ପ୍ରାୟ 1550 ମସିହାରୁ ବାନ୍ତୁ ଓ ଚଟୁର ଖେଳ କ୍ରିକେଟ ଆରମ୍ଭ ହୋଇଛି । ଦିନକୁ ଦିନ ଏହି ଖେଳର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । କ୍ରୀଡା ସାମ୍ବାଦିକତା ଗଣମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟିଯାଇଛି । କ୍ରୀଡା ସମ୍ବନ୍ଧୀୟ ଯେକୌଣସି ନିବନ୍ଧ ଲେଖିଲାବେଳେ ଉକ୍ତ କ୍ରୀଡା ସମ୍ପର୍କରେ ଗଭୀର ଅନୁଶୀଳନର ଆବଶ୍ୟକତା ରହିଛି । କ୍ରିକେଟ ସମ୍ପର୍କରେ କିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆମେ ନିୟମିତ ଉପସ୍ଥାପନ କରୁଛୁ । ଡେବ୍ୟୁ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ ନେଇଥିବା ଏକମାତ୍ର ଅଷ୍ଟ୍ରେଲିଆନ୍ ବୋଲର ହେଲେ ଡାମିଏନ୍ ଫ୍ଲେମିଂ । ୧୯୯୪ରେ ପାକିସ୍ତାନ ବିପକ୍ଷରେ ଏହି ମାଇଲସ୍ତମ୍ଭ ସ୍ଥାପନ କରିଥିଲେ ସେ । ଡାମିଏନ୍ ଙ୍କ ବ୍ୟତୀତ ଆଉ ଦୁଇ ଜଣ ବୋଲର ଡେବ୍ୟୁ ମ୍ୟାଚରେ ହ୍ୟାଟ୍ରିକ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।
ଡେବ୍ୟୁ ଟେଷ୍ଟ ମ୍ୟାଚରେ ହ୍ୟାଟ୍ରିକ ନେଇଥିବା ଏକମାତ୍ର ଅଷ୍ଟ୍ରେଲିଆନ୍ ବୋଲର କିଏ ?
only Australian bower to take a hat-trick in his debut test

No Comment