କାଲି ସରିବ ପୁରୁଷ ବିଶ୍ୱକପ୍ ହକି-ଡଟ୍ ଫେଷ୍ଟ

Odisha Men's World Cup Bhubaneswar 2018 Grand final on December 16

ନଭେମ୍ବର ୨୭ତାରିଖରୁ ଓଡ଼ିଶାରେ ଚାଲିଥିବା ପୁରୁଷ ବିଶ୍ୱକପ୍ ହକି ୨୦୧୮ର ଆସନ୍ତା କାଲି ଉଦ୍ଯାପନୀଉତ୍ସବ । କାଲିର ଦିନ ବିଶ୍ୱ କ୍ରିଡ଼ା ଇତିହାସରେ ଏକ ନୂଆ ଅଧ୍ୟାୟ ଲେଖିବା ସହ ବିଜୟୀ ଦଳର ନାମ ସବୁଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଧ ହୋଇ ରହିଯିବ । ଆସନ୍ତା କାଲିର ଫାଇନାଲ୍ ମ୍ୟାଚ ପୂର୍ବରୁ ଆଜି ଅଛି ସେମିଫାଇନାଲ ମ୍ୟାଚ୍ ,ଏହାକୁ ନେଇ ଖେଳପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସା ଦେଖିବାକୁ ମିଳିଛି । କାଲି ଜଣା ପଡ଼ିବ ଏହି ହକି ମହାକୁମ୍ଭର ନାୟକ କିଏ । ଏହାସହ ଡ଼ିସେମ୍ବର ୧ତାରିଖରୁ ଚାଲିଥିବା ଭୁବନେଶ୍ୱର ସିଟି ଫେଷ୍ଟିଭାଲ ବା ଡଟ୍ ଫେଷ୍ଟ ମଧ୍ୟ କାଲି ସରୁଛି । ଏହି ଉତ୍ସବରେ ବିଭିନ୍ନ କଳାକାରଙ୍କ ଉପସ୍ଥିତ, ଦେଶବିଦେଶର ଖାଦ୍ୟ ସହରବାସୀଙ୍କୁ ବେଶ ଆକର୍ଷିତ କରିଛି । ଏହାସହ ସହରବାସୀ ମଧ୍ୟ ଏହି ଫେଷ୍ଟର ଭରପୁର ମଜା ନେଉଛନ୍ତି । କାଲି ଏହି ଫେଷ୍ଟ୍ର ଶେଷ ଦିନ ସାଙ୍ଗକୁ ରବିବାର ଥିବାର ଭିଡ଼ ଅଧିକ ଜମିବ ବୋଲି ଆଶା କରାଯାଉଛି । ଏହା ୧୪ତମ ଦିବସରେ ଫରହାନ୍ ଅଖତର ଓ ନଭ୍ୟା ଜଇତିଙ୍କ ଉପସ୍ଥିତି ଓ ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ମତୁଆଲା କରିଦେଇଥିଲା । ଆଜି ଏହି ଫେଷ୍ଟର ମୁଖ୍ୟ ଆକର୍ଷଣ ସାଜିବେ ଡିଜେ ୱିଲି ଓ ତେଜୁଙ୍କ ପରଫର୍ମାନ୍ସ । ଡଟ୍ ଫେଷ୍ଟ ବ୍ୟତୀତ ହକି ପାଇଁ ଆୟେଜିତ ସ୍ୱତନ୍ତ୍ର ପଥୋତ୍ସବର ତୃତୀୟ ତଥା ଶେଷପାଳି । ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ କାହିଁ କେତେ ଉକ୍ରଣ୍ଠା ରହିଛି । କିପରି ରବିବାର ସକାଳ ହେବ ଆଉ ସେମାନେ ଜନପଥରେ ସେମାନଙ୍କ କଳାକୌଶଳ ପ୍ରଦର୍ଶନ ସାଙ୍ଗକୁ ନୃତ୍ୟ,ଗୀତ, ଖେଳ, ଯୋଗ ଆଦିର ମଜା ନେବେ । ଏହି ଖୁସି ଭିତରେବି ପଥୋତ୍ସବ ଓ ଡଟ୍ ଫେଷ୍ଟ ସରିଯାଉଥିବାରୁ ସମସ୍ତଙ୍କ ମନରେ ଟିକିଏ ଦୁଃଖର ଛାୟ ଦେଖିବାକୁ ମିଳୁଛି । ଆଜିର ସେମିଫାଇନାଲ ମ୍ୟାଚ ଇଂଲଣ୍ଡ-ବେଲଜିୟମ ଓ ଅଷ୍ଟେଲିଆ-ନେଦରଲାଣ୍ଡ୍ସ ମଧ୍ୟରେ ଖେଳାଯିବ ।

Previous ଅମିତାଭ ଘୋଷ ପାଇବେ ୫୪ତମ ‘ଜ୍ଞାନପୀଠ ପୁରସ୍କାର’
Next ବାହା ହେଲେ ସାଇନା- କାଶ୍ୟପ

No Comment

Leave a reply

Your email address will not be published. Required fields are marked *