ବିଶ୍ୱକପ ହାତେଇଲା ଭାରତ:ଶୁବମାନ୍ ପ୍ଲେୟାର ଅଫ୍ ଦି ସିରିଜ୍

No Comment

Leave a reply

Your email address will not be published. Required fields are marked *