ଆଜିର ଦିନରେ ହୋଇଥିଲା ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ହାନ୍ସି କ୍ରୋନ୍ଜେଙ୍କ ମୃତ୍ୟୁ


ଆଜିର ଦିନରେ ଜଣେ ମହାନ୍ ଖେଳାଳିଙ୍କ ଜୀବନଯାତ୍ରାର ଅନ୍ତ ଘଟିଥିଲା । ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହାନ୍ସି କ୍ରୋନ୍ଜେ । ଦକ୍ଷିଣ ଆଫ୍ରିକା ୱେଷ୍ଟର୍ଣ୍ଣ କେପ ଜର୍ଜ ସହର ନିକଟରେ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁମୁଖରେ ପଡିଥିଲେ ସେ । ମୃତ୍ୟୁ ବେଳକୁ ମାତ୍ର ୩୨ ବର୍ଷ ବୟସ ହୋଇଥିଲା ତାଙ୍କୁ ।

 

୯୦ ଦଶକରେ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ମଙ୍ଗ ଧରିଥିଲେ ହାନ୍ସି କ୍ରୋନ୍ଜେ । ମ୍ୟାଚ ଫିକ୍ସିଂରେ ସମ୍ପୃକ୍ତ ହୋଇ କ୍ରିକେଟରୁ ଆଜୀବନ ବାସନ୍ଦ ହୋଇଥିଲେ ମଧ୍ୟ ୨୦୦୪ ଏକାଦଶ ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକୀୟ ହେବାର ଗୌରବ ହାସଲ କରିଥିଲେ ସେ । ୧୯୯୧-୯୨ ସିଜିନରେ ଏକଦିବସୀୟ ଫର୍ମାଟରେ କ୍ରୋନ ଜେଙ୍କର ବ୍ୟାଟିଂ ଆଭରେଜ ୬୧.୪୦ ଶ୍ରେଷ୍ଠ ବ୍ୟାଟିଂ ଆଭରେଜର ମାନ୍ୟତା ପାଇଥିଲା । ୧୯୯୨ ବିଶ୍ୱକପରେ ଭାଗ ନେବା ପାଇଁ ଡାକା ଆସିଲା ତାଙ୍କୁ । ସିଡନୀଠାରେ ଅ ଷ୍ଟ୍ରେଲିଆ ବିପକ୍ଷରେ ନିଜର ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିଲେ କ୍ରୋନ ଜେ । ୧୯୯୪ରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଆସିଥିବାବେଳେ ଚମକ୍ରାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ସେ । ମାଣ୍ଡେଲା ଟ୍ରଫିରେ ଦକ୍ଷିଣ ଆଫ୍ରିକା ଦଳର ନେତୃତ୍ୱ ନେଇଥିଲେ କ୍ରୋ ନ ଜେ । ୧୯୯୬ ବିଶ୍ୱକପରେ ନ୍ୟଜିଲ୍ୟାଣ୍ଡ ଏବଂ ପାକିସ୍ତାନ ବିପକ୍ଷରେ ଖେଳିଥିବା ୭୮ ଏବଂ ୪୫ ରନର ଇଂନିସ ଆଜି ବି ଅବିସ୍ମରଣୀୟ ।

୧୯୯୯ ବିଶ୍ୱକପରେ କ୍ରୋନଜେଙ୍କ ଅଧିନାୟକତ୍ୱରେ ସେମି ଫାଇନାଲ ପର୍ଯ୍ୟନ୍ତ ଯାଇଥିଲା ଦକ୍ଷିଣ ଆଫ୍ରିକା ଦଳ । ୧୩୮ଟି ମ୍ୟାଚରେ ନିଜ ଦଳର ପ୍ରତିନିଧିତ୍ୱ କରି ଦଳକୁ ଜିତାଇଥିଲେ ୯୯ ମ୍ୟାଚ । ଏହି ଅଲୋଡା ରେକର୍ଡ ତାଙ୍କୁ ରିକି ପଣ୍ଟିଂ, ଆଲାନ ବର୍ଡର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ତଳକୁ ୪ର୍ଥ ସଫଳ ଅଧିନାୟକର ଆଖ୍ୟା ଦେଇଥିଲା । ପଣ୍ଟିଂ ଓ କ୍ଲାଇବ ଲଏଡଙ୍କ ତଳକୁ କ୍ରୋନଜେଙ୍କ ମ୍ୟାଚ ବିଜୟ ହାର ଥିଲା ୭୩.୭୦ । ୧୯୯୩ରୁ ୨୦୦୦ ମଧ୍ୟରେ ଲଗାତାର ୧୬୨ଟି ମ୍ୟାଚ ଖେଳିଥିଲେ କ୍ରୋନଜେ । ଯାହା ଥିଲା ଜଣେ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ପାଇଁ ସର୍ବକାଳୀନ ଶ୍ରେଷ୍ଠ ରେକର୍ଡ । ବିଶ୍ୱର ଏକମାତ୍ର ଖେଳାଳି ଭାବେ ଲଗାତାର ୧୩୦ଟି ମ୍ୟାଚରେ ଅଧିନାୟକତ୍ୱ କରିଥିଲେ ସେ ।
ଏପ୍ରିଲ ୭, ୨୦୦୦ ମସିହାରେ ସଞ୍ଜୟ ଚାୱଲା ନାମକ ଜଣେ ଭାରତୀୟ ବୁକିଙ୍କ ସହିତ କ୍ରୋନ ଜେଙ୍କ ସମ୍ପର୍କ ଥିବା ଜଣାପଡିଲା । କ୍ରୋନ ଜେଙ୍କ ବ୍ୟତୀତ ଗିବ୍ସ, ନିକି ବୋଜେ ଏବଂ ପିଟରଙ୍କ ଉପରେ ମଧ୍ୟ ମ୍ୟାଚ ଫିକ୍ସିଂ ମାମଲା ଦାୟର ହୋଇଥିଲା । କିଙ୍ଗ କମିଶନ ତଦନ୍ତ କରିବା ପରେ କ୍ରୋନଜେଙ୍କୁ କ୍ରିକେଟରୁ ଆଜୀବନ ବାସନ୍ଦ କରିଥିଲା ।

Previous କୋଚ ଶାସ୍ତ୍ରୀଙ୍କ 6 ଛକା
Next ଇଣ୍ଡିଆ -ଆଫଗାନିସ୍ତାନ ଟେଷ୍ଟ: ରିଦ୍ଧିମାନଙ୍କ ବଦଳରେ ଦିନେଶଙ୍କୁ ଡାକରା

No Comment

Leave a reply

Your email address will not be published. Required fields are marked *