ଏକଦିବସୀୟରେ 3ଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର କ୍ରିକେଟର

only batsman to score 3 double ton

ସଂପ୍ରତି ବିଶ୍ୱ କ୍ରିକେଟରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଅବିସ୍ମରଣୀୟ ରହିଛି । ୨୦୦୭ରେ ଆୟରଲାଣ୍ଡ ବିପକ୍ଷରେ ପଦାର୍ପଣ କଲା ପରଠାରୁ ତାଙ୍କ ପ୍ରଦର୍ଶନରେ ଅଭୁତପୂର୍ବ ଉନ୍ନତି ଦେଖିବାକୁ ମିଳିଛି । ୱେଷ୍ଟ ଜୋନ୍ ତରଫରୁ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ରୋହିତ ଖେଳିଥିବା ୧୪୨ ରନର ଇଂନିସ ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୨୦୦୭ ଟି-୨୦ ବିଶ୍ୱକପରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୦ ରନର ଦମଦାର ଇଂନିସ ତାଙ୍କ ପ୍ରତିଭାର ବଳିଷ୍ଠ ପ୍ରମାଣ । ଏହି ଇଂନିସ ବଳରେ ଭାରତକୁ ସେମିଫାଇନାଲରେ ପହଞ୍ଚାଇଥିଲେ ରୋହିତ । ଆସନ୍ତୁ ରୋହିତଙ୍କ କେତୋଟି ବିରଳ ରେକର୍ଡ ସମ୍ପର୍କରେ ଜାଣିବା ।

୨୦୧୩ରେ ଭାରତ ପକ୍ଷରୁ ଟେଷ୍ଟ ଖେଳିବାର ସୁଯୋଗ ପାଇଥିଲେ ରୋହିତ । କୋଲକାତା ଇଡେନ୍ ଗାର୍ଡେନରେ କାରବିୟାନ୍ ଦଳ ବିପକ୍ଷରେ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସେ । ପଦାର୍ପଣ ମ୍ୟାଚରେ ୧୭୭ ରନ ସଂଗ୍ରହ କରି ଏକ ଅଲୋଡା ରେକର୍ଡ ସ୍ଥାପନ କଲେ ଏହି ବ୍ୟାଟିଂ ପ୍ରତିଭା । ପଦାର୍ପଣ ମ୍ୟାଚରେ ଶିଖର ଧାୱନଙ୍କ ତଳକୁ ସର୍ବାଧିକ ରନ ସଂଗ୍ରହ କରିବାର ରେକର୍ଡ ସୃଷ୍ଟି କଲେ । ପରବର୍ତ୍ତୀ ଟେଷ୍ଟରେ ୱାନଖେଡେ ଷ୍ଟାଡିୟମରେ ୧୧୧ ରନ ସଂଗ୍ରହ କରି ଲଗାତାର ଦୁଇଟି ଟେଷ୍ଟରେ ଶତକ ହାସଲ କରିବାର ନିଆରା ରେକର୍ଡ ସ୍ଥାପନ କରିଥିଲେ ରୋହିତ । ସୌରଭ ଗାଙ୍ଗୁଲି ଏବଂ ମହମ୍ମଦ ଆଜାରୁଦ୍ଦିନ ଙ୍କ ପରେ ତୃତୀୟ ଭାରତୀୟ ଭାବେ ଏଭଳି ରେକର୍ଡ ସ୍ଥାପନ କରିଥିଲେ ରୋହିତ । ଏକଦିବସୀୟରେ ତିନିଟି ଦ୍ୱି ଶତକ ହାସଲ କରିବାରେ ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ ହେଉଛନ୍ତି ରୋହିତ । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇ ଚମତ୍କାର ପ୍ରଦର୍ଶନ କରିଆସୁଛନ୍ତି ସେ । ୨୦୧୩, ୨୦୧୫ ଏବଂ ୨୦୧୭ ସିଜିନରେ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ ଟ୍ରଫି ହାତେଇଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ ।

Previous ସାତଭାୟାର ଅଧିଷ୍ଠାତ୍ରୀ ଦେବୀ ପଞ୍ଚୁବରାହୀ
Next ଆଜି ୱେଷ୍ଟଇଣ୍ଡିଜର ମହାନ୍ କ୍ରିକେଟ ତାରକା ଗ୍ରିନିଜଙ୍କ ଜନ୍ମ ଦିନ

No Comment

Leave a reply

Your email address will not be published. Required fields are marked *