ଇଣ୍ଡିଆ ରେଡ଼ ଦଳରେ ଓଡ଼ିଆ ଝିଅ ପ୍ରିୟଙ୍କା


ଆସନ୍ତା ଜାନୁୟାରୀ ୪ରୁ ୮ ପର୍ଯ୍ୟନ୍ତ ବିସିସିଆଇ ଆନୁକୁଲ୍ୟରେ ମହିଳା ଚ୍ୟାଲେଞ୍ଜର ଟ୍ରଫି ଖେଳାଯିବ । ଏହି ଟ୍ରଫିରେ ଇଣ୍ଡିଆ ରେଡ୍ ପକ୍ଷରୁ ଖେଳିବେ ଗଞ୍ଜାମ ହିଞ୍ଜିଳିକାଟୁର ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ । ପ୍ରଥମ ମ୍ୟାଚ୍ ଜାନୁୟାରୀ ୪ ତାରିଖରେ ଇଣ୍ଡିଆ ରେଡ୍ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ଅନୁଷ୍ଠିତ ହେବ । ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ପ୍ରଦାନ କରାଯାଇଛି । ବାଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ଶିବିରରେ ଉଚ୍ଚକୋଟୀର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Previous ହିଟ୍ ମ୍ୟାନ ଶର୍ମାଙ୍କ ଆଉ ଏକ ନିଆରା ରେକର୍ଡ
Next ୧୦ ସର୍ବାଧିକ ଆୟକାରୀଙ୍କ ମଧ୍ୟରେ ଚୁଲବୁଲି ପ୍ରିୟଙ୍କା

No Comment

Leave a reply

Your email address will not be published. Required fields are marked *