ଲର୍ଡସରେ ଲଗାତାର ୩ଟି ଟେଷ୍ଟ ଶତକ ହାସଲ କରିଥିବା ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ

only batsman to score consecutive 3 test hundred lords

ଆଜି ଭାରତର ପୂର୍ବତନ ପ୍ରତିଭାବାନ୍ ବ୍ୟାଟ୍ସମ୍ୟାନ ଦିଲ୍ଲୀପ ଭେଙ୍ଗସରକାରଙ୍କ ଜନ୍ମ ଦିନ । କ୍ରିକେଟର ମକ୍କା କୁହାଯାଇଥିବା ଲର୍ଡସରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଲଗାତାର ୩ଟି ଟେଷ୍ଟ ଶତକ ହାସଲ କରିଥିଲେ ସେ । ୭୦ ଦଶକରୁ ୮୦ ଦଶକ ମଧ୍ୟରେ ସୁନୀଲ ଗାଭାସ୍କର ଓ ଗୁଣ୍ଡାପ୍ପା ବିଶ୍ୱନାଥଙ୍କ ସହ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାବେ ବିବେଚିତ ହେଉଥିଲେ ଭେଙ୍ଗସରକାର । ୧୯୭୫-୭୬ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଜଣେ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଡେବ୍ୟୁ କରିଥିଲେ ସେ । କ୍ୟାରିୟର ପ୍ରାରମ୍ଭରେ ବିଶେଷ ସଫଳତା ପାଇନଥିଲେ ଭେଙ୍ଗସରକାର । ପରେପରେ ୩ ନମ୍ବର କିମ୍ବା ୪ ନମ୍ବର ସ୍ଥାନରେ ବ୍ୟାଟିଂ କଲେ ଏହି ବ୍ୟାଟିଂ କିମ୍ବଦନ୍ତୀ ।

୧୯୭୯ରେ ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଏକ ଅବିସ୍ମରଣୀୟ ଇଂନିସ ଖେଳିଥିଲେ ଭେଙ୍ଗସରକାର । ଅନ୍ତିମ ଦିନରେ ବିଜୟ ପାଇଁ ୩୯୦ ରନ୍ ଆବଶ୍ୟକ ହେଉଥିବାବେଳେ ଭାରତ ୬ ଉଇକେଟ ବିନିମୟରେ ୩୪୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଭେଘଙ୍ଗସରକାର ୧୪୬ ରନରେ ଅପରାଜିତ ଥିଲେ । ୧୯୭୮-୭୯ରେ କାରବିୟାନ୍ ଦଳ ବିପକ୍ଷରେ ଲିଟିଲ ମାଷ୍ଟର ସୁନିଲ ଗାଭାସ୍କରଙ୍କ ସହ ୩୦୦ରୁ ଊଦ୍ଧ୍ୱର୍ ରନର ଭାଗିଦାରୀ ଆଜି ବି କ୍ରିକେଟପ୍ରେମୀଙ୍କ ମନରେ ତାଜା ହୋଇରହିଛି । ଭେଙ୍ଗସରକାର ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ । କାରବିୟାନ୍ ଦଳର ଭୀତିସଞ୍ଚାରକାରୀ ବୋଲର ମାଲକମ୍ ମାର୍ସାଲ, ମାଇକେଲ ହୋଲ୍ଡିଂ ଏବଂ ଆଣ୍ଡି ରୋବର୍ଟସଙ୍କ ଭଳି ବୋଲରଙ୍କ ବିପକ୍ଷରେ ଅତ୍ୟନ୍ତ ଉଚ୍ଚକୋଟୀର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ ସେ । ଭେଙ୍ଗସରକାର ୧୧୬ଟି ଟେଷ୍ଟରୁ ୧୭ ଶତକ ସହ ସଂଗ୍ରହ କରିଛନ୍ତି ୬୮୬୮ ରନ୍ । ସେହିପରି ଏକଦିବସୀୟରେ ୧୨୯ଟି ମ୍ୟାଚରୁ ଗୋଟିଏ ଶତକ ସହ ସଂଗ୍ରହ କରିଛନ୍ତି ୩୫୦୮ ରନ୍ । ଉଚ୍ଚକୋଟୀର ବ୍ୟାଟିଂ ପ୍ରଦର୍ଶନ ପାଇଁ ୧୯୮୭ରେ ତାଙ୍କୁ ୱିଜଡନ କ୍ରିକେଟର ଅଫ୍ ଦି ଇଅର ପୁରସ୍କାର ଦିଆଯାଇଥିଲା ।

Previous ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଲେ ମୀରାବାଈ ଚାନୁ
Next ଲଗାତାର ୨୧ଟି ମେଡେନ ନେଇଥିବା ବିଶ୍ୱର ଏକମାତ୍ର ବୋଲର

No Comment

Leave a reply

Your email address will not be published. Required fields are marked *